ବନ୍ଧୁଗଣ ଭାଗ୍ୟ ଏକ ଏପରି ଜିନିଷ ହୋଇଥାଏ ଯାହା ଆପଣଙ୍କ ଜୀବନ ରକ୍ଷା ମଧ୍ୟ କରିପାରେ ଓ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ଆପଣ କେବେ, କେଉଁଠାରେ, କେଉଁ ସମୟରେ ଥାଆନ୍ତି ଓ କୌଣସି ବଡ ଦୁର୍ଘଟଣା ଆପଣଙ୍କ ଠାରୁ କେତେ ଦୂରରେ କିମ୍ବା ପାଖରେ ଅଛି ଏହା ଭାଗ୍ୟର ଖେଳ ଅଟେ। ଏହି ପ୍ରକାର ଜୀବନରେ ସଫଳତା ଓ ପଇସା ଆୟ କରିବାରେ ମଧ୍ୟ ଭାଗ୍ୟ ମହତ୍ଵପୃନ୍ନ ଭୂମିକା ନିର୍ବାହ କରିଥାଏ। ଅନେକ ସମୟରେ କମ ଯୋଗ୍ୟତା ଥିବା ଲୋକଙ୍କୁ ମଧ୍ୟ ଭାଗ୍ୟର ସହାୟତା ବଳରେ ପଇସା ଓ ନାମ ଦୁହେଁ ମିଳିଯାଇଥାଏ। ତେବେ 2022 ଆରମ୍ଭ ହେଉଥିବାରୁ ଏହି ବର୍ଷ ବହୁତ ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିବ । ତେବେ ଆଜିର ଏହି ପୋଷ୍ଟରେ ଆମେ ମେଷ , ବୃଷ , ମିଥୁନ ଓ କର୍କଟ ରାଶିର ବାର୍ଷୀକ ରାଶିଫଳ ବିଷୟରେ ଜାଣିବା । ତେବେ ଆସନ୍ତୁ ଜାଣିନେବା ।
ମେଷ ରାଶି – ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ବର୍ଷର ପ୍ରଥମ ମାସରୁ ଆପଣଙ୍କର ଭାଗ୍ୟର ଦ୍ବାର ଖୋଲିଯିବ। ଧନ ଓ ମାନସମ୍ମାନ ସବୁକିଛି ପାଇବେ। ଅପ୍ରେଲରୁ ଜୁନ୍ ମାସ ଏବଂ ବର୍ଷର ଶେଷ ଚାରିମାସ ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ। ଚାକିରିଆଙ୍କ ଲାଗି ବର୍ଷର ପ୍ରଥମାର୍ଦ୍ଧ ବିଶେଷ ଭଲ ରହିବାର ସମ୍ଭାବନା ନାହିଁ। ସେପ୍ଟେମ୍ବର, ଅକ୍ଟୋବର ମାସ ବେଳକୁ ନୂଆ ଚାକିରିର ସୁଯୋଗ ଆସିବ। ଯେଉଁମାନଙ୍କ ବୈବାହିକ ଜୀବନ ଅଶାନ୍ତି ଭିତର ଦେଇଯାଉଛି ସେମାନେ ଅଲଗା ଅଲଗା ରହିବେ ବା ଛାଡ଼ପତ୍ର ଦେଇପାରନ୍ତି। ପ୍ରେମିକ ପ୍ରେମିକା ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ, ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ବିବାହ ସୁଖଲାଭ କରିବେ। 2022 ରେ କେମିତି ସଫଳ ହୋଇପାରିବେ ଜାଣିବା ପାଇଁ ଚାହୁଁଥିଲେ ତଳେ ଗୋଟିଏ ଲାଇକ କରନ୍ତୁ , ଆମେ ଆପଣଙ୍କୁ ତାହା ଜଣେଇବୁ ।
ବୃଷ ରାଶି – ବର୍ଷଟି ଆପଣଙ୍କ ଲାଗି ନୂତନ ସୁଯୋଗର ଦ୍ବାର ଖୋଲିଦେବ। ଅପ୍ରେଲ, ମଇ ମାସରେ ବେପାର ବଣିଜରେ ସଫଳତା ଓ ଲାଭ ଆପଣଙ୍କ ଆଶା ଟପିଯିବ। ମଇରୁ ସେପ୍ଟେମ୍ବର ମାସ ଭିତରେ ଚାକିରିରେ ଦାୟିତ୍ବ ଓ ଦରମା ବୃଦ୍ଧି ହେବ। ନଭେମ୍ବର, ଡିସେମ୍ବର ମାସରେ ବଜେଟ୍କୁ ଧ୍ୟାନରଖି ଖର୍ଚ୍ଚ କରନ୍ତୁ। ମଇରୁ ଅକ୍ଟୋବର ମାସ ଭିତରେ ଜୀବନସାଥୀ ସହ ବିଚାରରେ ମତଭେଦ ଲାଗି ରହିପାରେ। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ନୂତନ ଗୃହ ପ୍ରବେଶର ସୁଯୋଗ ରହିଛି। ଅପ୍ରେଲରୁ ଜୁନ୍ ମାସ ମଧ୍ୟରେ ଅବିବାହିତମାନେ ମଉଜ କରିବା ପାଇଁ ଚମତ୍କାର ସୁଯୋଗ ପାଇପାରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସକାରାତ୍ମକ ପରିଣାମ ପାଇବେ। ସ୍ବାସ୍ଥ୍ୟ ସାଧାରଣତଃ ଭଲ ରହିବ। କେତେକ ଲୋକଙ୍କର ସ୍ୱାସ୍ତ୍ୟ ଜନିତ ସମସ୍ୟା ଦେଖା ଦେଇପାରେ , ତେବେ ବିଚଳିତ ହୁଅନ୍ତୁ ନାହିଁ କିଛି ବଡ କ୍ଷତି ଘଟିବନି ।
ମିଥୁନ ରାଶି – ବର୍ଷ ଆରମ୍ଭରୁ ଆପଣ ଜୀବନକୁ ଆହୁରି ସରସସୁନ୍ଦର କରିବା ଲାଗି ପ୍ରୟାସ କରିବେ। ଅପ୍ରେଲ, ମଇ ମାସରେ ଔଷଧ, ଶିକ୍ଷା, ଜମି କିଣାବିକା, ଅଟୋମୋବାଇଲ୍ ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ବର୍ଷର ପ୍ରଥମ ତିନି ମାସ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରିଆମାନେ ଜୁନ୍ ଓ ଜୁଲାଇ ମାସରେ ଅଫିସ୍ରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଅଗଷ୍ଟରେ ନୂଆ ଚାକିରିର ସୁଯୋଗ ଅଛି। ଅପ୍ରେଲରୁ ଜୁନ୍ ମାସ ମଧ୍ୟରେ ଜୀବନସାଥୀ ସହ ମତଭେଦ ଓ ମନୋମାଳିନ୍ୟ ଲାଗି ରହିବା ହେତୁ ସମ୍ବନ୍ଧରେ ସେତେ ମିଷ୍ଟତା ରହି ନ ପାରେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାେନ ସେପ୍ଟେମ୍ବର ମାସ ପୂର୍ବରୁ ସଂସାର ଗଢ଼ିବା ଲାଗି ପରିଜନଙ୍କ ସମ୍ମତି ପାଇବେ। ହୃଦ ଜନିତ ସମସ୍ୟା ଉପୁଜି ପାରେ ଏଥିରୁ ବଞ୍ଚିବାର ଉପାୟ ଜାଣିବା ପାଇଁ ଚାହୁଁଥିଲେ ତଳେ ଲାଇକ କରନ୍ତୁ , ଲାଇକ କଲେ ହିଁ ତାହା ଆପଣ ପଢି ପାରିବେ ।
କର୍କଟ ରାଶି – ବର୍ଷଟି ଆପଣଙ୍କ ଲାଗି ଉଲ୍ଲେଖନୀୟ ହେବ। ଧନ, ମାନସମ୍ମାନ ସବୁ କିଛି ପାଇପାରିବେ। ଅପ୍ରେଲ, ମଇ, ଅଗଷ୍ଟ, ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ମାସରେ ବ୍ୟବସାୟରେ ଯଥେଷ୍ଟ ସଫଳତା ଓ ଲାଭ ପାଇବେ। ମାର୍ଚ୍ଚ, ଅପ୍ରେଲ ମାସରେ ଚାକିରିଆଙ୍କ ଲାଗି ପଦୋନ୍ନତିର ପ୍ରବଳ ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖକର ହେବ। ଜମି ବିବାଦଠୁଁ ଦୂରରେ ରୁହନ୍ତୁ। ଗତବର୍ଷ ଯେଉଁମାନଙ୍କର ବିବାହ ଲାଗି କଥାବାର୍ତ୍ତାରେ ବାଧା ଉତ୍ପନ୍ନ ହୋଇଥିଲା, ସେମାନଙ୍କର ଏବର୍ଷ ବିବାହ ହୋଇଯିବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।
2022 ରେ ନିଜ ରାଶି , ଜାତକ , ଭାଗ୍ୟ ଭବିଷ୍ୟ ବିଷୟରେ ସବୁତକ ଖବର ପଢିବାକୁ ଚାହୁଁଥିଲେ ଏବେ ହିଁ ଗୋଟିଏ ଲାଇକ କରିବା ସହିତ ଉପରେ ଫଲୋ କରି ଦିଅନ୍ତୁ । ଲାଇକ ଓ ଫଲୋ କଲେ ହିଁ ଆପଣ ଆପଣଙ୍କ ରାଶି ବିଷୟରେ ସବୁ ତଥ୍ୟ ପଢି ପାରିବେ ।