ଆଜିଠାରୁ ମହାଦେବଙ୍କ କୃପାଦୃଷ୍ଟି ପଡିଲା ଏହି ୪ଟି ରାଶି ଉପରେ, ଖୁବଶୀଘ୍ର ହେବେ ଧନବାନ- Odia Rashifal

mahadev

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟଲରେ ସ୍ୱାଗତ। ବନ୍ଧୁଗଣ ଭଗବାନ ଶିବ ଅତ୍ୟନ୍ତ ଦୟାଳୁ ଅଟନ୍ତି। ଭୋଳା ଶଙ୍କର ପ୍ରକୃତରେ ବହୁତ ଭୋଳା ଅଟନ୍ତି। ନିଜ ଭକ୍ତ ମାନଙ୍କ ଟିକିଏ ଦୁଖଃ ଦେଖିଲେ ସେ ନିଜ ଭକ୍ତଙ୍କ ଉପରେ ସବୁ କୃପା ବର୍ଷା କରନ୍ତି। ନିଜ ଭକ୍ତ ମାନଙ୍କ ଅସୁବିଧା କୁ ଦୂର କରନ୍ତି। ତେବେ ବନ୍ଧୁଗଣ ମହାଦେବ ଏହି ୪ଟି ରାଶି ଉପରେ ଶୁଭ ଦୃଷ୍ଟି ପକାଇ ଛନ୍ତି। ଯାହା ଫଳରେ ଏମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି।ଭଗବାନ ଶିବ ଅତ୍ୟନ୍ତ ଦୟାଳୁ ଅଟନ୍ତି। ଭଗବାନ ଶିବ ନିଜ ଭକ୍ତ ମାନଙ୍କ ଦୁଃଖ ସହ୍ୟ କରିପାରନ୍ତି ନାହିଁ। ଭଗବାନ ଶିବଙ୍କ କୃପା ଦୃଷ୍ଟି ବ୍ୟକ୍ତିଙ୍କ ସାଥିରେ ରହିଲେ ବ୍ୟକ୍ତି ଖୁବ ଉନ୍ନତି କରିଥାନ୍ତି।

mahadev

ମେଷ ରାଶି – ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ପ୍ରବଳ ହେବ। କର୍ମରେ ବିଫଳତା, ବାଧାବିଘ୍ନ ଓ କର୍ମ ପ୍ରତି ଅନାଗ୍ରହ ଭାବ ଦେଖାଦେବ। ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ କିଛିଟା ସୁଧାର ଆସିବ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଉପକୃତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ। ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୬, ଆରାଧନା- ପ୍ରଭୁ ଭୈରବନାଥ

ମିଥୁନ ରାଶି – ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ସମସ୍ତ କଷ୍ଟସାଧ୍ୟ ଏବଂ ଅଟକିଥିବା କାମକୁ ସମ୍ପୂର୍ଣ୍ଣ କରିବେ । ଅଯଥା ଖର୍ଚ୍ଚ ଓ କୁସଙ୍ଗ ପରିତ୍ୟାଗ କରିବେ ଏବଂ ଅନୁଚିତ କର୍ମକୁ ପରିତ୍ୟାଗ କରି ସତ୍‌କର୍ମରେ ମନ ବଳାଇବେ। ବନ୍ଧୁ ଧୋକା ଦେଇ ପାରନ୍ତି ସେଥିପାଇଁ ସତର୍କ ହେବେ। ଯେଉଁମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ ସେମାନେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ। ମହିଳାମାନେ ମିତବ୍ୟୟୀ ହେବେ । ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା-ମା’ ଛିନ୍ନମସ୍ତା।

rashi

ତୁଳା ରାଶି – ମନରେ ପ୍ରସନ୍ନତା, ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ଆତ୍ମବିଶ୍ୱାସ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆଚାର, ବ୍ୟବହାର, ଚାଲିଚଳନ ମାର୍ଜିତ ଓ ସର୍ବଜନ ଆଦୃତ ହେବ ଏବଂ ରୋଗ, ଋଣ ଓ ଶତ୍ରୁ- ଏ ତିନୋଟିରୁ ମୁକ୍ତି ପାଇବେ। ଚାକିରୀ କ୍ଷେତ୍ରରେ ସୁଫଳ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସୁନାମ ଅର୍ଜନ କରିବେ। ମହିଳାମାନେ ପରିବାରର ମନ ଜିଣିବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ।

କୁମ୍ଭ ରାଶି – କର୍ମରେ ଶୁଭଫଳ ମିଳିଲେ ମଧ୍ୟ ମନରେ ଅସ୍ଥିରତା, ଉଦ୍‌ବିଗ୍ନତା ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। କର୍ମରେ ସଫଳତା, ସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯେଉଁମାନଙ୍କର ଶତଭିଷା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ। ବିଦ୍ୟାର୍ଥୀ ଉଚ୍ଚମନା ହେବେ। ମହିଳାମାନେ ଅତିଥି ସେବା କରିବେ। ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା।

ତେବେ ବନ୍ଧୁଗଣ ଆମେ ଆପଣଙ୍କ ନିମନ୍ତେ ଏହିଭଳି ରାଶିଫଳ ଜନିତ ଖବର ପ୍ରତିଦିନ ଆଣିଦେଇଥାଉ ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ।

Leave a Reply

Your email address will not be published. Required fields are marked *