ବିବାହର ୩୦ ବର୍ଷ ପରେ ସ୍ତ୍ରୀର ସାଙ୍ଘାତିକ ଅଭିଯୋଗ , ସ୍ବାମୀ ଦେଉନି ସମୟ , ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା !

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ବିବାହକୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ। ବିବାହ ସମୟରେ ଉଭୟ ଦମ୍ପତି ସାତ ଜନ୍ମର ସାଥ୍ ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇ ଥାଆନ୍ତି। କିନ୍ତୁ ଏବେ ଆମ ସମାଜରେ ଏବେ ଏପରି କିଛି ଲୋକମାନେ ଅଛନ୍ତି ଯେଉଁମାନେ କି ଏହି ପବିତ୍ର ବନ୍ଧନ ର ମୂଲ୍ୟ ନବୁଝି ସେହି ପବିତ୍ର ବନ୍ଧନକୁ ଗୋଡ଼ରେ ଆଡେଇ ଦେଉଛନ୍ତି । ଯାହାକି ଆମ ହିନ୍ଦୁ ସମାଜ ପାଇଁ ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା । ଏହିପରି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଜୋର ସୋରରେ ଭାଇରଲ ହେବାରେ ଲାଗିଛି।

ଆଜି ଆମେ ଏପରି ଘଟଣା ବିଷୟରେ ଜଣେଇବୁ ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବାହାଘରର ୩୦ ବର୍ଷ ପରେ ବି ସ୍ୱାମୀ ଓ ସ୍ତ୍ରୀ ଉଭୟ ଉଭୟଙ୍କ ନାଁ ରେ ଅଭିଯୋଗ ଆଣିଛନ୍ତି । ଏଭଳି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଘଟଣା ଟି ହେଲା, ଜଣେ ଯୁବକ ଓ ଜଣେ ଯୁବତୀ ବିବାହ କରିବା ପରେ ୩୦ ବର୍ଷ ଧରି ସାଥିରେ ରହିଥିଲେ । ସେ ଯୁବକ ଜଣଙ୍କ ଏକାଇସି ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି ।

ପୁଅଟି ଗଡ଼ଗାଁଓରେ ଚାକିରୀ କରିଛନ୍ତି ଓ ଝିଅଟି ହଷ୍ଟେଲରେ ରହି ପାଠ ପଢୁଛି । ପରିବାର ହସ ଖୁସିରେ ଚାଲୁଥିଲା , କିନ୍ତୁ ହଠାତ ଦିନେ ଦୁହିଁଙ୍କ ମଧ୍ୟରେ କଳହ ସୃଷ୍ଟି ହେଲା ଓ କଳହ ଏତେ ବଢ଼ିଯାଇଥିଲା ଯେ , ଦୁହେଁ ଭୋପାଳ ଫ୍ୟାମିଲ କୋର୍ଟରେ ଉଭୟ ଉଭୟଙ୍କ ନାଁ ରେ ଅଭିଯୋଗ କରିଛନ୍ତିି । ଯୁବକ ଜଣଙ୍କ କହିବା ଅନୁସାରେ , ତାଙ୍କ ସ୍ତ୍ରୀ ପ୍ରତିଦିନ ରାତି ୨ ଟାରେ ଘରକୁ ଫେରନ୍ତି ଓ ତାଙ୍କୁ ପଚାରିଲେ ସେ ଖୁବ ଜୋରରେ ପାଟି ତୁଣ୍ଡ କରିବା ସହିତ ଝଗଡ଼ା ମଧ୍ୟ କରିଥାନ୍ତି ।

fighting

ଅନ୍ୟ ପକ୍ଷରେ ମହିଳା ଜଣଙ୍କ କହୁଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ସମୟ ଦେଉ ନାହାନ୍ତି , ତା ସହିତ ଛୋଟ ଛୋଟ କଥାରେ ଘରର ଚାକର ମାନଙ୍କ ସାମନାରେ ମାଡ ମାରନ୍ତି । ଉଭୟଙ୍କ କଥା ଶୁଣିବା ପରେ କୋର୍ଟ ର ବିଚାରପତି ତାଙ୍କ ପ୍ରଦିଦିନ ଜୀବନ ବିଷୟରେ ପଚାରିଥିଲେ । ମହିଳା ଜଣକ କହିଥିଲେ ଯେ , ସକାଳ ୭ ରେ ୱାକିଂ,୮ ରେ ଯୋଗ, ସନ୍ଧ୍ୟା ୫ ରେ ଡ୍ୟାନ୍ସ କ୍ଲାସ ଯାଆନ୍ତି ଓ ରାତିରେ ସାଙ୍ଗ ମାନଙ୍କ ସହ ମିଶି ମଜା ମସ୍ତି କରିବା ପାଇଁ ପାର୍ଟିକୁ ଯାଇ ଥାଆନ୍ତି।

ଏହାପରେ ଯୁବକ ଜଣଙ୍କ କହିଲେ ଯେ ସେ ଚାକିରୀ କରନ୍ତି ଓ ମାସକୁ ୪୪ ହଜାର ଟଙ୍କା ରୋଜଗାର କରନ୍ତି ତା ସହିତ ପରିବାରର ସବୁ ଖର୍ଚ୍ଚ ଓ ଦାୟିତ୍ବ ସେ ତୁଲାଇ ଥାଆନ୍ତି। ଦୁଇ ଜଣଙ୍କ କଥା ଶୁଣିବା ପରେ କୋର୍ଟ ର ବିଚାରପତି ସେ ଯୁବକଙ୍କୁ କହିଥିଲେ ଯେ , ତୁମେ ତମ ସ୍ତ୍ରୀ ଙ୍କୁ ମାସକୁ ୧୦ ହଜାର ଟଙ୍କା ଲେଖାଏଁ ଦେବ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *