ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଆମ ଦେଶରେ ଏବେ ଡିଜିଟାଲ ବ୍ୟବସ୍ଥା ଆରମ୍ଭ ହୋଇଛି । ଯାହାଫଳରେ ଘଣ୍ଟା ଘଣ୍ଟାର କାମ ମାତ୍ର କିଛି ମିନିଟ୍ ରେ ହୋଇପାରୁଛି । ଆପଣମାନେ ତ ଫୋନ ପେ ବିଷୟରେ ତ ଜାଣିଥିବେ , ପ୍ରଥମେ ଫୋନ ପେ ଭଲ ଭଲ ଅଫର ଦେଇ ଲୋକମାନଙ୍କୁ ଆକୃଷ୍ଟ କରିଥିଲା ଓ ଫୋନ ପେ ଦ୍ଵାରା ଲୋକମାନେ ବହୁତ ସୁବିଧା ମଧ୍ୟ ପାଉଛନ୍ତି , କିନ୍ତୁ ଏବେ ଡିଜିଟାଲ୍ ପେମେଣ୍ଟ ଆପ୍ ଫୋନ୍ ପେ’ ୟୁଜର୍ସଙ୍କ ଠାରୁ ଟଙ୍କା ଲୁଟିବାକୁ ବ୍ୟବସ୍ଥା କରିଛି ।
ଏବେ ଆଉ ଆପଣମାନେ ମାଗଣାରେ ଫୋନ ପେ ବ୍ୟବହାର କରିପାରିବେ ନାହିଁ , କାରଣ ଫୋନ ପେ ରେ ଏବେ ପ୍ରତିଟି ଟ୍ରାଞ୍ଜାକ୍ସନ କରିବା ପାଇଁ ଫୋନ ପେ ଆପଣଙ୍କ ଠାରୁ ଚାର୍ଜ ନେବ ବୋଲି ଜଣାପଡ଼ିଛି । ମୋବାଇଲ୍ ରିଚାର୍ଜ କଲେ ମଧ୍ୟ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ପଡ଼ିବ । ଏବେ ଯାଏଁ ଫୋନ୍ ପେ ୟୁଜର୍ସଙ୍କୁ ଅଧିକ କୌଣସି ପ୍ରୋସେସିଂ ଫି ଦେବାକୁ ପଡ଼ୁନଥିଲା , କିନ୍ତୁ ଏବେ ଫୋନ୍ ପେ’ ବ୍ୟବହାର କରି ମୋବାଇଲ୍ ରିଚାର୍ଜ କରିବା ଲୋକମାନଙ୍କ ପାଇଁ ମହଙ୍ଗା ହୋଇଛି।
କାରଣ ଏବେ ଫୋନ ପେ ପ୍ରତି ଟ୍ରାଞ୍ଜାକ୍ସନ୍ରେ ଏହି ଏଣିକି ୧-୨ ଟଙ୍କା ଚାର୍ଜ ନେବ ବୋଲି ଜଣାପଡ଼ିଛି। ଏବେ ଜାଣନ୍ତୁ କେତେ ଟଙ୍କା ରୁ ଅଧିକ ହେଲେ ଫୋନ ପେ ପ୍ରୋସେସିଂ ବି ଲଗେଇବ । ସୂଚନା ଅନୁସାରେ ୫୦ ଟଙ୍କାରୁ ଅଧିକ ରିଚାର୍ଜ କଲେ ହିଁ ଏହି ପ୍ରୋସେସିଂ ଫି ଲାଗୁ ହେବ। ଦେଶରେ ବିମୁଦ୍ରିକରଣ ହେବା ଦିନଠାରୁ ଲୋକମାନେ ଅନଲାଇନ୍ ନେଣଦେଣ କରୁବାକୁ ଲାଗିଛନ୍ତି ।
କରୋନା ମହାମାରୀ ବ୍ୟାପିବା ପରଠାରୁ ଅନଲାଇନ ନେଣଦେଣର ବ୍ୟବହାର ବହୁଗୁଣିତ ହୋଇଯାଇଛି। କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ଉପରେ ସରକାର ଜୋର ଦେଉଥିବା ବେଳେ ଲୋକେମାନେ ମଧ୍ୟ ତାଙ୍କୁ ପାଳନ କରୁଛନ୍ତି । ଲୋକମାନେ ଏଟିଏମ ନେଇ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେଉନାହାନ୍ତି କି ପକେଟ୍ରେ ଟଙ୍କା ଧରି ବାହାରକୁ ବାହାରୁ ନାହାଁନ୍ତି । କିନ୍ତୁ ଏହି ସୁବିଧା ଏବେ ଲୋକମାନଙ୍କ ପକେଟ୍ ଉପରେ ବୋଝ ହେବାକୁ ଯାଉଛି।
ବଜାରରେ ଏବେ ଅନେକ ପେମେଣ୍ଟ ଆପ୍ ରହିଛି , କିନ୍ତୁ ଲୋକେ ଗୁଗଲ ପେ, ପେଟିଏମ୍ ଏବଂ ଫୋନ୍ ପେ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି । ଗୁଗଲ ପେ ଏବଂ ପେଟିଏମ ଟ୍ରାଞ୍ଜାକ୍ସନ ପାଇଁ ଅଧିକ ଚାର୍ଜ କରିନଥିବା ବେଳେ ଫୋନ୍ ପେ କିନ୍ତୁ ଏବେ ଏହି ନିୟମ ଲାଗୁ କରିଛି। ସୂଚନା ଅନୁସାରେ, ୫୦ ଟଙ୍କାରୁ କମ୍ ରିଚାର୍ଜ ଉପରେ ଫୋନ ପେ କୌଣସି ଚାର୍ଜ ନେବ ନାହିଁ , କିନ୍ତୁ ୫୦-୧୦୦ ଟଙ୍କା ରିଚାର୍ଜ ଉପରେ ଏକ ଟଙ୍କା ଏବଂ ତାଠୁ ଅଧିକ ହେଲେ ୨ ଟଙ୍କା ଲାଗିବ। ଫୋନ ପେ ରେ ହେଉଥିବା ଅନ୍ୟ ଟ୍ରାଞ୍ଜାକ୍ସନ ପୂର୍ବ ଭଳି ମାଗଣା ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।