ଏମିତି ପେଟ୍ରୋଲ ଚୋରି କରୁଛନ୍ତି ପେଟ୍ରୋଲ ଟାଙ୍କି ମାନେ – ରୁହନ୍ତୁ ସାବଧାନ

Petrol

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଚିଙ୍ଗୁଡି ଘେରି ଟ୍ରୋଲର ରେ ଡିଜେଲ୍ ବ୍ୟବହାର ପାଇଁ ବ୍ୟକ୍ତି ଗତ ଭାବେ ଡିଜେଲ୍ ପମ୍ଫ ର ଅନୁମତି ଦିଆ ଜାଇଛି ରାଜନଗର ବ୍ଲକ୍ ତାଳଚୁଆ ର ରାଜେନ୍ଦ୍ର ନଗର ମୈଜା ରେ ଏକ ବ୍ୟକ୍ତିଗତ ଡିଜେଲ୍ ପମ୍ପ ଖୋଲା ଜାଇଛି ଇଣ୍ଡିଆନ ଓୟେଲ ତରଫ ରୁ ସି ଫୁଡ୍ ର ମାଲିକ ଏସ୍ ଏସ୍ ଟି ପକ୍ଷରୁ ଏହି ଡିଜେଲ୍ ପମ୍ଫ ଖୋଲିବା ପାଇଁ ଅନୁମତି ଦିଆ ଜାଇଛି ମାତ୍ର ଏଠାରେ ପ୍ରତ୍ୟେକ ଦିନ ଶହ ଶହ ଲିଟର ତେଲ କଳାବଜାରୀ ହେଉ ଥିବାର ଦେଖିବା ପାଇଁ ମିଳିଛି ।

Petrol

ଏବଂ ଏହି ବ୍ୟକ୍ତିଗତ ପମ୍ପ ର ମାଲିକ ଜଣେ ପ୍ରଭାବ ଶାଳୀ ବ୍ୟକ୍ତି ହୋଇ ଥିବାରୁ ସବୁ ଜାଣି ସ୍ଥାନିୟ ପ୍ରଶାସନ ଏବଂ ଲୋକ ମାନେ ଚୁପ୍ ବସି ଥିବା ନେଇ ଅଭିଯୋଗ ହୋଇଛି । ସେମିତି ରେ ମିଳି ଥିବା ସୂଚନା ଅନୁସାରେ ସରକାରୀ ଧାର୍ଯ୍ୟ ମୂଲ୍ୟ ରୁ ଅଧିକ ନେଇ ତେଳ ବିକ୍ରୀ କରୁ ଥିବାର ଅଭିଯୋଗ ହୋଇଛି ।

ନିକଟରେ ତେଲ ଟାଙ୍କି ନ ଥିବାରୁ ବାହାର ଗାଡି ଆସିଲେ ତାଙ୍କୁ ତେଲ ବିକ୍ରୀ କରୁ ଥିବା ଶିକ୍ୱାର କରିଛନ୍ତି ଉକ୍ତ ମାଲିକ , ତେବେ ସମ୍ପୃକ୍ତ ଅଞ୍ଚଳ ରେ କୌଣସି ବ୍ୟବସାୟିକ ପେଟ୍ରୋଲ ପମ୍ପ ନ ଥିବା ବେଳେ 40 କିଲୋ ମିଟର ଦୂର ରେ ରାଜନଗର ପେଟ୍ରୋଲ ପମ୍ପ ରହି ଥିବା ବେଳେ ଉପାସନା ସି ଫୁଡ୍ ତେଲ ଟାଙ୍କି ତରଫ ରୁ ଖୋଲା ଖୋଲି ଭାବେ କଳାବଜାରି ହେଉଛି ।

Petrol pomp

ତେଳ ପକାଉ ଥିବା ଗ୍ରାହକ ମାନଙ୍କୁ ରସିଦ୍ ଦିଆ ଜାଉ ନ ଥିବା ବେଳେ ସରକାରୀ ଧାର୍ଯ୍ୟ ଦର ଠାରୁ ଅଧିକ ଦର ରେ ବୀକ୍ରୀ କରୁ ଥିବାର ଅଭିଯୋଗ ହୋଇଛି ଏପରି କି ଏହି ପମ୍ଫ ରେ ଷ୍ଚୋକ୍ ରେଜିଷ୍ଟର ମେଣ୍ଟନ୍ ହେଉ ନ ଥିବାର ବି ଅଭିଯୋଗ ହୋଇଛି ଏବଂ ଏହା ସହିତ ଏଠାରେ ଡେନ୍ସିଟି ବି ମପାଜାଉ ନାହିଁ , ଏବଂ ଗ୍ରାମ ମଧ୍ୟ ରେ ଡିଜେଲ୍ ପମ୍ପ ହୋଇ ଥିବା ବେଳେ ସେଫ୍ଟି ପାଇଁ କୌଣସି ପଦକ୍ଷେପ ନିଆ ଜାଇ ନ ଥିବାର ଦେଖିବା ପାଇଁ ମିଳିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *