ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ କୁ ପୁଣି ମାଡି ଆସୁଛି ବର୍ଷା । ଆସନ୍ତା 7 ରୁ ରାଜ୍ୟ ରେ ପ୍ରବଳ ବର୍ଷା । ଗୋଟିଏ ରୁ ଦୁଇଟି ସ୍ଥାନ ରେ କାଳବୈଶାଖୀ ସମ୍ଭାବନା । ପରିବେଶ ଏବଂ ଜଳବାୟୁ କେନ୍ଦ୍ର ଏହି ନେଇ ସୂଚନା ଦେଇଛନ୍ତି । ତେବେ ଆସୁ ଥିବା ବର୍ଷା କେତେ ଦିନ ପର୍ଯ୍ୟନ୍ତ ରହିବ । ତେବେ କଣ ରହିଛି ପାଣିପାଗ ବିଭାଗ ର ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣି ନେବା ।
ରାଜ୍ୟ ରେ ଆସନ୍ତା ଜାନୁଆରୀ 7 ରୁ ଆରମ୍ଭ ହେବ ବର୍ଷା । ସପ୍ତାହେ ଧରି ରାଜ୍ୟ ରେ ସ୍ୱଳ୍ପ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପରିବେଶ ଏବଂ ଜଳବାୟୁ କେନ୍ଦ୍ର ଏହି ନେଇ ପୂର୍ବାନୁମାନ କରିଛନ୍ତି । ତେବେ ଜାନୁଆରୀ 7 ତାରିଖ ରୁ 14 ତାରିଖ ଯାଏ ଓଡିଶା ରେ ବର୍ଷା ଲାଗି ରହିବ । ଜାନୁଆରୀ 8 ତାରିଖ , 9 ତାରିଖ ଏବଂ 13 ତାରିଖ ତଥା 14 ତାରିଖ ରେ ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବ ସେହି ପରି 9 ତାରିଥ ଏବଂ 14 ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।
ତେବେ ପଶ୍ଚିମ ଓ଼ଡିଶା ରେ ଜାନୁଆରୀ 9 ଏବଂ 12 ତାରିଖ ରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ । ସେହି ପରି ପଶ୍ଚିମା ଅଞ୍ଚଳ ରେ ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହା ସହିତ ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶା ର ଜାନୁଆରୀ 10 ତାରିଖ ଏବଂ 14 ତାରିଖ ରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେହେତୁ ଷିଷ୍ଟମ୍ ଡିଷ୍ଟାନ୍ସ ପଶ୍ଚିମ ଆଡକୁ ଗତି କରିବ ସେହି ପରି ବର୍ଷା ର ତିବ୍ରତା ମଧ୍ୟ ପଶ୍ଚିମ ଓଡିଶା ଠାରୁ ଉପକୂଳ ବେଲ୍ଟ କୁ ବଦଳିବ ବୋଲି ଏହିଥିରେ କୁହାଜାଇଛି ।
ତେବେ ଶୀତ ଦିନ ରେ ଉତ୍ତର ପୂର୍ବ ରାଜ୍ୟ ରେ ପ୍ରମୂଖ ଗହମ ଉତ୍ପାଦନ କାରୀ ରାଜ୍ୟ ରେ ଅନୁଭୂତ ହେଉଥିବା ପାଣିପାଗ ପୂର୍ବ ଭାରତ କୁ କୋଚି ପ୍ରଭାବିତ କରିଥିବା ଏବଂ ତୀବ୍ରତା ମଧ୍ୟ କମ୍ ଥିଲା । ହେଲେ ଗତ ବର୍ଷ ଡିସେମ୍ବର ମାସରେ ଓଡିଶା ଏବଂ ପଡୋଶୀ ରାଜ୍ୟ ରେ ପ୍ରବଳ ବର୍ଷା ଆସିଥିଲା । ଏହି ପରି ବେଳେ ଆସନ୍ତା ସପ୍ତାହ ରେ ସେମିତି ସମାନ ଘଟଣା ଦେଖା ଦେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।