ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିଠୁ ରାଜ୍ୟ ରେ ପୁଣି ବଢିବ ବର୍ଷା ଏହି ନେଇ ପାଣିପାଗ ପକ୍ଷ ରୁ କିଛି ନୂଆ ରିପୋର୍ଟ ଜାରି ହୋଇଛି । ନୂଆ ବର୍ଷ ରେ ଫେରିବ ଶୀତ 31 ତାରିଖ ଯାଏ ବର୍ଷା ଏବଂ ଘନ କୁହୁଡି ଲାଗି ରହିବ । ତେବେ ବର୍ଷ ଶେଷ ଯାଏ ରାଜ୍ୟ ରେ ବର୍ଷା ହେବ ପ୍ରବଳ ନହଲେ ବି ସ୍ୱଳ୍ପ ରୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି ।
କେବଳ ସୁନ୍ଦର ଗଡ ଏବଂ ସିମାନ୍ତ ଅଞ୍ଚଳ ରେ ବର୍ଷା ହେବ ବୋଲି ଆକଳନ ହେଉଥିଲା ହେଲେ ପଶ୍ଚିମ ଓଡିଶା ସମେତ ଉତ୍ତର ଓଡିଶା ରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ଅନୁମାନ କରାଜାଇଛି ।
ତେବେ ସେହି ଜିଲ୍ଲା ଗୁଡିକ କଣ ରହିଛି ଆସନ୍ତୁ ନଜର ପକେଇବା ତେବେ ଆଜି ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରେ କେଉଁଝର , ମୟୁରଭ଼ଞୀ , ଅନୁଗୁଳ , ଢେଙ୍କାନାଳ , ଦେଓଗଡ, ସୁନ୍ଦରଗଡ , ଜଗତସିହଂପୁର , ଝାଡସୁଗୁଡା ,ବରଗଡ , ସମ୍ବଲପୁର , ଜାଜପୁର , ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା , ଆଉ କଟକ ଜିଲ୍ଲା ର କିଛି ସ୍ଥାନରେ ହାଲ୍କା କୁ ମଧ୍ୟମ ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ସେହି ପରି ଆସନ୍ତା କାଲି କେଉଁଝର , ମୟୁରଭଞୀ , ବାଲେଶ୍ୱର ଜିଲ୍ଲା ରେ ମଧ୍ୟମ ଧରଣ ବର୍ଷା ର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ସୁରେନ୍ଦ୍ର ନାଥ ପଶୁପାଳକ ଙ୍କ ଆକଳନ ଅନୁସାରେ ଆଜି ଦିନ ବେଳା ସର୍ବାଧିକ ତାପମାତ୍ରା 6 ଡୀଗ୍ରି ଅଧିକ କମିବ । ଫଳ ରେ ପାଗ ମଧ୍ୟ କୋହଲା ରହିବ । ସେହି ପରି 31 ତାରିଖ ରେ କୋହଲା ପାଗ ଜାରି ରହିବ । 30,31 ତାରିଖ ପରେ ରାତି ର ତାପମାତ୍ରା 2 ଡୀଗ୍ରୀ କମିବ ।
ତେବେ ଭୁବନେଶ୍ୱର ସମେତ ଉପକୂଳ ଓଡିଶା ର ଆଶିଂକ ମେଘୁଆ ପାଗ ରହିଥିବା ବେଳେ କିଛି ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ହୋଇଛି । ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।