ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ଘରେ ଏହି ୫ ଟି ଜିନିଷ ରହିଥାଏ ସେହି ଘରଠୁ ଗରିବି କୋଷ ଦୂରରେ ରହିଥାଏ।

ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଠିରଙ୍କୁ ତାଙ୍କ ରାଜ୍ୟରେ ଶାନ୍ତି ଆଣିବା ପାଇଁ କେତୋଟି ବାସ୍ତୁ ନିୟମ କହିଥିଲେ। ବାସ୍ତୁ ଅନୁସାରେ ଆମ ଘରେ ଥିବ ପ୍ରତ୍ୟେକ ଜିନିଷରେ କିଛି ନା କିଛି ଶକ୍ତି ରହିଥାଏ କିନ୍ତୁ କିଛି ଜିନିଷ ସକାରାତ୍ମକ ଶକ୍ତି ଦେଇଥାଏ ଓ ଆଉ କିଛି ଜିନିଷ ନକାରାତ୍ମକ ଶକ୍ତି ଦେଇଥାଏ। ତେଣୁ ଏହାର ସମାଧାନ କରିବା ଆବଶ୍ୟକ। ନକାରାତ୍ମକ ଶକ୍ତି ଦ୍ବାରା ଘରେ ଝଗଡ଼ା ବଢ଼ିଥାଏ ଓ ଯାହା ଆମ ମାନସିକ ଓ ଶାରିରୀକ ଚାପ ବଢାଇଥାଏ। ଯାହା ଫଳରେ ବ୍ୟକ୍ତିର ଉନ୍ନତି ହୋଇନଥାଏ।

krishn

ବ୍ୟକ୍ତି ଟି ଅଯଥା ମାନସିକ ଚାପର ଶିକାର ହୋଇଥାଏ।ଯେଉଁ ବସ୍ତୁକୁ ତାର ସଠିକ ସ୍ଥାନରେ ନ ରଖିଲେ ଘର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ। ଆଜିର ବିଜ୍ଞାନ ମଧ୍ୟ ଏହା ମାନୁଛି କି ପ୍ରତ୍ୟେକ ବସ୍ତୁର ନକାରାତ୍ମକ ଶକ୍ତି ଓ ସକାରାତ୍ମକ ଶକ୍ତି ରହିଛି। ଫଳରେ ପ୍ରତ୍ୟେକ ବସ୍ତୁକୁ ଏହାର ସଠିକ ସ୍ଥାନରେ ରଖିବା ଆବଶ୍ୟକ ଯାହା ଫଳରେ ବସ୍ତୁର ସକାରାତ୍ମକ ଶକ୍ତିର ପ୍ରଭାବ ଘର ଉପରେ ପଡ଼ିଥାଏ ଅନ୍ୟଥା ଏହାର ନକାରାତ୍ମକ ପ୍ରଭାବ ପରିଲିଖିତ ହୋଇଥାଏ।

ମହାଭାରତ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଠିରଙ୍କୁ ପାଞ୍ଚଟି ଜିନିଷ ବିଷୟରେ କହିଛନ୍ତି ଏହି ପାଞ୍ଚଟି ଜିନିଷ ଘରେ ରହିବା ଫଳରେ ଘରେ ସୁଖ ସମୃଦ୍ଧି ବଢିବା ସହିତ ଘର ଉପରେ ସକାରାତ୍ମକ ଶକ୍ତିରେ ପ୍ରଭାବ ବଢ଼ିଥାଏ ଫଳରେ ଘରେ କୌଣସି ନକାରାତ୍ମକ ଶକ୍ତି ତାର ପ୍ରଭାବ ଦେଖାଇପାରେ ନାହିଁ। ଯେଉଁ ଘରେ ସୁଖ ଶାନ୍ତି ରହିଥାଏ ସେହିଘରେ ମହାଲକ୍ଷ୍ମୀ ରହିବାକୁ ପସନ୍ଦ କରିଥାନ୍ତି।ଭଗବାନ କହିଥିଲେ କି ଯେଉଁ ଘରେ ଧୂପ, ଦୀପ,ପୁଷ୍ପ,ଗନ୍ଧ ଓ ନୈବେଦ୍ୟ ଭଳି ପଦାର୍ଥ ରହିଥାଏ ସେହିଘରେ ବାସ୍ତୁ ସମସ୍ୟା କେବେବି ଦେଖଦେଇନଥାଏ।

khana

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଯେଉଁ ଘରେ ପାଣିର ଉଚିତ ବ୍ୟବହାର କରାଯାଇଥାଏ ସେହି ଘରେ ସର୍ବଦା ସୁଖ ଓ ସମୃଦ୍ଧି ଲାଗି ରହିଥାଏ।ଭଗବାନ ଶ୍ରୀ କୃଷ୍ଣଙ୍କ କହିବା ଅନୁସାରେ ଘରେ ଚନ୍ଦନର ଉପସ୍ଥିତି ସବୁଠାରୁ ଶୁଭ ଦାୟକ ଅଟେ। ଘରର ଠାକୁର ଘରେ ଚନ୍ଦନକାଠ,ଚନ୍ଦନମାଳ ରଖିବା ଦ୍ଵାରା ଘରେ ସର୍ବଦା ସୁଖ, ଶାନ୍ତି ଲାଗିରହେ ଓ ଘରେ ଧନର ଅଭାବ ଦେଖାଯାଏ ନାହିଁ। ଚନ୍ଦନ ଘରେ ସକାରାତ୍ମକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଓ ଏହା ଘରେ ନକାରାତ୍ମକ ଶକ୍ତିକୁ ନାଶ କରିଥାଏ।

ଘରେ ଗାଈ ଘିଅର ଉପସ୍ଥିତି ଘର ପାଇଁ ଅନେଖ ଶୁଭ ସମ୍ବାଦ ଆଣିଥାଏ ତେଣୁ ଭୋଜନରେ ଓ ଦୀପ ଜଳାଇବାରେ ଗାଇ ଘିଅର ବ୍ୟବହାର କରିବା ଆବଶ୍ୟକ। ଏହା ସହିତ ଚଉଁରା ପାଖରେ ସବୁଦିନ ଘିଅ ଦୀପ ଜଳାଇବା ଆବଶ୍ୟକ। ଘରେ ମହୁର ଉପସ୍ଥିତି ଘରେ ଆନନ୍ଦ ଓ ଉଲ୍ଲାସ ଭାରିଦେଇଥାଏ। ଯାହା ମନୁଷ୍ୟର ଆତ୍ମାକୁ ଶୁଦ୍ଧ କରିଥାଏ। ଏହା ସହିତ ମାତା ସରସ୍ଵତୀଙ୍କ ମୂର୍ତ୍ତି ବା ଫଟୋ ଘରେ ରଖି ଏହାର ପୂଜା ଅର୍ଚ୍ଚନା କରିବା ଆବଶ୍ୟକ ଯାହାଫଳରେ ଘରେ ସର୍ବଦା ବିଦ୍ୟା ଓ ଧନ ଭରପୁର ରହିଥାଏ। ଏହି ସବୁ ଜିନିଷକୁ ଘରେ ରଖିବା ଦ୍ଵାରା ଘରେ କୌଣସି ବି ଅଭାବ ଦେଖାଯାଏ ନାହିଁ।

Leave a Reply

Your email address will not be published. Required fields are marked *