ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ୟଙ୍କ୍ ର ଭୁଲ କାରଣ ରୁ ଖାତା କୁ ପଇସା ଆସିବା କଥା ଆପଣ ମାନେ ବହୁତ ସମୟ ରେ ସୁଣିଥିବେ । କିନ୍ତୁ ଏହି ମାମଲା ନିଜେ ନିଜେ ଅନନ୍ୟ ଅଟେ । ଏଥିରେ ବ୍ୟାଙ୍କର ଭୁଲ କାରଣରୁ ଲୋକଙ୍କ ଖାତାକୁ ପ୍ରାୟ ଏକ ହଜାର ତିନି ଶହ ଦଶ କୋଟି ଟଙ୍କା ଆସିଗଲା ତାହା ପୁଣି କେବଳ ଜଣଙ୍କ ଖାତାକୁ ନୁହେଁ ବରଂ 75 ହଜାର ଲୋକଙ୍କ ଖାତାକୁ ଏତେ ବଡ଼ ରକମ ପହଞ୍ଚିଗଲା |
ଏଥିରେ ଯେଉଁ ବିଶେଷ କଥା ରହିଛି ତାହା ହେଉଛି ଯେ ଏପରି ଅଧିକାଂଶ ମାମଲାରେ ବ୍ୟାଙ୍କକୁ କିଛି ମିନିଟ କିମ୍ବା ଘଣ୍ଟା ମଧ୍ୟରେ ହିଁ ପଇସା ମିଳିଯାଏ କିନ୍ତୁ ଏହି ମାମଲାରେ ଏପରି ହେଲାନାହିଁ । ଲୋକଙ୍କ ଖାତାରେ ଯେତେବେଳେ ପଇସା ଆସିଲା ସେତେବେଳେ ସେମାନେ ଖୁବ ସପିଙ୍ଗ ମଧ୍ୟ କଲେ । ବ୍ୟାଙ୍କ ଦ୍ୱାରା ଏହି ଭୁଲ ଖ୍ରୀଷ୍ଟମାସ ସମୟରେ ହୋଇଥିଲା । ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ସମୟରେ ଲୋକମାନେ ନିଜ ଆକାଉଣ୍ଟରେ ଏତେ ପଇସା ଦେଖି ସମୟ ନଷ୍ଟ କଲେନାହିଁ ଏବଂ ଖୁବ କିଣାକିଣି କରିଦେଲେ ।
ମାଲାମାଲ କରିଥିବା ଏହି ଘଟଣା ବ୍ରିଟେନର Santander ବ୍ୟାଙ୍କର ଅଟେ ଯେଉଁଠାରେ ଭୁଲରେ 75 ହଜାର ଲୋକଙ୍କ ଖାତାକୁ ହଜାର କୋଟିରୁ ଅଧିକ ଟଙ୍କା ପଠାଇ ଦିଆଗଲା । ଏହି ରକମ ବ୍ୟାଙ୍କର ହିଁ 2 ହଜାରରୁ ଅଧିକ ଖାତାରୁ ଟ୍ରାନ୍ସଫର କରାଯାଇ ଥିଲା । ପରେ ଯେତେବେଳେ ହି1310 କୋଟି ଟଙ୍କା ହେବ । ବ୍ୟାଙ୍କ ନିଜ ଭୁଲ ତ ଜାଣିପାରିଲା। କିନ୍ତୁ ବର୍ତ୍ତମାନ ତା ସାମ୍ନାରେ ସବୁଠାରୁ ବଡ଼ ସମସ୍ୟା ଏହା ଥିଲା ଯେ ସେ ଗ୍ରାହକମାନଙ୍କ ଠାରୁ ଏହି ପଇସା କିପରି ଫେରିପାରିବ |
ଟେକନିକ ସମସ୍ୟା କାରଣରୁ ବ୍ୟାଙ୍କ ତୁରନ୍ତ ପଇସା ଫେରାଇ ଆଣିପାରିଲା ନାହିଁ। ଯାହାର ଫାଇଦା ଗ୍ରାହକ ମାନେ ଉଠାଇଲେ ଏବଂ ନିଜ ଆକାଉଣ୍ଟରୁ ପଇସା ଉଠାଇ ଖର୍ଚ୍ଚ କରିବାକୁ ଲାଗିଲେ । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଅବସରରେ ଭୁଲରେ ଧନୀ ହୋଇଯାଇଥିବା ଲୋକମାନେ ନିଜ ଧନକୁ ବ୍ୟବହାର କରି ନିଜର ସବୁ ଇଚ୍ଛା ପୁରା କଲେ । ଏହି କିଣାକିଣି କାରଣରୁ ଏହି ବ୍ୟାଙ୍କକୁ କୋଟି କୋଟି ଟଙ୍କାର କ୍ଷତି ହୋଇପାରେ ।
ଏତେ ବଡ଼ ଏମାଉଣ୍ଟ ଗଡବଡ ହେବା କାରଣରୁ ବ୍ୟାଙ୍କ ଅଧିକାରୀଙ୍କ ହୋସ ଉଡ଼ିଗଲା । ବ୍ୟାଙ୍କ କହିଛି ଯେ ଆମେ ଦୁଃଖିତ ଯେ ଟେକ୍ନୋଲୋଜି ସମସ୍ୟା କାରଣରୁ ଆମର କାର୍ପରେଟ ଗ୍ରାହକଙ୍କ ପଇସା କିଛି ଗ୍ରାହକଙ୍କ ଖାତାକୁ ଭୁଲରେ ଚାଲିଯାଇଛି । ଏହି କାରଣରୁ ଆମେ ୟୁନାଇଟେଡ଼ କିଙ୍ଗଡମ ଅର୍ଥାତ ବ୍ରିଟେନର ସମସ୍ତ ବ୍ୟାଙ୍କ ସହିତ ମିଶି କାମ କରୁଛୁ, ଯେପରିକି ଡୁପ୍ଲିକେଟ ଟ୍ରାଞ୍ଜାକ୍ସନକୁ ଟ୍ରାକ କରାଯାଇ ପାରିବ । ଏହାପରେ ଗ୍ରାହକ ମାନଙ୍କ ଠାରୁ ଏହି ପଇସା ନିଆଯିବ। ଖବର ରହିଛି ଯେ ଯେଉଁ ଲୋକମାନଙ୍କ ଆକାଉଣ୍ଟକୁ ପଇସା ଯାଇଛି । ବ୍ୟାଙ୍କ ସେମାନଙ୍କୁ ଲଗାତାର ଫୋନ କରି ଯୋଗାଯୋଗ କରୁଛି । ଯେପରିକି ହିସାବ କିତାବ ବରାବର କରାଯାଇ ପାରିବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।