ବନ୍ଧୁଗଣ ପ୍ରଥମେ କରୋନା ଏବଂ ତା ପରେ ସବୁ ମହାନ ଆଉ ବିଶିଷ୍ଟ ବ୍ୟକ୍ତିଙ୍କର ପରଲୋକ ଏବି ବର୍ଷକୁ ଆହୁରି ଦୁଃଖ ଦାୟକ କରି ଦେଉଛି , ଏହି ଗତ କିଛି ଦିନ ତଳେ ବରିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ପରଲୋକ ହୋଇଥିଲା , ଏବଂ ଗୋଟେ ଦିନ ତଳେ ଆଲବମ କୁଇନ ଦୀପା ସାହୁଙ୍କର ପରଲୋକ ସତେ ଯେମିତି ଓଡିଆ ଦର୍ଶକଙ୍କ ମନକୁ ଭାଙ୍ଗି ଦେଇଥିଲା , ଏହି ସବୁ ବିପଦର ବଲିଉଡ ଜଗତ ବି ବାଦ ପଡି ନାହିଁ , ଇମ୍ରାଖାନ , ଋଷି କାପୁର , ସୁଶାନ୍ତ ସିଂ ରାଜପୁତ , ୱାଜିଦ ଖାନ ଆଦି ଙ୍କ ମୃତ୍ୟୁ ବଲିଉଡ ପାଇଁ କଳା ଦିନ ବୋଲି ମନାଯାଏ , ହେଲେ ଏହି ସମୟରେ ବଲିଉଡ ପ୍ରଶମସକଙ୍କ ପାଇଁ ପୁଣି ଆସିଛି ଏକ ଦୁଃଖର ଦୀନ , ପୁଣି ମୃତ୍ୟୁ ବରଣ କଲେ ଆଉ ଜଣେ ମହାନ ଲୋକ
ବଲିଉଡର ଗତ କିଛି ଦିନ ଆଗରୁ ସଙ୍ଗୀତ ନିର୍ଦ୍ଦେଖକ ୱାଜିଦ ଖାନଙ୍କ ମୃତ୍ୟୁ ପରେ ଏବେ ପୁଣି ଜଣେ ଫିଲ୍ମ କଳାକାରଙ୍କ କରୋନା ଭାଇରସ ଯୋଗୁଁ ମୃତ୍ୟୁ ଘଟିଛି । ଯିଏ ଥିଲେ ଜଣେ ଭଲ ଫିଲ୍ମ ନିର୍ଦ୍ଦେଶକ , ଯାହାଙ୍କ ନାମ ହେଉଛି ଅନୀଲ ସୁରୀ । ସୂଚନା ଯୋଗ୍ୟ ଯେ ଅନୀଲ ସୁରୀଙ୍କୁ କରୋନା ଭାଇରସ କାରଣରୁ ମୃତ୍ୟୁ ଘଟିଛି , ଏହି ସମୟରେ ତାଙ୍କର ବୟସ ହେଲା 77 ବର୍ଷ । ଅନୀଲ ସୁରୀଙ୍କ ମୃତ୍ୟୁ ବିଷୟରେ ତାଙ୍କ ଭାଇ ରାଜୀବ ସୁରୀ ସୂଚନା ଦେଇଥିଲେ । ତେବେ ଆସନ୍ତୁ ଜାଣିବା କିପରି ଭାବରେ ଅନୀଲ ସୁରୀଙ୍କ ମୃତ୍ୟୁ ଘଟିଛି ।
ରାଜୀବ ସୁରୀଙ୍କ କହିବା ଅନୁସାରେ ଅନୀଲଙ୍କ ସ୍ୱାସ୍ଥ୍ୟ କିଛି ଦିନ ହେଲା ଖରାପ ଥିଲା , ଯାହା ଦ୍ୱାରା କି ତାଙ୍କୁ ନିଶ୍ୱାସ ନେବାରେ ବହୁତ କଷ୍ଟ ହେଉଥିଲା । ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଦିନକୁ ଦିନ ବେଶି ଖରାପ ଆଡକୁ ଗତି କରିଥିଲା , ସେହି ସମୟରେ ତାଙ୍କୁ ମୁମ୍ବାଇଲ ଲୀଳାବତୀ ଏବଂ ହିନ୍ଦୁଜା ହସ୍ପିଟାଲକୁ ନିଆୟାଇଥିଲା । ମାତ୍ର ଯେତେବେଳେ ତାଙ୍କୁ ସେହି ହସ୍ପିଟାଲକୁ ନିଆଗଲା ସେତେବେଳେ ସେହି ଦୁଇଟି ହସ୍ପିଟାଲରେ ବେଡ ନାହିଁ ବୋଲି କହି ତାଙ୍କୁ ଭର୍ତ୍ତି କରିପାରିଲେ ନାହିଁ ।
ଡାକ୍ତରଙ୍କ ଏମିତି କଥା ଶୁଣି ତାଙ୍କୁ ଘରକୁ ନେଇ ଆସିଥିଲେ । ମାତ୍ର ଯେତେବେଳେ ତାଙ୍କୁ ଘରକୁ ଆଣାଗଲା ସେହିଠାରୁ ତାଙ୍କର ଦେହ ଆହୁରି ଖରାପ ହେବାକୁ ଲାଗିଲା । ଏହା ପରେ ଜୁନ 2 ତାରିଖରେ ଅନୀଲଙ୍କୁ ଜ୍ୱର ହେଲା , ସେହି ପରଠାରୁ ତାଙ୍କୁ ନିଶ୍ୱାସ ନେବାରେ ମଧ୍ୟ ବହୁତ କଷ୍ଟ ଅନୁଭବ ହେଲା । ଯାହା ଫଳରେ କି ତାଙ୍କର ଅବସ୍ଥା ଆହୁରି ବିଗିଡିବାକୁ ଲାଗିଲା ।
ଏହା ପରେ ତାଙ୍କର ଏମିତି ଅବସ୍ଥା ଦେଖି ତାଙ୍କୁ ଟେଷ୍ଟ କରାଗଲା ଏବଂ ଟେଷ୍ଟରୁ ଜଣା ପଡିଲା କି ସେ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି । ଏହା ଜାଣିବା ପରେ ତାଙ୍କୁ ଗୁରୁବାର ଦିନ ଭେଣ୍ଟିଲେଟର ରେ ରଖାଯାଇଥିଲା । ମାତ୍ର ଦୁଃଖର ବିଷୟ ଏହିକି ଯେ ଯେଉଁ ସମୟରେ ତାଙ୍କୁ ଭେଣ୍ଟାଲେଟରରେ ରଖାଗଲା ତାର ଠିକ ଅଧ ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା 7 ଟାରେ କରୋନା ଭାଇରସ ସହିତ ହୃଦଘାତ ଯୋଗୁଁ ସେହିଠାରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ମୁମ୍ବାଇରେ 77 ବର୍ଯ ବୟସରେ ମୃତ୍ୟୁ ବରଣ କଲେ । ଯାହାକି ବଲିଉଡ ଜଗତ ପାଇଁ ବହୁତ ଦୁଃଖଦ ଘଟଣା ଅଟେ ।
ଏହି ଘଟଣା ନିଶ୍ଚିନ୍ତ ରୁପେ ବଲିଉଡ ଫିଲ୍ମ ଜଗତ ପାଇଁ ଏକ ଦୁଃଖଦ ଖବର , ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଲାଇକ ଅଫସନରେ ଗୋଟିଏ କ୍ଲିକ କରି ଦିଅନ୍ତୁ , ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚିବାରେ ସାହାର୍ଯ୍ୟ କରାନ୍ତୁ