Jyotisha Shastra – ଏମାନେ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି,ଯାହା ଚାହଁନ୍ତି ତାହା କରନ୍ତି, ଏମାନଙ୍କ ସହ ଶତ୍ରୁତା ପଡ଼ିଥାଏ ମହଙ୍ଗା

4 rasi

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶିଚକ୍ରର ୧୨ଟି ରାଶି ମଧ୍ୟରୁ ପ୍ରତ୍ୟେକ ରାଶି ଙ୍କ ସ୍ୱଭାବ ପରସ୍ପର ଠାରୁ ଭିନ୍ନ ହୋଇଥାଏ । ଗ୍ରହ ମାନଙ୍କ ଚଳନ ତଥା ପ୍ରତ୍ୟେକ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷରରୁ ସେହି ବ୍ୟକ୍ତି ର ରାଶି ସମ୍ବନ୍ଧରେ ଜଣା ପଡ଼ିଥାଏ । ରାଶି ଜଣେ ବ୍ୟକ୍ତିଙ୍କ ଭବିଷ୍ୟ ନିର୍ଣ୍ଣୟ କରିଥାଏ। ତେବେ ଆମ ରାଶି ଚକ୍ରରେ କିଛି ଏଭଳି ରାଶି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ତଥା ଭବିଷ୍ୟତ ଅନ୍ୟ ରାଶି ମାନଙ୍କ ଅପେକ୍ଷା ଅଧିକ ତେଜ ହୋଇଥାଏ ଏବଂ ସେହି ରାଶି ମାନେ ଅନ୍ୟ ରାଶି ଅପେକ୍ଷା ଅଧିକ ଧନୀ ଓ ଭାଗ୍ୟଶାଳୀ ହୋଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜ୍ୟୋତିଷଶାସ୍ତ୍ର ଆଧାରରେ ଦୁନିଆ ର ସବୁଠାରୁ ଭାଗ୍ୟଶାଳୀ ୪ଟି ରାଶି ଗୁଡ଼ିକ ସମ୍ବନ୍ଧରେ କହିବାକୁ ଯାଉଛୁ । ଯେଉଁ ମାନଙ୍କ ମଧ୍ୟରୁ ଦୁଇଟି ରାଶି ମଙ୍ଗଳ ଗ୍ରହ ଏବଂ ଦୁଇଟି ରାଶି ଶନି ଗ୍ରହର ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ରୂପରେ ଜାଣିବା ।

astrolog

ମେଷ ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ମେଷ ରାଶି । ଏହି ରାଶି ରାଶିଚକ୍ରର ପ୍ରଥମ ରାଶି ଅଟେ ଏବଂ ଏହି ରାଶିର ସ୍ୱାମୀ ଗ୍ରହ ମଙ୍ଗଳ ଅଟନ୍ତି । ମଙ୍ଗଳଗ୍ରହ ଗ୍ରହ ମାନଙ୍କ ପ୍ରତିନିଧି ଗ୍ରହ ଅଟେ । ଏହି କାରଣ ରୁ ମେଷ ରାଶିର ବ୍ୟକ୍ତି ମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ରହିଥାଏ ଏବଂ ଏମାନେ ସମସ୍ତ କାର୍ଯ୍ୟ ରେ ନେତୃତ୍ୱ ବହନ କରିଥାନ୍ତି ଏବଂ ସେହି କାର୍ଯ୍ୟ କୁ ପୂର୍ଣ ମଧ୍ୟ କରିଥାନ୍ତି । ଏହି କାରଣରୁ ଏହି ରାଶିର ବ୍ୟକ୍ତିତ୍ୱ ଅନ୍ୟ ରାଶି ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଥାନ୍ତି ଏବଂ ଏଥିପାଇଁ ଏମାନଙ୍କୁ ମଙ୍ଗଳ ଗ୍ରହ ସହଯୋଗ କରିଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜ ପରିଶ୍ରମ ବଳରେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ।

