ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନବ ଗ୍ରହଙ୍କ ପ୍ରଭାବ ୧୨ଗୋଟି ରାଶି ଉପରେ ପଡ଼ିଥାଏ।ତେବେ ଏହି ମଙ୍ଗଳବାର ଠାରୁ ୬ଟି ରାଶି ପାଇଁ ଶୁଭ ସମୟ ଆରମ୍ଭ ହେଉଛି।ହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଏ। ପ୍ରଭୁ ହନୁମାନଙ୍କ ଆରାଧନା କରିଲେ ଗ୍ରହ ରିଷ୍ଠ ଖଣ୍ଡନ ହୋଇଯାଏ।ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ।
ମେଷ ରାଶି – ଆପଣ ଅତ୍ୟଧିକ ଆତ୍ମବିଶ୍ୱାସ ଅନୁଭବ କରିବେ। କ୍ୟାରିୟରର ଠିକ୍ ଦିଶାରେ ଅଗ୍ରସର ହେବେ। ପ୍ରସିଦ୍ଧି ଓ ପ୍ରଶଂସା ମିଳିବା ଯୋଗ ରହିଛି। ଛାତ୍ରଛାତ୍ରୀମାନେ ସାମାନ୍ୟ ପରିଶ୍ରମରୁ ଯଥେଷ୍ଟ ଶୁଭଫଳ ପାଇବେ।ସେୟାର ବଜାରରେ ବ୍ୟବସାୟୀମାନେ ପ୍ରଚୁର ପରିମାଣରେ ଧନ ରୋଜଗାର କରିବେ।
ମିଥୁନ ରାଶି -ଯେଉଁ କାମ ହାତକୁ ନେବେ ସଂପୂର୍ଣ୍ଣ କରି ରହିବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରହିବା ପାଇଁ ଆପଣଙ୍କୁ ମାର୍ଗ ତିଆରି କରିବାକୁ ହେବ।
କର୍କଟ ରାଶି – ଭାଗ୍ୟର ସହଯୋଗ ପାଇବେ। କାର୍ଯ୍ୟ ବିନା ବାଧାରେ ସଂପନ୍ନ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ପ୍ରେମିକାଙ୍କୁ ବିବାହ ପାଇଁ ରାଜି କରାଇନେବେ।
ତୁଳା ରାଶି – ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। ସ୍ଥଗିତ ଥିବା କାମ ପୂରା ହେବ। ଅଫିସ୍ରେ ଶାନ୍ତିର ବାତାବରଣ ରହିବ। ବୈବାହିକ ଜୀବନ ଠିକ୍ଠାକ୍ ରହିବ।ଚାକିରିରେ କୌଣସି ମନସ୍କାମନା ପୂରଣ ହେବ। ବ୍ୟବସାୟରେ ଭଲ ସୁଯୋଗ ପାଇବେ। କୌଣସି ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ଜୀବନସାଥୀଙ୍କ ଖୁସି ମିଳିପାରେ।
କୁମ୍ଭ ରାଶି – ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ଜମି ଓ କାନୁନ ବିବାଦର ସମାଧାନ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ। ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ପ୍ରଗତି ପଥରେ ଅଗ୍ରସର ହେବେ। ଖେଳାଳିଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ।
ମୀନ ରାଶି – ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଟେଲି କଳାକାରଙ୍କ ପାଇଁ ନୂଆ ସୁଯୋଗ ରହିଛି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। କୌଣସି ଖବର ପାଇ ମନ ବିଚଳିତ ହୋଇପାରେ । ଧୈର୍ଯ୍ୟ ରଖନ୍ତୁ, ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ। ଘରକୁ ଅତିଥି ଆସିବେ। ଖୁସି ହୋଇ ଖର୍ଚ୍ଚ ଅଧିକ କରିବେ।
ତେବେ ବନ୍ଧୁଗଣ,ଆଶା କରୁଛୁ ଆପଣଙ୍କୁ ଆମ ଲେଖାଟି ପସନ୍ଦ ଆସିଥିବ।ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଫାଲୋ କରନ୍ତୁ।