ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ କିଛି ଲୋକ ମାନେ ଅନ୍ୟର ଦୁଖଃ ରେ ଦୁଖିଃ ହୋଇଥାନ୍ତି । ଅନ୍ୟ ମାନଙ୍କ ଅସୁବିଧା ରେ ଛିଡା ହୋଇଥାନ୍ତି । ଯେତେ ଅସୁବିଧା ଆସିଲେ ବି ସେମାନେ ସାଥ ଛାଡନ୍ତି ନାହିଁ । ମଣିଷ ଜିବନ ରେ ଅନ୍ୟ କୁ ସାହାଯ୍ୟ କରିବା ସବୁଠାରୁ ଭଲ ଗୁଣ ହୋଇଥାଏ । ହେଲେ ଆଜିର ସମୟ ରେ ଅନ୍ୟ କୁ ସାହାଯ୍ୟ କରିବା ବିଦ୍ରୋହ କରିବା ନ୍ୟାୟ ପାଇଁ ଲଢେଇ କରିବା ନିଜ ପାଇଁ ଭାରି ପଡିପାରେ । ଆସନ୍ତୁ ସେମିତି ଏକ ଘଟଣା ଉପରେ ନଜର ଦେବା ।
ଆପଣ ମାନେ ବହୁତ ସମୟ ରେ ନିର୍ଜାତିତ ଝିଅ ମାନଙ୍କୁ ସାହାଯ୍ୟ କରୁଥିବାର ପ୍ରମିଳା ତ୍ରିପାଠୀ ଙ୍କୁ ଦେଖିଥିବେ । ବ୍ରହ୍ମପୁର ଶସୁର ଘର ଆଗରେ ତପସ୍ୱନୀ 11 ଦିନ ବସି ରହିଲେ । ପ୍ରମିଳା ତ୍ରିପାଠୀ ମଧ୍ୟ ଦିନ ରାତି ତାଙ୍କ ସହିତ ବସି ରହିଲେ ସେ ନିଜର ଛୁଆଁ ଙ୍କ ପରି ସମସ୍ତ ଙ୍କୁ ଦେଖିଥାନ୍ତି । ତେବେ ତପସ୍ୱିନୀ ଙ୍କୁ ମଧ୍ୟ ସେ ଆରମ୍ଭ ରୁ ସପୋର୍ଟ କରୁଥିଲେ ଏବଂ ତାଙ୍କ ସହ ସମାନ ଭାବରେ ଧାରଣା ବସି ରହିଥିଲେ ଏବଂ ତପସ୍ୱିନୀ ଯେମିତି ନ୍ୟାୟ ପାଇବେ ସେଥିପାଇଁ ଲାଗିପଡିଥିଲେ ।
ଏବେ କୋର୍ଟ ଙ୍କ ରାୟ ଅନୁସାରେ ତପସ୍ୱିନୀ ଏବଂ ସୁମିତ ଏବେ ଏକାଠୀ ରହୁଛନ୍ତି । ହେଲେ ଏବେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରମିଳା ତ୍ରିପାଠୀ । ପ୍ରମିଳା ତ୍ରିପାଠୀ ରହୁଥିବା ବସ୍ତି ରୁ ଉଚ୍ଛେଦ କରିଛି ପୋଲିସ । ପ୍ରମିଳା ତ୍ରିପାଠୀ କହିଛନ୍ତି ସେ ଧାରଣା ରେ ବସିବାରୁ ତାଙ୍କୁ ସେଠାରୁ ଉଠେଇବା ପାଇଁ ସଫଳ ନହେବାରୁ । ଏହି ପରି ଭାବେ ଉଠେଇ ଦିଆଜାଇଛି ।
ତେବେ ତାଙ୍କ ବିରୋଧ ରେ ସଂମ୍ପର୍ଣ୍ଣ ସଢଯନ୍ତ୍ର କରାଜାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏବଂ ତାଙ୍କ ସହିତ ପୋଲିସ ଆକ୍ରୋଶ ମୂଳକ ବ୍ୟବହାର କରିଛି ବୋଲି ସେ କହିଛନ୍ତି । ତାଙ୍କର 300 ଡିସିମିଲ ଘର ଭାଙ୍ଗିଦିଆଜାଇଛି । ତରେ ବହୁତ ନିନ୍ଦନୀୟ ଘଟଣା । ଯେଉଁ ନାରୀ ସବୁ ନିର୍ଯାତିତ ମହିଳା ଙ୍କ ପାଇଁ ,ସବୁ ଅସହାୟ ମହିଳା ଙ୍କ ପାଇଁ ଲଢ଼ି ଆସୁଥିଲେ ଆଜି ସେ ହଇରାଣ ହେଉଛନ୍ତି ,ତାଙ୍କୁ ନିର୍ଯ୍ୟାତନା ଦିଆ ଯାଉଛି ।
ତେବେ ତାଙ୍କୁ କିଏ ଟାର୍ଗେଟ କରୁଛି କି ତାଙ୍କ ବିରୁଦ୍ଧରେ ରେ କେଉଁମାନେ ଷଡ଼ଯନ୍ତ୍ର କରୁଛନ୍ତି କି ? ଏହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତପସ୍ୱିନୀ ଙ୍କ ପାଇଁ ଲଢ଼ିବା ତାଙ୍କ ଉପରେ ଭାରି ପଡିଲା କି । ଏହା କେତେ ପରିମାଣରେ ଯୁକ୍ତିଯୁକ୍ତ ଆପଣ ମାନେ ବିଚାର କରନ୍ତୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।