ନିଜ ସ୍ତ୍ରୀ ୫୫ ବର୍ଷ ବୟସର ଜଣେ ବୃଦ୍ଧାଙ୍କୁ ଏକ ଲକ୍ଷ ଟଙ୍କାରେ ବିକ୍ରି କଲା ସ୍ୱାମୀ , ତାପରେ ହେଲା କିଛି ଏମିତି ।

husband sold his wife

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ବିବାହ ହେଉଛି ଏକ ପବିତ୍ର ବନ୍ଧନ , ବିବାହ ସମୟରେ ସାତ ଜନ୍ମ ପର୍ଯ୍ୟନ୍ତ ସାଥିରେ ରହିବେ ବୋଲି ଶପଥ ନେଇଥାନ୍ତି । କିନ୍ତୁ ଆଜିର କିଛି ଯୁବପିଢି ସାତ ଜନ୍ମ କଣ ବିବାହର କିଛି ମାସ ମଧ୍ୟରେ ଅନ୍ୟ ଜଣଙ୍କ ହାତରେ ନିଜ ସ୍ତ୍ରୀ କୁ କିଛି ଟଙ୍କା ପାଇଁ ବିକ୍ରି କରି ଦେଉଛନ୍ତି । ଆଜି ଆମେ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ , ଘଟଣାଟି ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ପ୍ରଥମେ ପ୍ରେମ ହେଲା ଓ ବିବାହର ତିନି ମାସ ପରେ ସ୍ତ୍ରୀଙ୍କୁ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ନିକଟରେ ଏକ ଲକ୍ଷ ଟଙ୍କାରେ ବିକ୍ରି କରିଦେଲା ଜଣେ ସ୍ବାମୀ । ଏହି ମାମଲାରେ ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ସ୍ଵାମୀ କିଶୋର ଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାର ବେଡପଡା ଥାନା ଅଞ୍ଚଳରେ କିଛି ମାସ ପୂର୍ବେ ୧୭ବର୍ଷ ଏକ କିଶୋରର ବିବାହ ୨୪ ବର୍ଷୀୟ ଝିଅ ସୋସିଆଲ ମିଡିଆ ଜରିଆରେ ପରସ୍ପରକୁ ଜାଣିଥିଲେ । ତାପରେ ଦୁଇ ଜଣଙ୍କ ପ୍ରେମ ଏତେ ଗଭୀର ହୋଇଗଲା ଯେ ଦୁଇ ଜଣ ପରସ୍ପରକୁ ବିବାହ କରିଲେ ।

womens

ବିବାହର କିଛି ସମୟ ପରେ ସ୍ଵାମୀ ସ୍ତ୍ରୀ ଦୁଇଜଣ ରାୟପୁରରେ ଏକ ଇଟା ଭାଟିରେ କାମ କରୁଥିଲେ । ସେଥିରୁ ଯେତିକି ରୋଜଗାର କରୁଥିଲେ ସେଥିରେ ତାଙ୍କ ପରିବାର ଚଳୁଥିଲା । ଓଡିଶା ପୋଲିସର କହିବା ଅନୁସାରେ ମୁତାବିକ, କିଛି ଦିନ ପୂର୍ବେ ସେ ରାଜସ୍ଥାନ ଯାଇ ୫୫ ବର୍ଷୀୟ ଏକ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କାରେ ତାଙ୍କ ସ୍ତ୍ରୀଙ୍କୁ ବିକ୍ରି କରିଦେଲା । ସେହି ଏକ ଲକ୍ଷ ଟଙ୍କାରେ ସେ ଖାଇବା ପାଇଁ କିଛି ଖର୍ଚ୍ଚ କରିଲା ଓ ବାକି ମୂଲ୍ୟରେ ଏକ ଦାମୀ ଫୋନ କିଣିଲା। ଏତିକି ନୁହେଁ ସେ ନିଜର ଓ ଝିଅର ଘର ଲୋକଙ୍କୁ କହିଲାକି ତାଙ୍କର ସ୍ତ୍ରୀ ଆଉ କାହା ସହ ଫେରାର ହୋଇଯାଇଛି।

କିନ୍ତୁ ଏକଥା ଶୁଣିବା ପରେ ଝିଅର ଘର ଲୋକ ଆଦୌ ବିଶ୍ଵାସ କରିନଥିଲେ ଓ ବେଲପଡା ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ପ୍ରଥମେ ପୋଲିସ ମାମଲାର ତଦନ୍ତ ଆରମ୍ଭ କଲା ଓ ସ୍ଵାମୀର ଗତିବିଧି ଓ ମୋବାଇଲର କଲ ଡିଟେଲ୍ସ ଖୋଜିବା ପାଇଁ ଲାଗିଲା । ତଦନ୍ତ ର କିଛି ଦିନ ପରେ ମାମଲା ଉପରୁ ପରଦା ଉଠିଗଲା। ଆରୋପୀ ସ୍ଵାମୀଙ୍କର ସ୍ତ୍ରୀଙ୍କୁ ପୋଲିସର ଏକ ଟିମ୍ ରାଜସ୍ଥାନରୁ ଉଦ୍ଧାର କରିଥିଲେ ।

କୋର୍ଟରେ ଝିଅ କହିଲେକି ତାଙ୍କର ସ୍ଵାମୀ ପଇସା ଲୋଭରେ ଅନ୍ୟ ଜଣଙ୍କ ପାଖରେ ବିକ୍ରି କରିଥିଲେ । ତାପରେ ସମସ୍ତ ଘଟଣା ଜାଣିବା ପରେ କୋର୍ଟର ଆଦେଶ ଅନୁସାରେ ଝିଅ ଘର ଲୋକଙ୍କ ନିକଟରେ ପହଞ୍ଚିଗଲେ। ଆରୋପୀ ସ୍ଵାମୀଙ୍କୁ ସୁଧାର ଗୃହ ପଠାଗଲା ଓ ଆରୋପୀ ସ୍ଵାମୀଙ୍କ କହିଥିଲା ଯେ , ସେ ସେହି ବ୍ୟକ୍ତିଙ୍କ ଠାରୁ କେବଳ ୬୦ହଜାର ଟଙ୍କା ଉଧାର ଆଣିଥିଲା ଓ ବାକି ପଇସା ସେ ପରେ ଦେଇଥାନ୍ତା ବୋଲି କହିଥିଲା । ଏହି ଆଉ କିଏ ସମ୍ପୃକ୍ତ ଅଛି ପୋଲିସ ତଦନ୍ତ ଚଳାଇଛି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *