ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ଆପଣ ମନେ ଜାଣିଥିବେ ଆଜି କାଲିର ଦୁନିଆ କି ପରିସ୍ଥିତିରେ ଗତି କରୁଛି, ଯାହାକି ଲୋକମାନଙ୍କୁ ଭଲ ବାଟରୁ ଖରାପ ବାଟକୁ ନେଇଆସୁଛି, ବେଶୀ କରି ଭଲ ପାଇବା କଥାରୁ ସମାଜ ପୁରା ତଳକୁ ଖସି ଗଲାଣି, ଭଲ ପାଇବା ଏକ ପବିତ୍ର ବନ୍ଧନ । ପ୍ରେମ କେତେବେଳେ କାହା ସହିତ ହୋଇଥାଏ ତାହା ଜାଣି ହୋଇନଥାଏ ଓ ପ୍ରେମ କେବେ ଜାତି , ଧର୍ମ , ଗୋତ୍ର କିଛି ମାନିନଥାଏ । ହେଲେ କିଛି ଲୋକ ମାନେ ସେଇ ଭଲ ପାଇବା କୁ ଖେଳ ଘର ଭାବି ଲୋକଙ୍କ ସହିତ ଧୋକାବାଜି କରୁଛନ୍ତି ।
ଆଜି ଆମେ ସେହିପରି ଏକ ଘଟଣା ବିଷୟରେ ଜଣେଇବୁ , ଯେଉଁଥିରେ ଜଣେ ପ୍ରେମିକା ନିଜ ପ୍ରେମିକ ପାଇଁ ଚୋରୀ କରି ତାକୁ ଖୁସୀ କରାଉଛି । ସୂଚନା ଅନୁସାରେ ଘଟଣାଟି ଉତ୍ତର ପ୍ରଦେଶ ର ମେରଠର ଅଟେ , ତେବେ ସେଠାରେ ଗୋବିନ୍ଦ ପ୍ଲାଜା ସ୍ଥିତ ଏକ ଫାଇନାନ୍ସ କମ୍ପାନୀରେ ୨ମାସ ହେବ ଏକ ଝିଅ ଆସିଷ୍ଟାଣ୍ଡ ପଦରେ କାମ କରୁଥିଲେ । ଆଶ୍ଚର୍ଯ୍ୟର କଥା ଏହା ଯେ ଯେବେଠୁ ସେହି ଝିଅଟି ଅଫିସରେ ଚାକିରୀ କରିଥିଲେ ସେହି ଦିନଠାରୁ ଅଫିସରୁ ଟଙ୍କା ଚୋରି ହେଉଥିଲା ।
ତେବେ ସେହି କମ୍ପାନୀର ମାଲିକ ଲକ୍କି ରବିବାର ଦିନ ତାଙ୍କ ଅଫିସ ତିଜୋରୀରରେ କିଛି ଟଙ୍କା ରଖିଥିଲେ । କିଛି ସମୟ ପରେ ଆସି ଦେଖିଥିଲେ ସେଥିରେ 4500 ଟଙ୍କା କମ ଥିଲା । ଏ ସମ୍ପର୍କରେ କମ୍ପାନୀ ମାଲିକ ଆସିଷ୍ଟାଣ୍ଡାକୁ ପଚାରି ଥିଲେ , କିନ୍ତୁ ସେ କିଛି କହିନଥିଲେ । ତାପରେ କମ୍ପାନୀର ମାଲିକ ପୋଲିସ ରେ ଅଭିଯୋଗ କରିଥିଲେ । ପୋଲିସ ର ତଦନ୍ତରୁ ଜଣାପଡିଥିଲା ଯେ ଅପରାଧୀ ସେହି ଆସିଷ୍ଟାଣ୍ଡ ଝିଅ ହିଁ ଥିଲା ଓ ସେ ତେଜୋରୀରର ଡୁପ୍ଲିକେଟ ଚାବି ରଖିଥିଲା ।
ସେଥିପାଇଁ ଯେତେବେଳେ କମ୍ପାନୀର ମାଲିକ ବାହାରକୁ ଯାଆନ୍ତି , ସେହି ସମୟର ସଯୋଗ ନେଇ ଝିଅଟି କିଛି ଟଙ୍କା ବାହାର କରୁଥିଲା ଓ ଏହିପରି ଭାବରେ 2 ଲକ୍ଷ ଟଙ୍କା ଗାୟେବ୍ କରି ଦେଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କର କଥା ଯେ ଡୁପ୍ଲିକେଟ ଚାବି ତିଆରି କରିବାରେ ତାର ବର୍ୟଫ୍ରେଣ୍ଡ ହିଁ ସାହାର୍ଯ୍ୟ କରିଥିଲା ଓ ଝିଅ ଟି ତାର ବୟଫ୍ରେଣ୍ଡ ଉପରେ ଟଙ୍କା ଖର୍ଚ୍ଚ କରିବା ପାଇଁ ଏମିତି କରୁଥିଲା ବୋଲି ପଚାରିବାରୁ କହିଥିଲା । ସମସ୍ତ ଘଟଣା ଜାଣିବା ପରେ ପୋଲିସ ସେହି ଝିଅକୁ ଗିରଫ କରିଛି।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।