ଆଜିଠୁ ବର୍ଷାର ତାଣ୍ଡବ ଆରମ୍ଭ : ୬ ଜିଲ୍ଲାକୁ ରେଡ ଆଲର୍ଟ। ଆପଣଙ୍କ ଜିଲ୍ଲା ବି ଅଛି !

batyaa

ପ୍ରାୟ ସମଗ୍ର ଓଡ଼ିଶାରେ ଆଜିଠୁ ପ୍ରବଳ ବର୍ଶିବ।୬ ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି।ପାଣିପାଗ ବିଭାଗ ପକ୍ଷରୁ ଏହି ୬ ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଲଘୁଚାପ ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ଏହି ୬ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ତେବେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ଏହି ୬ଟି ଜିଲ୍ଲାରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି।

ତେଣୁ ଏହି ୬ ଟି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ସହ ଆଗୁଆ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଅତ୍ୟଧିକ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଥିବାରୁ ଅଯଥାରେ ଘରୁ ବାହାରକୁ ନଯିବାକୁ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

rain

ରେଡ ଆଲର୍ଟ ଜାରି ହୋଇଥିବା ୬ ଟି ଜିଲ୍ଲା ହେଉଛି ସମ୍ବଲପୁର, ସୋନପୁର,ବଲାଙ୍ଗୀର,ବୌଦ୍ଧ,ବରଗଡ଼,ଅନୁଗୁଳ।ଏହା ସହିତ ଆହୁରି ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ସେଗୁଡିକ ହେଉଛି ଯାଜପୁର,ଭଦ୍ରକ,କଟକ,କେନ୍ଦ୍ରାପଡ଼ା, ଅନୁଗୁଳ,ବଲାଙ୍ଗୀର,ସୋନପୁର,ସମ୍ବଲପୁର ଓ ବୌଦ୍ଧ।

ତେବେ ସୂଚନା ଯୋଗ୍ୟ ଯେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ରାଜ୍ୟରେ ଆସିବାକୁ ଯାଉଛି ଝଡବର୍ଷା ଓ ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ଦେଖାଯାଉଛି।

ତେବେ ଆଜି ମାଲକାନଗିରି,କୋରାପୁଟ,ନବରଙ୍ଗପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା,ଦେଓଗଡ଼,କେନ୍ଦୁଝର,ମୟୂରଭଞ୍ଜ, ବାଲେଶ୍ଵର,,ଯାଜପୁର,କେନ୍ଦ୍ରାପଡ଼ା ଓ ଭଦ୍ରକ ରେ ବର୍ଷା ହେବାର ସମ୍ଭାବନା ରହିଛି।ସେହିପରି ଆଜି ଓ ଆସନ୍ତାକାଲି କେନ୍ଦ୍ରାପଡ଼ା, ଜଗସିଂପୁର,କଟକ,ଅନୁଗୁଳ,ଢେଙ୍କାନାଳ,ସମ୍ବଲପୁର,କଳାହାଣ୍ଡି,କୋରାପୁଟ,ମାଲକାନଗିରି,ନବରଙ୍ଗପୁର,ବଲାଙ୍ଗୀର,ବରଗଡ଼ ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ଏକାଧିକ ସ୍ଥାନରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

rain2

ଏହି ବର୍ଷା ଫଳରେ ବିଭିନ୍ନ ନଦୀରେ ଉପୂଜିପାରେ ବନ୍ୟା ଭଳି ସ୍ଥିତି।କଚ୍ଚା ରାସ୍ତା ମଧ୍ୟ ଧସିବାର ଆଶଙ୍କା ମଧ୍ୟ ପାଉଛି।ଏହା ସହିତ ପବନ ଫଳରେ ଗଛ ଭାଙ୍ଗିବାର ସମ୍ଭାବନା ମଧ୍ୟ ରହିଛି।ସେଥିଲାଗି ସାଧାରଣ ଲୋକଙ୍କୁ ବର୍ଷା ଓ ବଜ୍ରପାତ ସମୟରେ ବାହାରକୁ ନଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛନ୍ତି।ଏହି ସବୁକୁ ଦୃଷ୍ଟିରେ ରଖି ୨୦ ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ତେବେ ସମ୍ଭାବ୍ୟ ସ୍ଥିତି ଅନୁସାରେ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କାର୍ଯ୍ୟାଳୟର ଅଧ୍ୟକ୍ଷ ଉପଦେଶ ଦେଇଛନ୍ତି।

ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ଆପଣଙ୍କ ଜିଲ୍ଲା ଆସୁଥିଲେ ତେବେ ନିଶ୍ଚିତ ଭାବରେ ସତର୍କ ରୁହନ୍ତୁ।ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖନ୍ତୁ।ଅଯଥାରେ ବାହାରକୁ ଯାଆନ୍ତୁ ନାହିଁ ଫଳରେ ଆପଣ ସୁରକ୍ଷିତ ରହିପାରିବେ।ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ଅଧିକ ରହୁଥିବାରୁ ବାହାରକୁ ଯାଆନ୍ତୁ ନାହିଁ।କଚ୍ଚା ଘରେ ରହୁଥିବା ଲୋକମାନେ ପାଖରେ ଥିବା ବନ୍ୟା ଆଶ୍ରୟସ୍ଥଳୀକୁ ଚାଲିଯାଆନ୍ତୁ ଅନ୍ୟଥା ପକ୍କା ଘରକୁ ଚାଲିଯାଆନ୍ତୁ।କାରଣ ଅତ୍ୟଧିକ ବର୍ଷା ଫଳରେ କାନ୍ଥ ଭୁସୁଡ଼ିବାର ସମ୍ଭାବନା ରହିଛି।ଏହା ସହିତ ସରକାର ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିଜ ଆଖ ପାଖ ଅଞ୍ଚଳର ଟିକନିକ ଖବର ସବୁଠୁ ପ୍ରଥମେ ସବୁବେଳେ ପଢିବା ପାଇଁ ଗୋଟିଏ ଲାଇକ କରିବା  ସହ ଉପରେ ଫଲୋ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *