ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତ ସରକାର ଆର୍ଥିକ ବର୍ଷ 2020-21 ପାଇଁ ପିଏଫ୍ର ସୁଧ ଆକାଉଣ୍ଟ ଧାରୀଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରି ସାରିଛନ୍ତି । କର୍ମଚାରୀ ଭବିଷ୍ୟନୀଧି ସଂଙ୍ଗଠନ କହିଛି କି । ମୋଟ 21.38 କୋଟି ଏକାଉଣ୍ଟରେ ସୁଧର ଟଙ୍କା ଟ୍ରାନ୍ସଫର ହୋଇସାରିଛି ।
ଏହାକୁ ନେଇ ସୋମବାର ଦିନ ଇପିଏଫ୍ଓ ନିଜର ଏକ ଟୁଇଟ ଜରିଆରେ କହିଛି କି ଆର୍ଥିକ ବର୍ଷ 2020-21 ପାଇଁ 21.38 କୋଟି ଖାତାରେ ବାର୍ଷିକ 8.50 ପ୍ରତିଶତ ହିସାବରେ ବର୍ତମାନ ପର୍ଯ୍ୟନ୍ତର ସୁଧ ଟ୍ରାନ୍ସଫର ହୋଇସାରିଛି । ଏବଂ ଆପଣ ମାନଙ୍କର ପିଏଫ୍ ଖାତା ମଧ୍ୟ ଆସି ସାରିଛି ।
ଯଦି ଏବେ ଯାଏ ଆପଣ ମାନଙ୍କୁ SMS ଆସିନାହିଁ ତେବେ ଆପଣ ମାନେ ଘରେ ବସି ସହଜ ରେ ଚେକ୍ କରିପାରିବେ । ମେସେଜ୍ ମାଧ୍ୟମରେ ବି ଆପଣ ମାନେ ଚେକ୍ କରି ପାରିବେ । ଏଥିପାଇଁ ଇପିଏଫ୍ଓ ନମ୍ୱର ଜାରି କରିଛି । ଏଥିପାଇଁ ରେଜିଷ୍ଟର ମୋବାଇଲ ନମ୍ୱରରୁ 7738299899 ରେ SMS ପଠାଇ ପାରିବେ ।
ଯେମିତି ଆପଣ ମାନେ ଏହି ନମ୍ବର ରେ SMS କରିବେ ତେବେ ସେହି ସମୟ ରେ ଇପିଏଫ୍ଓ ଆପଣ ମାନଙ୍କୁ ନିଜର ପିଏଫ୍ ଏକାଉଣ୍ଟ ସଂମ୍ପର୍ଣ୍ଣ ତଥ୍ୟ ଏବଂ ବାଲାନ୍ସ ବିଷୟ ରେ ସୂଚନା ଦେବ । ଏହା ସହିତ ବନ୍ଧୁଗଣ SMS ପଠେଇବାର ମାଧ୍ୟମ ମଧ୍ୟ ବହୁତ ସହଜ ଅଟେ ।
ଏହିଥି ପାଇଁ ଆପଣ ମାନଙ୍କୁ EPFOHO UAN ଲେଖି 7738299899 ନମ୍ବର ରେ ପଠେଇ ଦେବାକୁ ପଡିବ ଏହା ପରେ ସଂମ୍ପର୍ଣ୍ଣ ସୂଚନା ମିଳିବ । ଏହି ସୁବିଧା 10 ଟି ଭାଷାରେ ହିନ୍ଧୀ ,ପଞାବୀ , ଗୁଜୁରାଟୀ ,ମରାଠୀ , କନ୍ନଡ,ମଲୟାଲମ ଓ ବାଂଲା , ତେଲୁଗୁ, ତାମିଲ ରେ ମଧ୍ୟ ଉପଲବ୍ଧ ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।