2022 ରେ ସରକାର କର୍ମଚାରୀ ପାଇବେ 104 ଦିନର ଛୁଟି ଚଳିତ ବର୍ଷ ତୁଳନା ରେ ଆସନ୍ତା ବର୍ଷ ଛୁଟି ସଂଖ୍ୟା କମ୍ ଅଟେ ।

government

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟସରକାର ଆସନ୍ତା 2022 ବର୍ଷ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର ଦ୍ୱତୀୟ ଏବଂ ଚତୁର୍ଥ ଶନିବାର କୁ ମିଶେଇ 104 ଦିନ ଛୁଟି ପାଇ ପାରିବେ ସରକାରୀ କର୍ମଚାରୀ ଚଳିତ ବର୍ଷ ତଳନା ରେ ଆସନ୍ତା ବର୍ଷ ଛୁଟି ସଂଖ୍ୟା ବହୁତ କମ୍ ରହିଛି । ରାଜସ୍ୱ ଏବଂ ବିପର୍ଯୟ ପ୍ରଶାଶନ ବିଭାଗ ବିଭାଗ ପକ୍ଷ ରୁ ଜାରି ହୋଇଥିବା ନିର୍ଦ୍ଧେଶନାମା ଅନୁସାରେ ରାଜ୍ୟର ସମସ୍ତ ଅଧିକାରୀ କାର୍ଯ୍ୟାଳୟ ଏବଂ ରାଜସ୍ବ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଲାଗୁ ହେବ ।

ଜାରି ହୋଇଥିବା ବିଜ୍ଞ୍ୟପ୍ତି ଅନୁସାରେ ଜାନୁଆରୀ 14 ରେ ମକର ସଂଙ୍କ୍ରାନ୍ତି 26 ଜାନୁଆରୀ ରେ ସାଧାରଣତନ୍ତ୍ର ଦିବସ ପାଇଁ ଛୁଟି ରଖାଜାଇଛି । ସେହି ପରି ଫେବୃଆରୀ 5 ରେ ବସନ୍ତ ପଞ୍ଚମୀ ପାଇଁ ଛୁଟି ରହିଥିବା ବେଳେ ମାର୍ଚ୍ଚ 1ରେ ମହାଶିବରାତ୍ରୀ, 5 ରେ ପଞ୍ଚାୟତିରାଜ ଦିବସ, 18 ରେ ଦୋଳ ପୂର୍ଣ୍ଣିମା ଓ 19 ରେ ହୋଲି ଛୁଟି ରହିଛି। ସେହି ପରି ଏପ୍ରିଲ 1 ରେ ଉତ୍କଳ ଦିବସ 14 ରେ ମହା ବିଷୁବ ସଂଙ୍କ୍ରାନ୍ତି ରହିଛି । 15 ରେ ଗୁଡଫ୍ରାୟ ଡେ ଏବଂ ମେ 3 ରେ ଇଦୁଲ ଫିତଲ ରହିଛି ।

holiday

16 ରେ ବୁଦ୍ଧ ପୂର୍ଣ୍ଣିମା 30 ରେ ସାବିତ୍ରୀ ଅମାବାସ୍ୟା ଜୁନ୍ 14 ରେ ପହିଲୀ ରଜ , 15 ରେ ରଜ ସଂଙ୍କ୍ରାନ୍ତି ଛୁଟି ରହିଛି । ତଥା ଏହା ସହିତ ଜୁଲାଇ 1 ରେ ରଥ ଯାତ୍ରା ଛୁଟି ରହିଛି । ଅଗଷ୍ଟ 9 ରେ ମହରମ୍, 11 ରେ ଝୁଲଣ ପୂର୍ଣ୍ଣିମା, 15 ରେ ସ୍ବାଧୀନତା ଦିବସ, 18 ରେ ଜନ୍ମାଷ୍ଟମୀ ଓ 31 ରେ ଗଣେଶ ପୂଜା ଛୁଟି। ସେପ୍ଟେମ୍ବର 1 ରେ ନୂଆଖାଇ ଛୁଟି । ଅକ୍ଟୋବର ୩ରେ ମହାଷ୍ଟମୀ, ୪ରେ ମହାନବମୀ, ୫ରେ ବିଜୟାଦଶମୀ ଓ ୨୪ରେ କାଳୀପୂଜା/ଦୀପାବଳି ଛୁଟି।

ନଭେମ୍ବର 8ରେ ରାହାସ ପୂର୍ଣ୍ଣିମା ଛୁଟି । ଜାନୁଆରୀ 23 ରେ ଶୁବାସ ଚନ୍ଦ୍ର ବୋଷ ଜୟନ୍ତି ଏପ୍ରିଲ 10 ରେ ରାମନବମୀ , ଜୁଲାଇ 10 ରେ ଇଦ୍‌-ଉଲ-ଜୁହା ସେପ୍ଟେମ୍ବର 25 ରେ ମହାଳୟା , ଅକ୍ଟୋବର 9 ରେ ମହମ୍ମଦ ଜୟନ୍ତି , ଡିସେମ୍ବର 25 ବଡ ଦିନ ଏବଂ ରବିବାର ପଡୁଥିବାରୁ ଏହାକୁ ସତନ୍ତ୍ର ଭାବେ ଛୁଟି ଘୋଷଣା ହୋଇନାହିଁ । ଜାନୁଆରି 25 ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଅପ୍ରେଲ 16 ଇଷ୍ଟର ଶନିବାର, ଅପ୍ରେଲ 27 ସବ୍‌-ଇ-କ୍ୱାଦର ଏବଂ ନଭେମ୍ବର 2 ଅଁଳା ନବମୀ ଏବଂ ନଭେମ୍ବର 11 ପ୍ରଥମାଷ୍ଟମୀକୁ ଘୋଷଣା କରାଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *