ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ କି ବର୍ତମାନ ଦେଶରେ ସଂଙ୍କ୍ରମଣ ବଢିବାରେ ଲାଗିଛି । କୋରନା ପରେ ଓମିକ୍ରନ ଭୂତାଣୁ ଲୋକ ମାନଙ୍କୁ ସଂଙ୍କ୍ରମଣ କରୁଛି । ଯାହା ପାଇଁ ସମସ୍ତ ରାଜ୍ୟ ର ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା । ଏବଂ ଅନଲାଇନ ମାଧ୍ୟମ ରେ ପାଠ ପଢା ଚାଲୁଥିଲା । ତେବେ ଦେଶରେ ଗୋଟିଏ ପଟେ ସଂଙ୍କ୍ରମଣ ବଢୁଥିବା ବେଳେ ମହାରାଷ୍ଟ୍ର ରେ ଏବେ ଖସିବାରେ ଲାଗିଛି ।
ଦୈନିକ ସଂଙ୍କ୍ରମଣ ମାମଲା କମ୍ ରହୁଛି । ଏହାକୁ ନଜର ରେ ରଖି ମହାରାଷ୍ଟ୍ର ସରକାର ପୁଣି ସ୍କୁଲ ଖୋଲିବା ପାଇଁ ନିସ୍ପତି ନେଇଛନ୍ତି । ଆସନ୍ତା 24 ତାରିଖ ଠାରୁ ପ୍ରଥମ ଶ୍ରେଣି ଠାରୁ ଦ୍ୱାଶସ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ଏହି ନେଇ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡ ସୂଚନା ଦେଇଛନ୍ତି । ତେବେ ଜାନୁଆରୀ 24 ରୁ ଆଫଲାଇନ କ୍ଲାସ ଆରମ୍ଭ ହେବ । ମୁମ୍ବାଇ ରେ ମଧ୍ୟ ଜାନୁଆରୀ 24 ରୁ ପିଲା ମାନେ ସ୍କୁଲ ଯିବେ ।
ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଥିଲେ କି ଆଗାମୀ 10 ରୁ 15 ଦିନ ମଧ୍ୟରେ ସ୍କୁଲ ଖୋଲିବା ପାଇଁ ମହାରାଷ୍ଟ୍ର ସରକାର ନିସ୍ପତି ନେଇଛନ୍ତି । ସୂଚନା ମୁତାବକ କୋରନା ସଂଙ୍କ୍ରମଣ ବୃଦ୍ଧି ପାଇବା ଯୋଗୁଁ ସରକାର ସମସ୍ତ ସ୍କଲ ବନ୍ଦ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଆସନ୍ତା ଫବୃଆରୀ 15 ଯାଏ ସ୍କୁଲ ବନ୍ଦ ରଖିବାକୁ ନିସ୍ପତି ଦିଆଜାଇଥିଲା ।
ସପଟେ ମୁମ୍ବାଇ ନଗର ନିଗମ ଜାନୁଆରୀ 31 ଯାଏ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦେଇଥିଲା ଏବେ କିନ୍ତୁ ରାଜ୍ୟ ରେ କୋରନା ମାମଲା କମିବାରେ ଲାଗିଛି । ଏଥିଯୋଗୁଁ ସ୍କୁଲଗୁଡିକୁ ପୁଣି ଥରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମହାରାଷ୍ଟ୍ରରେ ବୁଧବାର 43,697 କରୋନା ମାମଲା ସାମ୍ନାକୁ ଆସିଥିଲା ।
ସେହିପରି ମୁମ୍ବାଇରେ ଗତ 24 ଘଣ୍ଟାରେ 6032 ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମୁମ୍ବାଇରେ ବର୍ତ୍ତମାନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା 31 ,865 ରହିଛି । ତେବେ ଆପଣ ମାନେ ଘରେ ରୁହନ୍ତୁ ମାସ୍କ ବ୍ୟବହାର କରନ୍ତୁ ଏବଂ ସଚେତନ ରହୁନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।