ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟଲରେ ସ୍ୱାଗତ। ବନ୍ଧୁଗଣ, ଭଗବାନ ଶିବ ଅତ୍ୟନ୍ତ ଦୟାଳୁ ଅଟନ୍ତି। ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଦୁଃଖ ସହ୍ୟ କରିପାରନ୍ତି ନାହିଁ। ଭଗବାନ ଶିବଙ୍କ କୃପା ଦୃଷ୍ଟି ବ୍ୟକ୍ତିଙ୍କ ସାଥିରେ ରହିଲେ ବ୍ୟକ୍ତି ଖୁବ ଉନ୍ନତି କରିଥାନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶିବ ଏହି 6ଟି ରାଶି ଉପରେ ନିଜର କୃପା ଏକ ମାସ ପର୍ଯ୍ୟନ୍ତ ବର୍ଷା କରିବାକୁ ଯାଉଛନ୍ତି। ଏହି ସବୁ ରାଶି ମାନଙ୍କୁ ପ୍ରଚୁର ଧନ ପ୍ରାପ୍ତି ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ରାଶିଫଳ।
ମେଷ ରାଶି – ନିଷ୍ଠାର ସହିତ କାର୍ଯ୍ୟ କରନ୍ତୁ; ଉନ୍ନତିର ଶିଖରରେ ପହଞ୍ଚିପାରିବେ । ଆଜି ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇବା ଫଳରେ ମନ ଖୁସି ରହିବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ ।ମନ ଚଞ୍ଚଳ ସ୍ଵଭାବର ରହିବ । କର୍ମକ୍ଷେତ୍ରରେ ଦୁଃସାଧ୍ୟ କାର୍ଯ୍ୟକୁ ଅତି ସହଜରେ ସମ୍ପାଦନ କରିପାରିବେ । କିନ୍ତୁ କୈାଣସି ଅଭାବ ଅସୁବିଧା ନଥିଲେ ମଧ୍ୟ ଅଯଥା କଥା ଗୁଡିକରେ ଭାବି ମନ ଭାରକ୍ରାନ୍ତ ରହିବ, ଯାହାଫଳରେ କେତେକ ସୁଯୋଗ ହାତ ପାହାନ୍ତାରୁ ଚାଲିଯିବ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ ।
ମିଥୁନ ରାଶି – ଆଜି କର୍ମକ୍ଷେତ୍ରରେ ସବୁ କଥାକୁ ଭଲଭାବରେ ବିଚାର କରି କାମ କରିବା ଆପଣଙ୍କ ପାଇଁ ଶ୍ରେୟସ୍କର ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ ଏବଂ ବ୍ୟବସାୟରେ କିଛି ନୂଆ ଜିନିଷ ସାମିଲ କରିପାରନ୍ତି । ଅଫିସରେ କାର୍ଯ୍ୟର ଚାପ ରହିବା ସଙ୍ଗେ ସଙ୍ଗେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ସମାଜରେ ଗଠନମୂଳକ କାର୍ଯ୍ୟର ନେତୃତ୍ୱ ଗ୍ରହଣ କରି ପ୍ରଶଂସିତ ହେବେ । ଅଚିହ୍ନା ଲୋକଙ୍କୁ ବିଶ୍ଵାସ କରି ପରବର୍ତ୍ତୀ ସମୟରେ ଆପଣ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ
ସିଂହ ରାଶି – କର୍ମକ୍ଷେତ୍ରରେ ଆର୍ଥିକ ଜନିତ କୌଣସି ଅଭାବ ଓ ଅସୁବିଧା ପରିଲକ୍ଷିତ ହେବ ନାହିଁ । ଅଫିସରେ ଆୟୋଜିତ ବୈଠକରେ ନୀରବତାର ସହ ଅନ୍ୟର ମନ୍ତବ୍ୟକୁ ଗୁରୁତ୍ଵ ଦିଅନ୍ତୁ । ସମାଜରେ ଆପଣଙ୍କ ସମ୍ମାନ ଓ ଲୋକସମ୍ପର୍କ ବୃଦ୍ଧି ହେବ । ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ମାନସିକ ଦୁଶ୍ଚିନ୍ତାଜନିତ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ ।
ତୁଳା ରାଶି – ସହକର୍ମୀ ଓ ବନ୍ଧୁଙ୍କ ସହଯୋଗ ଲାଭ କରି କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣଙ୍କୁ ଅଫିସରେ କର୍ତ୍ତୃପକ୍ଷଙ୍କ ସହଯୋଗ ମିଳିବ କିନ୍ତୁ ଈର୍ଷାପରାୟଣ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ଯେଉଁ କାର୍ଯ୍ୟଟି କରୁଥିବେ ତାହା ଶେଷ ମୁହୂର୍ତ୍ତରେ ଅଟକିଯିବାର ସମ୍ଭାବନା ରହିଛି । ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ପରିବାରର ଏପରି କେତେକ କଥା ଯାହା ଅନ୍ୟମାନଙ୍କ ସମ୍ମୁଖରେ ପରିପ୍ରକାଶ କରିପାରିବେ ନାହିଁ । ପୁରୁଣା ରୋଗର ପାଦୁର୍ଭାବ ପୁନଃ ଦେଖାଦେଇପାରେ ।
କନ୍ୟା ରାଶି- ଅଫିସରେ ସହକର୍ମୀମାନଙ୍କ ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ସହ ଉଚ୍ଚାଧିକାରୀଙ୍କ ଦ୍ଵାରା ପ୍ରଶଂସିତ ହୋଇପାରନ୍ତି । ଆନୁଷ୍ଠାନିକ କାମରୁ ଖୁସି ରହିବେ । ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ । ଖଳ ଲୋକମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ଖବର ମାନସିକ ସ୍ଥିତିକୁ ଦୋହଲାଇ ଦେବ । ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି । ଜୀବନସାଥୀଙ୍କ ସହଯୋଗ ପାଇବା ଫଳରେ ମନୋବଳ ଦୃଢ ରହିବ
ମୀନ ରାଶି – ଭଗବାନ ଶିବଙ୍କ କୃପାରୁ ଆପଣ ଶୀଘ୍ର ଚାକିରୀ ପାଇବେ। ସମ୍ମାନ ବୃଦ୍ଧି ହେବ। ଅଚାନକ ଧନ ପ୍ରାପ୍ତି ହେବ।ମନରେ ପ୍ରସନ୍ନତା, ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ଆତ୍ମବିଶ୍ୱାସ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆଚାର, ବ୍ୟବହାର, ଚାଲିଚଳନ ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ରୋଗ, ଋଣ ଓ ଶତ୍ରୁ ଏ ତିନୋଟିରୁ ମୁକ୍ତି ପାଇବେ। ଚାକିରୀ କ୍ଷେତ୍ରରେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସୁନାମ ଅର୍ଜନ କରିବେ।ରାଜନେତା ସଫଳ ହେବେ।ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଖୁସି ଖବର ମିଳିବ। ଓକିଲ ଏବଂ ଡାକ୍ତର ମାନଙ୍କ ଆୟ ବୃଦ୍ଧି ହେବ।
ତେବେ ବନ୍ଧୁଗଣ ଆମେ ଆପଣଙ୍କ ନିମନ୍ତେ ଏହିଭଳି ରାଶିଫଳ ଜନିତ ଖବର ପ୍ରତିଦିନ ଆଣିଦେଇଥାଉ ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ।