ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୌମ୍ୟ ତ ଆଜି ନାହିଁ ହେଲେ ତାର ଆଖି ଦୁଇଟି କୁ ଛା଼ଡି ଜାଇଛି ଯେଉଁ ଆଖି ତାର ବାପା ମାଆ ଙ୍କ ପାଇଁ ସବୁ କିଛି ଥିଲା । ସେହି ଆଖିରେ ଆଜି ଆଉ କିଏ ଦୁନିଆଁ ଦେଖିବ । ସୌମ୍ୟ ର ଆଖିରେ ଆଉ କେହି ଦୁନିଆଁ ଦେଖିବ । ବୋଧ ହୁଏ ଦୁନିଆଁ ଦେଖିବା ବେଳେ ଠିକ୍ ଭୁଲ ର ପାର୍ଠକ୍ୟ ସେହି ଆଖି କରିଦେବ ।
ଯେଉଁ ଆଖି ଏତେ ବଡ ଭୁଲ କରିଲା ଯେଉଁ ଆଖି ଠିକ୍ ଭୁଲ ର ତୁଳନା କରି ପାରିଲା ନାହିଁ । ଯେଉଁ ଆଖି ନିଜର ଏବଂ ପର ମଧ୍ୟ ରେ ତଫାତ ଜାଣି ପାରିଲା ନାହିଁ । ଯେଉଁ ଆଖିରେ ଆଖିଏ ସ୍ୱପ୍ନ ନେଇ ନୂଆ ସଂସାର ଟିଏ ନୂଆ ଜିବନ ଟିଏ ତୋଳିବା ପାଇଁ ସେ ସ୍ୱପ୍ନ ଦେଖିଥିଲା ସେହି ଆଖିରେ ଆଉ କେହି ଦୁନିଆଁ ଦେଖିବ । ହେଲେ ଦୁନିଆଁ ଦେଖିବା ବେଳେ ନିଶ୍ଚିତ ମନେ ରଖିବ ସେହି କାହାଣୀର ଯେଉଁ ଆଖିରେ ସୂତ୍ରପାତ ହୋଇଥିଲା ଏହି ଆଖିର କାହାଣୀ ବିଷୟ ରେ ।
ଯେଉଁ ପାର୍ଥକ୍ୟ ଯେଉଁ ଛଳନା କୁ ସୌମ୍ୟ ଦେଖି ପାରିଲା ନାହିଁ ବୋଧେ ସେହି ନୂଆ ଆଖିରେ ଆଉ କେହି ତାର ଛଳନା ବିଷୟ ରେ ଦେଖିବ । ସୌମ୍ୟ ଥିଲା ଆଖିର ପିତୁଳା ସେ ଥିଲା ହୃଦୟ ର ସଂଖାରୀ ସୌମ୍ୟ ମାଆ କୁ ବହୁତ ଗେଲ କରୁଥିଲା । ବାପା ଥିଲେ ତାର ସାଙ୍ଗ ପରି ହେଲେ ଆଜି ସୌମ୍ୟ ସମସ୍ତ ଙ୍କ ଠାରୁ ଦୂରେଇ ଜାଇଛି । ଯେଉଁ ବାପା ମାଆ ଙ୍କ ପାଇଁ ସେ ଆଖି ଥିଲା ବୃଦ୍ଧ କାଳ ର ଆଶା ବାଡି ଥିଲା ସେହି ସୌମ୍ୟ ଆଜି ଜିବନ ହାରି ଦେଇଛି ।