ପ୍ୟାନ କାର୍ଡ ଥିଲେ ନିଶ୍ଚୟ ପଢି ନିଅନ୍ତୁ ଏହି ଖବର – ନ ହେଲେ ପଡିବେ ଅସୁବିଧାରେ

PAN card

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କ ସମସ୍ତ ଙ୍କ ପାଖରେ ପାନ କାର୍ଡ ନିହାତି ଭାବରେ ଥିବ, ତେବେ ପାନ୍ କାର୍ଡ ସମନ୍ଧ୍ୟ ଏବେ କିଛି ନୂଆ ନିୟମ ଆସୁଛି ଯାହା ଏଣିକି ଆପଣ ଙ୍କୁ ପାନ୍ କାର୍ଡ ଥିଲେ ଏହି କାମ କରିବାକୁ ହେବ ନହେଲେ ଆପଣ ହଇରାଣ ର ସମୂଖିନ ହୋଇ ପାରନ୍ତି । ତେବେ ଆସନ୍ତୁ ଜାଣିନେବା ପାନ୍ କାର୍ଡ ର ନୂଆ ନିୟମ କଣ ରହିଛି ସେଥିପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

ପ୍ରାୟତ ସମସ୍ତ ଭାରତିୟ ପାଖରେ ଆଧାର କାର୍ଡ ନିହାତି ଭାବରେ ରହିଥାଏ ତେବେ ଏହି ଆଧାର ସହ ପାନ୍ କାର୍ଡ ଲିଙ୍କ୍ କରିବା ନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ପୂର୍ବ ରୁ ଅନେକ ବିଜ୍ଞ୍ୟତି ଜାରି କରାଯାଇଛି, ଏହା ସହ ପାନ୍ କାର୍ଡ କୁ ଆଧାର କାର୍ଡ ଲିଙ୍କ୍ କରିବାର ତାରିଖ ମଧ୍ୟ ପୂର୍ବ ରୁ ଅନେକ ଥର ବୃଦ୍ଧି ବି କରାଯାଇଛି ହେଲେ ଏହାର ସମୟ ସିମା ଅବଦ୍ଧି କୁ କେନ୍ଦ୍ର ସରକାର ଏବେ ପୁଣି ଆଉ ଥରେ ବୃଦ୍ଧି କରିଛନ୍ତି ।

PAN card link with Aadhaar

ତେବେ ବର୍ଦ୍ଧିତ ସମୟ ସିମା ଅନୁଯାଇ ଏବେ ସମସ୍ତେ 2022 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ନିଜ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରାଇ ପାରିବେ । ତେବେ ଯେଉଁ ମାନେ ଲିଙ୍କ୍ କରାଇ ନାହାନ୍ତି ସେମାନେ ଏହି ସମୟ ମଧ୍ୟରେ ତରନ୍ତ ଅପିଲ୍ କରିବା ପାଇଁ କେନ୍ଦ୍ର ସରକାର ଙ୍କ ପକ୍ଷରୁ ପରାମର୍ଶ ଦିଆ ଯାଇଛି । ତେଣୁ ଯେଉଁ ମାନେ ଧାର୍ଯ୍ୟ ସମୟ ପୂର୍ବ ରୁ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ କରିବେ ନାହିଁ ସେମାନଙ୍କ ପାନ୍ କାର୍ଡ ଡି ଆକଟିଭ୍ କରି ଦିଆଯିବ ବୋଲି ସ୍ପଷ୍ଟ ଭାବରେ ସୂଚନା ଦିଆ ଯାଇଛି ।

କେବଳ ଏତିକି ନୁହେଁ ଏହା ସହ ସମ୍ପୂକ୍ତ ବ୍ୟକ୍ତି ଙ୍କୁ ମୋଟା ଅଙ୍କର ଜୋରିମନା ଦେବାକୁ ପଡିବ, ଯଦି କେହିଁ ମାର୍ଚ୍ଚ 31ତାରିଖ ମଧ୍ୟରେ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ ନ କରନ୍ତି ତେବେ ସେମାନଙ୍କୁ ଏକ ହଜାର ଟଙ୍କା ଜୋରିମନା ଦେବାକୁ ପଡିବ । ସେହିପରି ପାନ୍ କାର୍ଡ ଡି ଆକଟିଭ୍ କରିଥିବା ବେଳେ ବ୍ୟବହାର କରିଲେ ସେମାନଙ୍କୁ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମନା ଦେବାକୁ ପଡିବ ।

PAN card link

ତେବେ ସମସ୍ତ କାର୍ଯ୍ୟ ପାଇଁ ପାନ୍ କାର୍ଡ ବ୍ୟବହାର ବାଧ୍ୟତା ମୂଳକ ରହିଥାଏ ତେଣୁ ପାନ୍ କାର୍ଡ ଡି ଆକଟିଭ୍ ଥିଲେ ବିଭିନ୍ୟ ପ୍ରକାର ର ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି, ଯେମିତିକି କୌଣସି ବ୍ୟାଙ୍କ ଏକାଉଣ୍ଟ ଖୋଲିବା ସମୟ ରେ ସମସ୍ୟା ଦେଖାଯିବ, ଏପରିକି ପାନ୍ କାର୍ଡ ନିହାତି ଆବଶ୍ୟକ ଥିବା କ୍ଷେତ୍ରରେ ବିଭିନ୍ୟ ସମସ୍ୟା ମାନ ଦେଖାଯିବ । ତେଣୁ ଯଦି ବର୍ତମାନ ପର୍ଯ୍ୟନ୍ତ ଏହି ପାନ୍ କାର୍ଡ ସହ ଆ ଧାର କାର୍ଡ ଲିଙ୍କ୍ କରି ନାହାନ୍ତି ତେବେ ଏବେ ତାହାକୁ ତୁରନ୍ତ କାରାଇ ନିଅନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *