ଧଳା କେଶରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପଚାର ।

ବର୍ତ୍ତମାନର ଜୀବନ ଶୈଳୀ ଏବଂ ବଦଳୁଥିବା ଖାଦ୍ୟ ପେୟ ଯୋଗୁ କେଶରେ ଧଳପଣ ବଢ଼ିବାରେ ଲାଗିଛି । ହେଲେ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ଏହି ଧଳା କେଶ ରୁ ମୁକ୍ତି ମିଳିବ । ଆଜିକାଲି ଲୋକ ଙ୍କ ସବୁଠୁ ବଡ଼ ସମସ୍ୟା କେଶ୍ ପଚିଯିବା ବା ଧଳା ପଡ଼ିଯିବା । ଅନେକ ସମୟରେ ଯୁବ ପିଢ଼ି ମାନେ ନିଜର କେଶ ଧଳା ହେଉଥିବାରୁ ଚିନ୍ତାରେ ରହିଥାନ୍ତି । ଏହି ଧଳା କେଶ କୁ ଦୂର କରିବା ପାଇଁ ମଧ୍ୟ ଲୋକ ମାନେ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । ବଜାରରେ ବହୁତ୍ ପ୍ରକାରର ରାସାୟନିକ ପଦାର୍ଥ ଉପଲବ୍ଧ ହୋଇଥାଏ ଯାହାକୁ ବ୍ୟବହାର କଲେ ଧଳା କେଶ୍ ଦୂର ହୋଇଯିବ କିନ୍ତୁ ପୁଣି କିଛି ଦିନ ପରେ ପୂର୍ବ ପରି ସ୍ଥିତି ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା ଏକ ଘରୋଇ ଉପଚାର ଯାହା ଦ୍ଵାରା ଧଳା କେଶ କୁ ଦୂର କରିପାରିବେ ।hair

ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ କଳା ବା ବହଳିଆ କେଶ ହେଉଛି ସୁସ୍ଥ କେଶ ର ପରିଚୟ ।ହେଲେ କେଶ ଯେବେ ଧଳା ହୋଇଯାଏ ସେତେବେଳେ ଚିନ୍ତା ବଢ଼ି ଯାଇଥାଏ । ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ ନିଜର ଧଳା କେଶ ରୁ ମୁକ୍ତି ପାଇ ପାରିବେ ।

ପ୍ରଥମରେ ହଲ ଆଳୁ ଚୋପା ର ବ୍ୟବହାର । ସାଧାରଣତଃ ଆଳୁ ଚୋପା ଘରେ ମିଳିଥାଏ । ଆଳୁର ଚୋପା କୁ କେଶ ରେ ବ୍ୟବହାର କରିବା ଦ୍ଵାରା ତୁରନ୍ତ କେଶ କଳା ହୋଇନଥାଏ ହେଲେ ଧୀରେ ଧୀରେ କେଶ କଳା ହେବାକୁ ଲାଗିଥାଏ । ଏକ କପ୍ ରେ ଆକୁ ଚୋପା କୁ ନିଅନ୍ତୁ ଏହା ପରେ ତାହାକୁ ଦୁଇ କପ୍ ପାଣି ମିଶାଇ ଏହାକୁ ଭଲ ଭାବରେ ଗରମ କରି ଦିଅନ୍ତୁ । ପାଖାପାଖି ୧୦ ମିନିଟ ସିଝାଇବବା ପରେ ତାହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ । ଏହାପରେ ତାହାକୁ କେଶ ରେ ଲଗାଇ ତାହାକୁ ୩୦ ମିନିଟ ପର୍ଯ୍ୟନ୍ତ ରଖଅନ୍ତୁ ତାପରେ କେଶ କୁ ସାଧାରଣ ଜଳରେ ଧୋଇ ଦିଅନ୍ତୁ ।haer

ସେହିପରି ଆଉ ଏକ ଉପାୟ ବିଷୟରେ ଆସନ୍ତୁ ଜାଣିବା । ଘିଅ କୁ ମଧ୍ୟ ଆପଣ କେଶ ପାଇଁ ବ୍ୟବହାର କରିପାରିବେ। । ଘିଅ କେଶ ପାଇଁ ବହୁତ୍ ଲାଭଦାୟକ ଅଟେ । ପ୍ରତିଦିନ ଆପଣ ଘିଅ କୁ ମୁଣ୍ଡରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମୁଣ୍ଡରେ ରଖନ୍ତୁ ଏହାପରେ ନିଜର ମୁଣ୍ଡ କୁ ଧୋଇ ଦିଅନ୍ତୁ । ଏହିପରି ଯଦି ଆପଣ କିଛି ଦିନ ପର୍ଯ୍ୟନ୍ତ କରିବେ ତାହେଲେ ଆପଣଙ୍କ କେଶ ବହୁତ୍ କମ ଦିନ ମଧ୍ୟରେ ଧଳା ରୁ କଳା ହୋଇଯିବ । ଏଭଳି ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ପାଇଁ ଆମକୁ ଲାଇକ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *