ଶନିଙ୍କ କୃପାରୁ ବଦଳିବ ଏହି ୫ଟି ରାଶିର ଭାଗ୍ୟରେଖା,ବ୍ୟବସାୟରେ ହେବ ଧନବର୍ଷା

5 rashi shni

ମେଷ ରାଶି ; ଶନି ଦେବଙ୍କ ଶୁଭ ଦୃଷ୍ଟି ଯୋଗୁଁ ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଅଫିସରଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ । ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ । ବ୍ୟବସାୟ, ନିର୍ମାଣ, କଚେରି ମାମଲା ଦିଗରୁ ଆଶ୍ୱସ୍ତି ଲାଭର ସୂଚନା ପାଇବେ । ରାଜନୈତିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ ।

ବୃଷ ରାଶି ; ଶନି ମହାରାଜ ଙ୍କ କୃପାରୁ, ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷମାନେ ନିଜକୁ ଜନସେବାରେ ନିୟୋଜିତ କରି ଲୋକ ସମ୍ପର୍କ ବୃଦ୍ଧି କରିବେ । ପୂର୍ବର ଅସୁବିଧାଜନକ ସମୟ କ୍ରମଶଃ ବଦଳିଯିବ ଓ ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ । ଯାତ୍ରା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ପରିବାର ମଧ୍ୟରେ ଛୋଟ କଥାକୁ ଧରି ବସିଲେ ଅଶାନ୍ତିର ମାତ୍ରା ବଢ଼ିବା ବ୍ୟତୀତ ଲାଭ କିଛି ହେବନି ।

shani dev

କର୍କଟ ରାଶି ; ଶନିଦେଵ ଙ୍କ କୃପା ଯୋଗୁଁ, ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ବ୍ୟବସାୟରେ ସୁଧାର ଆସିବ । ଅଫିସରେ ସୁସ୍ଥ ବାତାବରଣ ରହିଲେ ମଧ୍ୟ ପୁରୁଣା ବିବାଦକୁ କେନ୍ଦ୍ର କରି କେତେକ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକି ଯିବ । ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଆର୍ଥିକ ନେଣଦେଣକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନୀର କାରଣ ହୋଇପାରେ । ଗୃହ ନିର୍ମାଣ କିମ୍ବା ସାଜସଜ୍ଜା ଅଥବା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ।

ଧନୁରାଶି ; ଶନିଦେଵଙ୍କ କୃପା ଦୃଷ୍ଟି ଯୋଗୁଁ, ରାଶିରେ କେତୁ ଗ୍ରହର ଅବସ୍ଥାନ ଯୋଗୁଁ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ । ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ନୁହେଁ । ସମାଜର ସମ୍ମାନିତ ବ୍ୟକ୍ତିଙ୍କ ଠାରୁ ସାନ୍ନିଧ୍ୟ ପ୍ରାପ୍ତ କରିବେ । ଅପରାହ୍ନରେ ଅର୍ଥନୈତିକ ଉନ୍ନତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଯୋଗୁଁ ମନ ଖୁସି ରହିବ ।

shani dev

ତୁଳା ରାଶି : ଶନି ଦେବ ଙ୍କ କୃପାରୁ, ବ୍ୟବସାୟ ରେ ସଫଳତା ମିଳିବ କିନ୍ତୁ ମଙ୍ଗଳ ଙ୍କ ପ୍ରଭାବ ଯୋଗୁଁ ବୃତ୍ତିଗତ କର୍ମ ଅବା ବ୍ୟବସାୟ ବାଣିଜ୍ୟରେ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ କରିବା ଯୋଗୁଁ ମନ ବିଚଳିତ ରହିବ । ସାମାଜିକ ସ୍ତରରେ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି । ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ ନେଇ କଳହ ସୃଷ୍ଟି ହୋଇପାରେ । ବୈବାହିକ ଜୀବନ ଆନନ୍ଦମୟ ହେବ । ସ୍ଵାସ୍ଥ୍ୟରେ ଊନ୍ନତି ଘଟିବାର ସମ୍ଭାବନା ରହିଛି ।

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ। ତେବେ ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ।ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *