ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶରେ ଦରଦାମ୍ ବୃଦ୍ଧି ସାଧାରଣ ଲୋକ ମାନଙ୍କୁ ହନ୍ତସନ୍ତ କରୁଛି । ତୈଳ ଦର ଏବଂ LPG ଗ୍ୟାସ୍ ଦାମ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ନିକଟରେ ପେଟ୍ରୋଲ ଏବଂ ଡିଜେଲ୍ ଦର ସାମାନ୍ୟ ହ୍ରାସ ଯୋଗୁଁ ଟିକିଏ ଆଶ୍ୱସ୍ଥି ମିଳି ଥିଲା । ହେଲେ ଏବେ ରୋଷେଇ ଗ୍ୟାସ ଦର ବୃଦ୍ଧି କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ଉପଭୋକ୍ତା ମାନଙ୍କ ପାଇଁ ଖୁସୀର ଖବର ମିଳିଛି । ଗ୍ୟାସ ସିଲିଣ୍ଡର ଉପରେ ମିଳୁଥିବା ସବସିଟି କୁ ପୁଣି ଥରେ ବୃଦ୍ଧି କରିବାକୁ ସରକାର ନିସ୍ପତି ନେଇଛନ୍ତି ।
ପୂର୍ବରୁ ଯେଉଁ ଭଳି ଭାବେ 300 ଟଙ୍କା ସବସିଟି ମିଳୁଥିଲା ସେହି ପରି ପୁଣି ମିଳିବ । ସବସିଟି ଗ୍ୟାସ ନେଉଥିବା ଲୋକ ମାନେ ଏବେ 300 ଟଙ୍କା ବଞ୍ଚେଇ ପାରିବେ । କିଛି ପୂର୍ବେ ସିଲିଣ୍ଡର ପ୍ରତି 594 ଟଙ୍କା ଦେବାକୁ ପଡୁଥିବା ବେଳେ କିଛି ଦିନ ମଧ୍ୟରେ ଏହି ଦାମ୍ ବୃଦ୍ଧି ପାଇ 884 ଟଙ୍କା ହୋଇଥିଲା । ଏବେ ପୁଣି ଥରେ ସବସିଟି ବୃଦ୍ଧି ହେବାକୁ ଯାଉଥିବାରୁ । ଉପଭୋକ୍ତା ମାନଙ୍କୁ ଟିକିଏ ଆଶ୍ୱସ୍ଥି ମିଳିବ ନିଶ୍ଚିତ ।
କିନ୍ତୁ ଏହିଥି ପାଇଁ ନିଜର ସବସିଟି ମୁଳୁଥିବା ବ୍ୟାଙ୍କ୍ ଖାତା ସହିତ ଆଧାର କାର୍ଡ ର ସଂଯୋଗ କରିବା ପାଇଁ ପଡିବ । ସାଧାରଣ ଲୋକଙ୍କ ଅସୁବିଧାକୁ ନଜରରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ହେଲା ସିଲିଣ୍ଡର କ୍ରୟ ଉପରେ କେବଳ 20 ବା 30 ଟଙ୍କା ସବସିଡି ମିଳୁଥିଲା। ଏବେ ପୁଣି ଏହି ରାଶିକୁ ବଢ଼ାଇ 300 ଟଙ୍କା କରାଯାଇଛି ବୋଲି ଜଣାପଡ଼ିଛି।
ଯେଉଁ ମାନେ ଉଜ୍ୱଳା ଯୋଜନା ରେ ସିଲିଣ୍ଡର ନେଉଛନ୍ତି 174.64 ଟଙ୍କା ସବସିଟି ମୁଳୁଥିଲା ଏବେ ଏହାକୁ ବଢେଇ କରି 312.48 ଟଙ୍କା କରେଇ ଦିଆଜାଇଛି । ରୋଷେଇ ଗ୍ୟାସ ସବସିଟି ଉପରେ ମିଳୁଥିବା କ୍ରୟ ରାଶି 153.86 ରୁ ବଢେଇ 291.48 ଟଙ୍କା କରେଇ ଦିଆଜାଇଛି । ଯଦି ଆପଣ ମାନେ ଏହାର ଲାଭ ଉଠେଇବା ପାଇଁ ଚାହାଁନ୍ତି ତେବେ ବ୍ୟାଙ୍କ୍ ଖାତା ସହିତ ନିଜର ଆଧାର କୁ ନିଶ୍ଚିତ ଭାବେ ସଂଯୋଗ କରି ନିଅନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।