ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ ବନ୍ଧୁଗଣ । କୋରନା ମହାମାରୀ ସମୟ ରେ ସବୁଠୁ ଅଧିକ ପ୍ରଭାବିତ ଶ୍ରମିକ ତଥା ଛୋଟ ବ୍ୟବସାୟୀ । ବର୍ତମାନ ଧିରେ ଧିରେ ସ୍ଥିତି ସୁଧୁରୁଛି । କିନ୍ତୁ ଉଠା ଦୋକାନୀ ଏବଂ ରାସ୍ତାକଡ ରେ ଭେଣ୍ଡର ମାନଙ୍କର ଅବସ୍ଥା ସ୍ୱଭାବିକ ହୋଇନାହିଁ । ରାସ୍ତା କଡ ରେ ଯେଉଁ ମାନେ ଉଠା ଦୋକାନ କରିଛନ୍ତି । ଷ୍ଟଲ ଲଗାଇ ନିଜର ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ସେମାନଙ୍କର କାରବାର ଏକଦମ ବନ୍ଦ ହୋଇଯାଇଛି। ଏହାରି ମଧ୍ୟରେ ଦୋକାନୀ ମାନଙ୍କ ସହାୟତା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।
ଅର୍ଥ ଅଭାବ ରୁ ଷ୍ଟଲ ଲଗେଇ ପାରୁ ନଥିବା କ୍ଷୁଦ୍ର ଦୋକାନୀ ମାନେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ମାଧ୍ୟମରେ 10 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ। ଏହିଥି ପାଇଁ ଆପଣ ମାନଙ୍କୁ ବ୍ୟଙ୍କ୍ କୁ ଜାଇ ଏହି ଯୋଜନା ଅଧିନରେ 10 ହଜାର ଟଙ୍କା ଋଣ ଆଧାର ରେ ନେଇ କୈଣସି ବି ବ୍ୟବସାୟ ଆରମ୍ଭ କରି ପାରିବେ । ଏହି ଯୋଜନା ର ଲାଭ କେମିତି ଉଠେଇ ବେ ? ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଋଣ ପାଇବା ପାଇଁ ପ୍ରଥମେ ଆପଣଙ୍କର ବ୍ୟଙ୍କ୍ ଏକାଉଣ୍ଟ ରହିଥିବା ଆବଶ୍ୟକ ଅଟେ ।
ଏହା ବ୍ୟଙ୍କ୍ ଏକାଉଣ୍ଟ ନିଜର ଆଧାର ସହିତ ଲିଙ୍କ୍ ଥିବା ଆବଶ୍ୟକ ଅଟେ । 2020 ମାର୍ଚ୍ଚ 24 ତାରିଖ ପୂର୍ବରୁ ଏହି ଭଳି ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କୁ ଏହି ଲୋନ୍ ମିଳି ପାରିବ । ଆସନ୍ତା ମାର୍ଚ୍ଚ 2022 ପର୍ଯ୍ୟନ୍ତ ଏହି ଯୋଜନା ର ଲାଭ ଆପଣ ମାନେ ଉଠାଇ ପାରିବେ । ତେଣୁ ତୁରନ୍ତ ଏହି ଯୋଜନା ର ଆପଣ ମାନେ ଲାଭ ଉଠାନ୍ତୁ । ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସମସ୍ତ ପ୍ରକାର ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଏହି ଲୋନ ମିଳିବ।