ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ଥୋପ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ? ଯେକୈଣସି ବି ମୂହୁର୍ତ୍ୱ ରେ ଘୋଷଣା ହୋଇପାରେ ନିର୍ବାଚନ ର ତାରିଖ । ତେଣୁ ଏହା ପୂର୍ବରୁ ସରକାର ଗ୍ରାମାଞ୍ଚଳ ର ଲୋକ ମାନଙ୍କୁ ଖୁସୀ କରୁଛନ୍ତି । ଓଡିଶା ରିପୋର୍ଟର ର ଖବର ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ର ପ୍ରତି ହୀତାଧିକାରୀ ଙ୍କୁ ମିଳିବ । ଏକ ହଜାର ଟଙ୍କା ରାଜ୍ୟ ସରକାର ଙ୍କ ପକ୍ଷ ରୁ ଏହି ନେଇ 350 କୋଟି ଟଙ୍କା ମଞୁରୀ କରାଜାଇଛି ।
ତେବେ ସମସ୍ତ 30 ଟି ଜିଲ୍ଲା ର ରାସନ କାର୍ଡ ଧାରି ମାନେ ଏହି ଟଙ୍କା ପାଇ ପାରିବେ । କୋଭିଡ ମହାମାରି ଭଳି ପରିସ୍ଥିତି ରେ ଏହି ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିସ୍ପତି ନେଇଛନ୍ତି । ଆସନ୍ତା 7 ଦିନ ମଧ୍ୟରେ ଏହି ପକ୍ରିୟା ଶେଷ କରିବାକୁ ଚେଷ୍ଟା କରିବେ ସରକାର ।
ଏହିଥି ପାଇଁ ବହୁ କଲ୍ୟାଣ ଯୋଜନା କାର୍ଡକୁ ପ୍ରାଥମିକ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ। ଯଦି ବିଏସକେୱାଇ କାର୍ଡ ନଥିବ ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡକୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ।
ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ଏକ ବଡ଼ ଘୋଷଣା ବୋଲି ଜଣାଯାଇଛି। ତେବେ ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ବାଜି ମାରିବାକୁ ଏହା ରାଜ୍ୟ ସରକାରଙ୍କ ଚାଲ୍ ବୋଲି ଆଲୋଚନା ହେଉଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।