ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋହା ଭାରତ ଗ୍ରନ୍ଥରେ ମନୁଷ୍ୟ କୁ ଭୋଜନ କରିବା ସମୟ ରେ କିଛି ବହୁତ ଜରୁରୀ ନିୟମ ବିଷୟ ରେ କୁହାଯାଇ ଅଛି । ଯଦି କୌଣସି ମନୁଷ୍ୟ ଏହି ନିୟମ ର ପାଳନ କରି ଭୋଜନ କରିବ ତେବେ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ବୈଭବ ର ପ୍ରାପ୍ତ କରିଥାଏ । ଶାସ୍ତ୍ର ରେ କୁହାଯାଇ ଥିବା ଏହି ନିୟମ ବୈଜ୍ଞାନିକ ଦୃଷ୍ଟି କୋଣ ରେ ମଧ୍ୟ ପରିପୂର୍ଣ୍ଣ ଅଟେ, ଏହି ପ୍ରକାର ଭୋଜନ କରିବା ଦ୍ୱାରା ମଣିଷ ସବୁ ଦେବୀ ଦେବତା ଙ୍କର ଆଶ୍ରୀବାଦ ପ୍ରାପ୍ତ କରିଥାଏ । ଆପଣ ମାନେ ବି ଭୋଜନ କରିବା ସମୟ ରେ ଏହି ନିୟମ କୁ ଅବସ୍ୟ ପାଳନ କରନ୍ତୁ, ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୋଡିକ କଣ କଣ ସେଥିପାଇଁ ଆମ ପୋଷ୍ଟକୁ ଶେଷ ଯାଏ ନିଶ୍ଚ ପଢନ୍ତୁ ।
ପ୍ରଥମ କଥା ଭୋଜନ କରିବା ଆଗରୁ ପାଦ ହାତ ମୂଖ କୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ୍, ଭୋଜନ ଆଗରୁ ଅର୍ଣ୍ଣ ଦେବତା ଏବଂ ଅର୍ଣ୍ଣପୂର୍ଣ୍ଣା ମାତା ଙ୍କୁ ସ୍ତୁତି ବୋଲି ତାଙ୍କୁ ଧନ୍ୟବାଦ ଦେଇ ସବୁ ଭୋକିଲା ପ୍ରାଣି ଙ୍କୁ ଭୋଜନ ପ୍ରାପ୍ତ ହୋଉ ବଲି ଇଶ୍ୱର ଙ୍କୁ ପ୍ରାଥନା କରି ଭୋଜନ ଆରମ୍ଭ କରିବା ଉଚିତ୍ । ଭୋଜନ ବନାଉ ଥିବା ମହିଳା ଙ୍କୁ ସ୍ନାନ କରି ସୁଦ୍ଧ ମନରେ ମନ୍ତ୍ର ଜପ କରି ରୋଷଇ ଘରେ ଭୋଜନ ତିଆରି କରିବା ଉଚିତ୍ ।
ସର୍ବ ପ୍ରଥମେ ତିନଟି ରୁଟି ଗୋଟିଏ ଗାଈ ପାଇଁ ଗୋଟିଏ କୁକୁର ପାଇଁ ଏବଂ କାଉ ପାଇଁ ଅଲଗା ତିଆରି କରି ସାରି ଅଗ୍ନି ଦେବଙ୍କୁ ଭୋଗ ଲଗାଇଲା ପରେ ଘର ଲୋକଙ୍କୁ ଖାଇବା କୁ ଦେବା ଉଚିତ୍ ଏବଂ ଭୋଜନ ଘରେ ବସି ସମସ୍ତେ କରନ୍ତୁ, ଚେଷ୍ଟା କରନ୍ତୁ ପରିବାରର ସବୁ ସଦଶ୍ୟ ଙ୍କ ସହିତ ମିଶି ବିକି ଭୋଜନ କରିବା ପାଇଁ । ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାରର ସଦଶ୍ୟ ଙ୍କ ସହିତ ପ୍ରେମ ଏକତା ରହି ନଥାଏ ।
ଦିତୀୟ ରେ ଭୋଜନ ସମୟ ସକାଳେ ଏବଂ ସନ୍ଧ୍ୟା ସମୟ ଅଟେ କାରଣ ପାଚନ କ୍ରିୟାର ଯଟିଳ ଅଗ୍ନି ସୂର୍ଯ୍ୟ ଦେବଙ୍କ ଉଦୟ ର ଦୁଇ ଘଣ୍ଟା ପରେ ଏବଂ ସୂର୍ଯ୍ୟ ଅସ୍ତ ହେବାର ଅଧଘଣ୍ଟା ଆଗରୁ ରହିଥାଏ, ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ସେ ଯୋଗି ଏବଂ ଯେଉଁ ବ୍ୟକ୍ତି ଦୁଇଥର ଭୋଜନ କରେ ତାକୁ ଭୋଗି ବୋଲି କୁହାଯାଇ ଥାଏ ।
ତୃତୀୟ କଥା ଭୋଜନ କରିବାର ଦିଗ ଭୋଜନ ପୂର୍ବ ଏବଂ ଉତ୍ତର ଦିଗ କୁ ମୂଖ କରି ଭୋଜନ କରିବା ଉଚିତ୍, ଦକ୍ଷୀଣ ଦିଗକୁ ମୂଖ କରି ଭୋଜନ କରିବା ଦ୍ୱାରା ଏହା ପ୍ରେତ କୁ ପ୍ରାପ୍ତ ହୋଇଥାଏ, ପଶ୍ଚିମ ଦିଗରେ କରାଯାଇ ଥିବା ଭୋଜନ ରୋଗ ସୃଷ୍ଟି କରିଥାଏ ।
ଚତୃର୍ଥ କଥା ଏହିପରି ଅବସ୍ତା ରେ ଭୋଜନ କରନ୍ତୁ ନାହିଁ ଖଟ ଉପରେ ବସି କିମ୍ବା ହାତରେ ଧରି କିମ୍ବା ଭାଙ୍ଗି ଯାଇଥିବା ବାସନ ରେ ଭୋଜନ ନ କରିବା ଉଚିତ୍, ବର ଗଛ ଏବଂ ଅସସ୍ତ ଗଛରେ ବସି ଭୋଜନ କରିବା ଅନୁଚିତ୍ ଏବଂ ଯୋତା ପନ୍ଧିକି ମଧ୍ୟ ଭୋଜନ କରିବା ଅନୁଚିତ୍ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।