ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ କୁ ମାଡି ଆସୁଛି ଆଉ ଏକ ଲଘୁଚାପ ଆଗାମୀ ଦିନରେ ଦେଖିବାକୁ ମିଳିବ ବର୍ଷା ଏପଟେ ଶୀତ ର ପ୍ରଭାବ ବଢୁଥିବା ବେଳେ ଆଗାମୀ ଦିନ ମାନଙ୍କରେ ଆହୁରୀ ରହିବ ଜାଡ । ତେବେ ଏହା ଉପରେ ରହିଥିବା ସଂମ୍ପର୍ଣ୍ଣ ଅପଡେଟ ଉପରେ ନଜର ପକେଇବା । ତେବେ ଏହି ଆସୁଥିବା ଲଘୁଚାପ ପ୍ରଭାବରେ ଓଡିଶା ର କେଉଁ କେଉଁ ଜିଲ୍ଲା ମାନଙ୍କୁ ବର୍ଷା ରହିବ । କଣ ରହିବ ଏହି ଲଘୁଚାପ ର ତାଣ୍ଡବ ଆସନ୍ତୁ ଜାଣିନେବା ।
ତେବେ ରାଜ୍ୟରେ ଶୀତର ପ୍ରୋକପ ଜାରି ରହିଛି ବିିଭିନ୍ନ ସ୍ଥାନରେ ପାରଦ ତଳମୁହାଁ ରହିଥିବା ବେଳେ ବଙ୍ଗୋପସାଗର ରେ ଦକ୍ଷିଣ ପୂର୍ବ ଅଞ୍ଚଳ ରେ ଏକ ଘୂର୍ଣ୍ଣିଂ ବଳୟ ସୃଷ୍ଟି ହୋଇଛି । ଏବଂ ଆସନ୍ତା 48 ଘଣ୍ଟା ମଧ୍ୟରେ ଏହା ଅଧିକ କେନ୍ଦ୍ରିଭୂତ ହୋଇ ଏକ ଲଘୁଚାପ ରେ ପରିଣତ ହେବ । ଭାରତୀୟ ପାଣିପାଗ ବିଭାଗ IMD ପୂର୍ବାନୁମାନ କରିଛି ।
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସମାନ୍ତରଳ ଭାରତ ମହାସାଗର ଉପରେ ଏକ ନିମ୍ନ ଚାପ କ୍ଷେତ୍ର ସମୁଦ୍ର ପତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି । ତେବେ IMD କହିଛି କି ଏହା ପୂର୍ବ ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ପରବର୍ତି 48 ଘଣ୍ଟା ମଧ୍ୟରେ କେନ୍ଦ୍ରିଭୂତ ହେବ । ଏହାର ପ୍ରଭାବ ରେ ଡିସେମ୍ବର 19 ରୁ ନିକୋବର ଦ୍ୱୀପ ପୂଞରେ ବିଚ୍ଛିନ୍ନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଏବଂ ଏହା ସହିତ ଡିସେମ୍ବର 21 ରୁ 22 ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ପୂର୍ବ ସାଗର ର 40 ରୁ 50 କିଲୋମିଟର ଆରମ୍ଭ ହୋଇ 60 କିଲୋମିଟର ବେଗ ରେ ପବନ ବହିବାର ବି ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଥି ପାଇଁ ପାଣିପାଗ କାର୍ଯ୍ୟାଳୟ ରୁ ଆଗାମୀ 2 ଦିନ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଜାଇଛି ।
କାରଣ ପ୍ରବଳ ପବନ 40 ରୁ 50 କିଲୋମିଟର ବେଗ ରେ ବି ପବନ ବହିବାର ସମ୍ଭାବନା ରହିଛି । ଏହା ସହିତ ଡିସେମ୍ବର 22 ତାରିଖ ଯାଏ ପ୍ରବଳ ଶୀତ ଫୁଲବାଣୀରେ ପାରଦ 7 ଡୀଗ୍ରି କୁ ଖସିଛି ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସ୍ୱଭାବିକ ତାପମାତ୍ରା ରୁ 1.2 ଡୀଗ୍ରି ଖସିଛି ଏଠାରେ ଅସମ୍ଭାଳ ଶାତରେ ଲୋକ ମାନେ ଥରୁଛନ୍ତି । ଦାରିଙ୍ଗବାଡି ଏବଂ କୋରାପୁଟ ରେ ପାରଦ 7.5 ଡୀଗ୍ରି ରହିଥିବାର ରେକର୍ଡ ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।