ବିଚ୍ଛା ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି ‘ବିଚ୍ଛା ରାଶି’ । ମେଷ ରାଶି ଭଳି ଏହି ରାଶିର ସ୍ୱାମୀ ଗ୍ରହ ମଧ୍ୟ ମଙ୍ଗଳ ଗ୍ରହ ଅଟେ । ଏଥିପାଇଁ ଏହି ରାଶିର ବ୍ୟକ୍ତିତ୍ୱ ସାହସୀ ହୋଇଥାଏ । ଏହି ରାଶିର ବ୍ୟକ୍ତି ମାନେ ଅସମ୍ଭବ କାର୍ଯ୍ୟ କୁ ମଧ୍ୟ ସମ୍ଭବ କରି ଦେଖାଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମଙ୍ଗଳ ଗ୍ରହର ସହଯୋଗ ରହିଥାଏ । ଏହି ରାଶି ମାନେ ଅନ୍ୟ ରାଶି ଅପେକ୍ଷା ଅଧିକ ପରିଶ୍ରମୀ ହୋଇଥାନ୍ତି ଏବଂ ସମସ୍ତ କାର୍ଯ୍ୟ ନିଷ୍ଠାର ସହ ସମ୍ପୂର୍ଣ୍ଣ କରିଥାନ୍ତି । ଏହି ରାଶି ର ବ୍ୟକ୍ତି ବହୁତ ଭାଗ୍ୟଶାଳୀ ଅଟନ୍ତି ।

Astrology

ମକର ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘ମକର ରାଶି’ । ଏହି ରାଶିର ସ୍ୱାମୀ ଗ୍ରହ ହେଉଛି ଶନି ଗ୍ରହ । ଗ୍ରହ ମାନଙ୍କ ମଧ୍ୟରେ ଶନିଗ୍ରହ ନାୟୀ ଅଟନ୍ତି । ତେଣୁ ମକର ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ଙ୍କ ଅପାର କୃପାଦୃଷ୍ଟି ରହିଥାଏ । ଏହି ରାଶିର ବ୍ୟକ୍ତି ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ପୂର୍ଣ୍ଣ ରୂପରେ ରହିଥାଏ । ଏହି ରାଶିର ବ୍ୟକ୍ତି ମାନେ ନିଜ କଠିନ ପରିଶ୍ରମ ଦ୍ଵାରା ଉଚ୍ଚ ରୁ ଉଚ୍ଚ ସଫଳତା ହାସଲ କରିଥାନ୍ତି । ମକର ରାଶିର ବ୍ୟକ୍ତି ମାନେ ଯଦି ନିଜର କାର୍ଯ୍ୟ କୁ ସଚ୍ଚୋଟ ଭାବରେ କରିଥାନ୍ତି ତେବେ ତାଙ୍କୁ ଭଗବାନ ଶନି ଦେବ ନିଶ୍ଚିତ ଭାବରେ ଫଳ ପ୍ରଦାନ କରିଥାନ୍ତି । ଏହି କାରଣରୁ ଏହି ରାଶି ଅନ୍ୟ ରାଶି ଅପେକ୍ଷା ଅଧିକ ଭାଗ୍ୟଶାଳୀ ଅଟନ୍ତି ।

କୁମ୍ଭ ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି କୁମ୍ଭ ରାଶି । ଏହି ରାଶି ରାଶିଚକ୍ର ର ୧୧ ତମ ରାଶି ଅଟେ । ଏହି ରାଶିର ସ୍ୱାମୀ ଗ୍ରହ ଶନି ଗ୍ରହ ଅଟେ । କୁମ୍ଭ ରାଶିର ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଏବଂ ଜୀବନ ରେ ସର୍ବଦା ସଠିକ ନିର୍ଣ୍ଣୟ ନେଇଥାନ୍ତି । ଏହି ରାଶି ମାନଙ୍କ ଉପରେ ଭଗବାନ ଶନିଦେବ ଙ୍କ ଆଶୀର୍ବାଦ ରହିଥାଏ ।

ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *