ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ। ୯ଟି ଜିଲ୍ଲା କୁ ପ୍ରବଳ ବର୍ଷା ଆଉ ଆଗାମୀ ୪ଦିନ ପାଇଁ ପ୍ରବଳ ବର୍ଷିବ। ଏଥିପାଇଁ ରେଡ଼ ୱାର୍ନିଙ୍ଗ ଜାରି କଲା ପାଣିପାଗ। ଏବେ ଆମେ ଆପଣଙ୍କ ପାଖରେ ସମ୍ପୂର୍ଣ ଖବର ନେଇକି ଆସିଛୁ ଯାହା କି ଏବେ ଏବେ ପାଣି ପାଗ ବିଭାଗ ସମ୍ପୂର୍ଣ ନୂତନ ଅପଡେଟ ଜାରି କରିଛନ୍ତି। ଏହା ଜାଣିବା ପାଇଁ ଆପଣ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।
ଓଡ଼ିଶା ଉପରକୁ ମାଡି ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏବେ ଏହାର ନଜର ରେ ଅଛି ଦକ୍ଷିଣ ଓଡିଶା। ମାଲକାନଗିରି , କୋରାପୁଟ,ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ଗଂଜାମ, ଇତ୍ୟାଦି ଜିଲ୍ଲା ମାନଙ୍କୁ ସମ୍ପୂର୍ଣ ରୂପେ ପ୍ରବେଶ କରିଛି। ଏହି ଜିଲ୍ଲା ମାନଙ୍କରେ ବର୍ଷା ଆରମ୍ଭ ହେଇ ଯାଇଛି। ତେବେ ବଲାଙ୍ଗୀର, ବରଗଡ଼, ସୋନପୁର , ବୌଦ୍ଧ , କନ୍ଧମାଳ, ନୟାଗଡ଼, ପୁରୀ ଏବଂ ଖୋର୍ଦ୍ଧାକୁ ଆଂଶିକ ଭାବେ ଛୁଇଁଛି। ତେବେ ଆଗାମୀ ୩୬ ଘଣ୍ଟା ଭିତରେ ଓଡିଶା ଛୁଇଁବ ମୌସୁମୀ।
ତେବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟ ଘୁର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ଓଡ଼ିଶାର ତମାମ ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ତେବେ ଆଗାମୀ ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ ଆଉ ଉତ୍ତର-ପଶ୍ଚିମ ଦିଗରେ ଏହା ଗତି କରି ଅଧିକ ଜୋର ଘନୀଭୂତ ହେବାକୁ ଯାଉଛି। ତେବେ ଏହା ରାଜ୍ୟର ଅତ୍ୟନ୍ତ ପାଖାପାଖି ହେଇ ସାରିଛି। ରାଜ୍ୟରେ ଏତେ ପାଖରେ ପହଞ୍ଚିବା ପରେ ବି ଏଯାଏ ବର୍ଷା ହେଇ ନାହିଁ। ଏବେ ପାଣିପାଗ ବିଭାଗର ଆକଳନ କରିବା କଥା କି ଆଗାମୀ ଦୁଇଦିନ ଭିତରେ ଅର୍ଥାତ ୧୧ ଆଉ ୧୨ ଜୁନ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିବ।
ସେହିପରି ଆଗାମୀ ଦିନ ମାନଙ୍କରେ ଯେପରିକି ୧୩ ଆଉ ୧୪ ତାରିଖରେ ବି ରାଜ୍ୟରେ ଅତି ପ୍ରବଳ ବର୍ଷା ଲାଗି ରହିବ। ତେବେ ପାଣିପାଗ ବିଭାଗ ସତର୍କ କରାଇଛି। ଆଜି କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡ଼, କେନ୍ଦୁଝର, ଖୋର୍ଦ୍ଧା ତଥା ପୁରୀର କିଛି ସ୍ଥାନ ମାନଙ୍କରେ ପ୍ରବଳ ବର୍ଷା ଆଉ କିଛି କିଛି ସ୍ଥାନ ମାନଙ୍କରେ ଅତି ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏଠାରେ ରେଡ଼ ୱାର୍ନିଂ ଜାରି କରାଯାଇଛି।
ସେହିପରି ଆସନ୍ତା ରବିବାର ଆଉ ଶନିବାର ଦିନ ଯେଉଁ ଜିଲ୍ଲା ମାନଙ୍କୁ ରେଡ଼ ୱାର୍ନିଙ୍ଗ ଜାରି କରା ଯାଇଛି ସେଗୁଡିକ ହେଉଛି, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ନବରଙ୍ଗପୁର ତଥା ଖୋର୍ଦ୍ଧା ଜିଲ୍ଲା ମାନଙ୍କର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସହ ଠାଏ ଠାଏ ବିଜୁଳି ତଥା ଘଡଘଡିର ଆଶଙ୍କା କରା ଯାଇଛି।
ତେବେ ଅରେଞ୍ଜ ୱାର୍ନିଙ୍ଗ ଜାରି କରା ଯାଇଥିବା ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, ରାୟଗଡା, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା ତଥା ବାଲେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇପାରେ। ତେବେ ଆପଣମାନଙ୍କ ପାଇଁ ଆମେ ସତର୍କତା କାମନା କରୁଛୁ ଆଉ ସମସ୍ତେ ସୁସ୍ତ ରୁହନ୍ତୁ ଆଉ ସତର୍କ ରୁହନ୍ତୁ।