ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଫେବୃଆରୀ 3 ତାରିଖରୁ ରାଜ୍ୟରେ ବର୍ଷା ହେବ । ସୋନପୁର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ରେ ବିକ୍ଷିପ୍ତ ବର୍ଷା ହୋଇପାରେ । 4 ତାରିଖ ଓ 5 ତାରିଖରେ ବର୍ଷା ପରିମାଣ ବଢ଼ିବ । ପାଣିପାଗ ବିଭାଗ ରବିବାର ଏଭଳି ପୂର୍ବାନୁମାନ କରିଛି । ଏଭଳି ଅଦିନିଆ ବର୍ଷା ପ୍ରଭାବରେ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା 5 ତାରିଖ ଦିନ ଯାଏ ଶୀତ ପୁଣି ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।
ସୂଚନା ଅନୁସାରେ ଭାରତୀୟ ପାଣିପାଗ ବିଭାଗ ର ବିଷେଶଜ୍ଞ୍ୟ ଉମାକାନ୍ତ ଦାସ କହିଛନ୍ତି ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା 3 ତାରିଖରେ ବର୍ଷା ହେବ । ସୋନପୁର , ବରବଡ , ସମ୍ବଲପୁର , ଦେଓଗଡ , ଝାଡସୁଗୁଡା , ସୁନ୍ଦରଗଡ , କେଉଁଝର , ମୟୁରଭଞୀ , ଢେଙ୍କାନାଳ , ଅନୁଗୁଳ ଜିଲ୍ଲା ର କିଛି ସ୍ଥାନ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । 4 ତାରିଖ ରୁ 5 ତାରିଖ ମଧ୍ୟ ରେ ରାଜ୍ୟ ରେ ବର୍ଷା ପରିମାଣ ବଢିପାରେ । ସୋମବାର ସକାଳୁ କିଛି ସ୍ଥାନରେ ଶୀତ ଲହରୀ ଜାରି ରହିବ । ସୁନ୍ଦରଗଡ଼ ,ଝାରସୁଗୁଡ଼ା କେନ୍ଦୁଝର, ବରଗଡ଼ , ନୂଆପଡା , ବଲାଙ୍ଗିର , ସୋନପୁର ଓ କଳାହାଣ୍ଡି ଜିଲ୍ଲାରେ ଶୀତ ଲହରୀ ବହିବ ।
ସୋମବାର ରାତିରୁ ତାପମାତ୍ରା କ୍ରମଶଃ ବଢିବ । ରଜ୍ୟ ରେ ସର୍ବନିମ୍ନ ତାପମାତ୍ରା 3 ରୁ 5 ଡୀଗ୍ରି ଯାଏ ବଢିଯିବ । ଫଳରେ ଶୀତ କମିଯିବ । 3 ତାରିଖ ରୁ ବର୍ଷା ସମ୍ଭାବନା ରହିଥିବାରୁ ପାଗ କୋହଲା ରହିବ । ଦିନବେଳା ଥଣ୍ଡା ପାଗ ରହିବ । କିନ୍ତୁ ରାତିରେ ଶୀତ ଅଧିକ ରହିବନି 5 ତାରିଖ ପରଠାରୁ ରାଜ୍ୟକୁ ପୁଣି ଶୀତ ଫେରିବ । 1 ତାରିଖ ଓ 2 ତାରିଖରେ ରାଜ୍ୟର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କୁହୁଡି ଅନୁଭୂତ ହେବ ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି କି ଉତ୍ତର ପଶ୍ଚିମ ଭାରତ ରେ ସୋମବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧିରେ ଧିରେ କ୍ରମଶଃ ପୂର୍ବ ଆଡକୁ ମୁହାଁଇବ । 3 ତାରିଖ ରେ ଓଡିଶା ଦେଇ ବଙ୍ଗୋପସାଗରିୟ ଲଘୁଚାପ କ୍ଷେତ୍ର ଆଡକୁ ଆସିବ । ଏହା ଉତ୍ତର ଥଣ୍ଡା ପବନ ସହିତ ମିଶିଯିବ । ଏହର ପ୍ରଭାବ ରେ ରାଜ୍ୟ ରେ ମେଘୁଆ ପାଗ ସହିତ ଥଣ୍ଡା କମିଯିବଏବଂ ବର୍ଷା ହେବ ।
4 ଓ 5 ତାରିଖ ସକାଳ ବେଳା ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷିବ । କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞୀ, କେନ୍ଦୁଝର, ଦେବଗଡ, ଝାରସୁଗୁଡ଼ା ଓ ସୁନ୍ଦରଗଡରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଏହି ଦୁଇ ଦିନରେ ପ୍ରାୟ 10 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । କିଛି ସ୍ଥାନରେ ଅଧିକ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ କୁଆ ପଥର ମାଡ଼ ସହ ବର୍ଷା ହୋଇପାରେ ବୋଲି ପଶୁପାଳକ କହିଛନ୍ତି ।
ଏହି ବର୍ଷା ପାଇଁ ପନିପରିବା ଚାଷ ନଷ୍ଟ ହେବାର ଭୟ ସୃଷ୍ଟି ହୋଇଛି । ମେଘୁଆ ପାଗ ଓ ବର୍ଷା ଯୋଗୁଁ ପନିପରିବା ଚାଷ ସମେତ ଚିନିବାଦାମ ଓ ସୋରିଷରେ ରୋଗ ଓ ପୋକ ବଢିପାରେ । ଆମ୍ବ ଗଛର ବଉଳ ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ରହୁଛି । ତେବେ ମୁଗ, ବିରି ଭଳି ଅଣ ଜଳସେଚିତ ଫସଲ ପାଇଁ ବର୍ଷା ଭଲ ରହିବ । ଯେଉଁମାନେ ଧାନ ତଳି ପକାଇଥିବେ ତାହା ଭଲ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।