50 ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ୍‌: ମିଳିବ ପୋଷାକ ଭତ୍ତା ସହ ସ୍ମାର୍ଟ ଫୋନ୍‌ ଓ ଗସ୍ତ ଖର୍ଚ୍ଚ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଲେ ମୂଖ୍ୟ ମନ୍ତ୍ରୀ । ପଞ୍ଚାୟତ ସ୍ଥର ରେ କାର୍ଯ୍ୟ କରୁଥିବା 50 ହଦାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମି ମାନଙ୍କୁ ପୋଷାକ ଭତ୍ତା ସ୍ମାର୍ଟ ଫୋନ୍‌ ଏବଂ ଗସ୍ତ ଖର୍ଚ୍ଚ ଦିଆଯିବ । ଏହି ଘୋଷଣା ଏବେ କରିଛନ୍ତି ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ସମସ୍ତ ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମି ମାନଙ୍କୁ ବାର୍ଷିକତ ପୋଷାକ , ଭତ୍ତା ଭାବରେ 1000 ଟଙ୍କା ମିଳିବ ।

ଏବଂ ସମସ୍ତ ଙ୍କୁ ନିଜର ପରିଚୟ ପତ୍ର ଯୋଗେଇ ଦିଆଯିବ । ସେମାନଙ୍କ ମନ ପସନ୍ଦର ର ସ୍ମାର୍ଟ ଫୋନ କିଣିବା ପାଇଁ ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମି ମାନଙ୍କୁ ଏକକାଳୀନ ଭାବେ 5000 ଟଙ୍କା ପ୍ରଦାନ ହେବ । ସବୁ CRP ଓ CM ମାନଙ୍କୁ ପାରିଶ୍ରମିକ ବାବଦ ରେ 3000 ଟଙ୍କା ପ୍ରଦାନ କରାଯିବ । ସବୁ CRP ଓ CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ରେ ମାସକୁ 350 ଚଙ୍କା ଦିଆଯିବ।

Mission

ସେହି ପରି ଭାବେ ସବୁ CRP ଓ CM ମାନଙ୍କୁ ଟେଲିଫୋନ ବାବଦ ରେ 150 ଟଙ୍କା ଦିଆଯିବ । ଯାହା ଫଳ ରେ ଏହା ବୃଦ୍ଧି ପାଇ 250 ଟଙ୍କା ରେ ପହଁଚିବ । ଏହି ପ୍ୟାକେଜ୍ କୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ଅବସ୍ଥା କରିଥିବାର କହିଛନ୍ତି ମୂଖ୍ୟ ମନ୍ତ୍ରୀ ।

ମିଶନ ଶକ୍ତି ଗୋଷ୍ଠୀ ଆନ୍ଦୋଳନ କୁ ଆଗକୁ ନେବା ପାଇଁ ପଞ୍ଚାୟତ ସ୍ଥର ରେ ଏହି ସହାୟକ ଗୋଷ୍ଠୀ ମାନଙ୍କ ପ୍ରମୂଖ ଭୂମିକା ରହିଛି । ରୁପାନ୍ତରିତ ଓଡିଶା ଗଠନ ଦିଗ ରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ୟାକେଜ୍ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୂଖ୍ୟ ମନ୍ତ୍ରୀ କହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *