ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ଜାଣନ୍ତି କି ଗତ ଦୁଇ ବର୍ଷ ହେଲା ବିଶ୍ୱ ରେ କେମିତି ମହାମାରୀ ଖେଳିହୋଇଥିଲା । ବର୍ତମାନ କିଛି ମାସ ହେଲା କୋରନା ମହାମାରୀ କମିଥିବାର ଦେଖିବା ପାଇଁ ମିଳିଥିଲା । ଏହି କରୋନା ପ୍ରଥମ ଲହରୀ ଓ ଦ୍ୱିତୀୟ ଲହରୀ ପର୍ଯ୍ୟାୟ ରହି ଥିଲା । ଯେଉଁଥିରେ ଲକଡାଉନ ଦ୍ୱାରା ଲୋକ ମାନେ ଅନେକ ଅସୁବିଧା ର ମଧ୍ୟ ସମ୍ମୁଖୀନ ହୋଇଥିଲେ ।
କିନ୍ତୁ ଏହି କୋରନା ସମୟ ବିଗତ ଦୁଇ ବା ତିନି ମାସ ହେଲା କମିଥିବା ବେଳେ ବର୍ତମାନ ସମୟ ରେ ପୁଣି ଓମିକ୍ରନ ଦେଶ ବାସୀ ଙ୍କ ମନ ରେ ଭୟ ସୃଷ୍ଟି କରିଛି । 2021 ମସିହା ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା ରେ ଚିହ୍ନଟ ହୋଇଥିବା ବେଳେ ଏହି ଓମିକ୍ରନ ବର୍ତମାନ ସମୟ ରେ ଚିନ୍ତା ର ବିଷୟ ପାଲଟିଛି ।
ଆଗାମୀ ସମୟ ରେ ସାରା ବିଶ୍ୱ କୁ ଓମିକ୍ରନ କବଳିତ କରିବ । ପୁଣି ନୂଆ ଭେରିଆଣ୍ଟ ଓମିକ୍ରନ ଦ୍ୱାରା ସାରା ବିଶ୍ୱ ବ୍ୟାପିଯିବ । ବର୍ତ୍ତମାନ ତୀବ୍ର ବେଗ ରେ ମାତିବାରେ ଲାଗିଛି ଯାହା ସମସ୍ତ ଙ୍କୁ ଆତଙ୍କିତ କରି ସାରିଲାଣି । ଏହି ରୋଗକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ଚିନ୍ତା ହୋଇଛି । ଏହି ରୋଗକୁ ରୋକିବା ପାଇଁ ଦିଲ୍ଲୀର ଏମ୍ସ ଡାକ୍ତର ଗୁଲେରିଆ ଦୁଇଟି ଉପାୟ ଚିନ୍ତା କରିଛନ୍ତି।| ତେବେ ଆସନ୍ତୁ ଏହି ଉପାୟ ସମ୍ପର୍କ ରେ ନଜର ପକାଇବା ।
ତେବେ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଏମ୍ସ ଡାକ୍ତରୀ ଟିମ୍ କହିଛନ୍ତି କି । ଏହି ଓମିକ୍ରନ ସଂଙ୍କ୍ରମଣ ଏବଂ ଭେରିଆଣ୍ଟ କୁ ରୋକିବା ପାଇଁ ହେଲେ ଦୁଇଟି ଉପାୟ ମଧ୍ୟ ରହିଛି । ତେବେ ପ୍ରଥମେ ହେଲା ଟୀକାକରଣ ଏବଂ ଦ୍ୱତୀୟ ରେ ହେଲା ଏହି ମହାମାରୀ କୁ ଅନୁସରଣ କରିବା । ତେବେ ଏହାକୁ ନେଇ ଗୁଲେରିଆ କହିଛନ୍ତି ଯେ ଏହି ନୂଆ ରୋଗ ଆସିବା ଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇ ପାରେ । ତେଣୁ ଟିକା କରଣ ମାଧ୍ୟମରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇ ପାରିବ ।
ଏହା ବ୍ୟତୀତ କୋଭିଡ-୧୯ ର ଯାହାବି ସବୁ ନିୟମ ଅଛି ସେଗୁଡିକୁ ସବୁ ଅନୁସରଣ କରିବା ପାଇଁ ପଡ଼ିବ। ଆପଣ ମାନେ ଚାହିଁଲେ ସଂକ୍ରମଣ କବଳରୁ ନିଜକୁ ଦୂରେଇ ରଖି ପାରିବେ। ଅଯଥାରେ କୌଣସି ସ୍ଥାନରେ ଭିଡ଼ ଜମାନ୍ତୁ ନାହିଁ। ଘରୁ ଯେତେବେଳେ ବାହାରକୁ ବାହାରୁଛନ୍ତି। ସେତେବେଳେ ମୁହଁରେ ମାସ୍କ ଲଗେଇ ବହାରନ୍ତୁ। ଏଭଳି ନିୟମ ଅନୁସରଣ କରିବା ମାତ୍ରେ ଆପଣ ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷିତ କରି ରଖି ପାରିବେ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।