ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିଠୁ ରାଜ୍ୟ ରେ ବଢିବ ବର୍ଷା ଏହି ନେଇ ପାଣିପାଗ ବିଶେଷଜ୍ଞ୍ୟ କିଛି ନୂଆ ରିପୋର୍ଟ ଜାରି କରିଛନ୍ତି । ଏହା ସହିତ ଆଜିବି ରାଜ୍ୟ ର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ର ସମ୍ଭାବନା ରହିଛି । ଏହି ନେଇ ପାଣିପାଗ ବିଶେଷଜ୍ଞ୍ୟ ମାନେ ୟୋଲ ଆଲର୍ଟ ଜାରି କରିଛନ୍ତି । ଏହି ସବୁ ଜିଲ୍ଲା କୁ ତେବେ ଆସନ୍ତୁ ନଜର ପକେଇବା କେଉଁ କେଉଁ ଜିଲ୍ଲା ମାନଙ୍କୁ ଅଧିକ ବର୍ଷା ର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବ ରେ ଆଜି ପଶ୍ଚିମ ଓଡିଶା ରେ ପାଗ ମେଘୁଆ ରହିବା ସହିତ ଗତ କାଲି କିଛି ଅଞ୍ଚଳ ରେ ବର୍ଷା ମଧ୍ୟ ହୋଇଛି ।
ତେବେ ଗୋଟିଏ ଦୁଇଟି ସ୍ଥାନରେ 20 ମିଲିମିଟର ରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ସମେତ ଉପକୂଳ ଓଡିଶାର କିଛି ସ୍ଥାନରେ ମଙ୍ଗଳବାର ସଂନ୍ଧ୍ୟା ରୁ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ସେହି ପରି ଆଜି ମଧ୍ୟ ଉପକୂଳ ଓଡିଶା ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି । ଏହି ନେଇ ପାଣିପାଗ ବିଭାଗ ପକ୍ଷ୍ୟ ରୁ ସତର୍କ ସୂଚନା କରେଇଦେଇଛି ।
ତେବେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ନୂଆପଡା , ବରଗଡ , ଝାଡସୁଗୁଡା ସୁନ୍ଦରଗଡ , ଟିଟଲାଗଡ , କଳାହାଣ୍ଡି ଏବଂ ହୀରାକୁଦ ଅଞ୍ଚଳ ରେ ଅଦିନିଆ ବର୍ଷା ଲାଗି ରହିବ ।ତେବେ ମଣ୍ଡିରେ ରହିଥିବା ଚାଷୀ ମାନଙ୍କ ଧାନ ଭିଜିଛି ବର୍ଷା ଦାଉ ରୁ ଧାନ କୁ ରକ୍ଷା କରିବା ପାଇଁ ଚାଷୀ ମାନେ ମଧ୍ୟ ଜରି ପାଲ ପକେଇଛନ୍ତି । ସେହି ପରି କୁଆପଥର ମାଡରେ କିଛି ସ୍ଥାନରେ ପରିବା ଫସଲ ନଷ୍ଟ ହୋଇଥିବାର ଜଣାପଡିଛି ।
ତେବେ ଆଜି ଝାଡସୁଗୁଡା ଜିଲ୍ଲା ରେ 45.6 ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହି ପରି ବଲାଙ୍ଗିର ରେ 23 ମିଲିମିଟର ସମ୍ବଲପୁର ରେ 19.7 ମିଲିମିଟର ଏବଂ ହୀରାକୁଦ ରେ 12.2 ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ଅନୁଗୁଳ , କେଉଁଝର , ସୁନ୍ଦରଗଡ , ଭବାନିପାଟ୍ଟନା , ସୋନପୁର , ବୈଦ୍ଧ ଏବଂ ଦାରିଙ୍ଗ୍ ବାଡି ର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞ୍ୟାନ ପକ୍ଷ ରୁ ସୂଚନା ଦିଆଜାଇଛି ।
ଏହା ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ନୂଆ ପଡା , ବରଗଡ , ଝାଡସୁଗୁଡା , ବୈଦ୍ଧ , ସୁନ୍ଦରଗଡ , ଅନୁଗୁଳ , କଳାହାଣ୍ଡି ବଲାଙ୍ଗିର , ସୁବର୍ଣ୍ଣପୁର , କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲା ରେ ଗୋଟିଏ ରୁ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହିତ କୁଆ ପଥର ବର୍ଷା ର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।