ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କୋଭିଡ୍-19 ର ନୂଆ ରୂପ ଓମିକ୍ରନ୍ ସମଗ୍ର ବିଶ୍ୱବାସୀ ଙ୍କ ଚିନ୍ତା ବଢେଇଥିବା ବେଳେ ରାଜ୍ୟ ସରକାର ଆଗାମୀ ଡିସେମ୍ବର ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ଏହି ଗାଇଡ ଲାଇନ 2022 ଜାନୁଆରୀ 1ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟ ସରକାର କୋରନା ସଂଙ୍କ୍ରମିତ ଙ୍କ ସଂଖ୍ୟା ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।
ହସ୍ପିଟାଲ , ICU ବେଡ ଉପରେ ଧ୍ୟନ ସହକାରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ପାର୍ବଣ ରେ କୋଭିଡ ଉପରେ ନଜର ରଖିବାକୁ କହିଛନ୍ତି । ସେହିପରି ବେଳେ ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ମେଳା ଉପରେ କଟକଣା ଲଗାଇଛନ୍ତି । ତେବେ ବର୍ତମାନ ସମୟ ରେ ରାଜ୍ୟ ସରକାର ଙ୍କ ପକ୍ଷ ରୁ ହୋଇଥିବା ଏହି ନିୟମ 1 ଜାନୁଆରୀ 2022 ଯାଏ ବଳବତ୍ତର ରହିବ ।
ପ୍ରତି ଦିନ ପରି ରାତି 10 ରୁ ସକାଳ 5 ଯାଏ ରାତ୍ରୀ କାଳିନ କର୍ଫ୍ୟୁ ଜାରି ରହିବ । ହେଲେ ସପ୍ତାହତ ସର୍ଟଡାଉନ ରହିବ ନାହିଁ । ସୂଚନା ଯୋଗ୍ୟ କି ଚଳିତ ମାସ ଦକ୍ଷିଣ ଆପ୍ରିକା କୋରନା ମାମଲା ର ନୂଆ ଭେରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଏବଂ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଗୁଡ଼ିକର ଚିନ୍ତା ବଢ଼ିଯାଇଛି ।