ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଟ୍ରଫଲାଇନ ପ୍ରଭାବ ରେ ଆଜିିବି ରାଜ୍ୟରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ସମ୍ଭାବନା ରହିଛି । ଏହା ସହିତ 16 ତାରିଖ ରୁ ପୁଣି ରାଜ୍ୟ କୁ ମାଡିଆସୁଛି ପ୍ରବଳ ଶୀତ ତେବେ ଏହାର ପ୍ରଭାବ ରେ ରାଜ୍ୟରେ ଜାରି ରହିବ ଜାଡ ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ନଜର ପକେଇବା । ତେବେ ଏବେ ରାଜ୍ୟରେ ଲାଗି ରହିଛି କୋହଲା ପାଗ କିଛି ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ହେଉଛି ।
ଦକ୍ଷିଣ ପସ୍ଛିମ ବଙ୍ଗୋପସାଗର ରୁ ଉତ୍ତର ବଙ୍ଗୋପସାଗର ରେ ଟ୍ରଫ ଲାଇନ ସୃଷ୍ଟି ହୋଇଛି ଫଳରେ ଗତ 2 ଦିନ ହେଲା କୋହଲା ପାଗ ରହୁଛି । ଏବଂ ଆଜିବି କିଛି ସ୍ଥାନରେ ହାଲ୍କା ରୁ ମଧ୍ୟମ ଧରଣ ର ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉପକୂଳ ଓଡିଶା ସମତେ ଢେଙ୍କାନାଳ , କନ୍ଧମାଳ , ଏବଂ ରାୟଗଡା ରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ପ୍ରଦାନ କରାଜାଇଛି ।
ତେବେ ଆସନ୍ତା 15 ତାରିଖ ଯାଏ ରାଜ୍ୟ ର ଉପକୂଳ ବର୍ତ୍ତି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ବେଳେ 16 ତାରିଖ ରୁ ପାଗ ସୁଖିଲା ରହିବ । ତେବେ ତରଙ୍ଗାୟିତ ବାୟୁ ପ୍ରଭାବ ଜାରି ରହିଛି ସେହିଥି ପାଇଁ ରାଜ୍ୟ ରେ ବର୍ଷା ଜାରି ରହିଛି । ତେବେ ଅଧିକାଶଂ ଚାଷ ଜମିରେ ଏବେ ପାଣି ଭର୍ତ୍ତି ହୋଇଥିବା ବେଳେ ପାଚିଲା ଧାନ ପାଣିରେ ବୁତୁରୁଛି । ତେବେ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ କ୍ଷେୟକ୍ଷେତି ରିପୋର୍ଟ ମାଗିଥିବା ବେଳେ ଅଦିନିଆ ବର୍ଷା ରେ ଅଧିକ ରୁ ଅଧିକ ଫସଲ କ୍ଷେତି ଗ୍ରସ୍ଥ ହେବା ନେଇ ଆଶଂକା ପ୍ରକାଶ ହୋଇଛି ।
ପାଣିପାଗ ବିଭାଗ ନିର୍ଦ୍ଧେଶକ HR ବିଶ୍ୱାସ କହିଛନ୍ତି । ତେବେ 16 ତାରଖ ବେଳକୁ ପୁଣି ଥରେ ରାଜ୍ୟରେ ତାପମାତ୍ରା ହ୍ରାସ ହେବ ଏହା ସହିତ ବିଶେଷଜ୍ଞ୍ୟ ମାନେ ସୂଚନା ଦେଉଛନ୍ତି ଆଜିଠାରୁ ରାଜ୍ୟରେ ବଢିବ ଶୀତ ରାଜ୍ୟରେ ଅଧିକାଶଂ ସ୍ଥାନରେ 3 ରୁ 4 ଡୀଗ୍ରି ଖସିବ । ତେବେ ଗତ କାଲି ଦାରିଙ୍ଗବାଡି ର ତାପମାତ୍ରା 15 ଡୀଗ୍ରି ତଳକୁ ଖସିଥିଲା । ସେଠାରେ ପାରଦ 13.5 ଡୀଗ୍ରି ସେଲିସିୟସ ରେକର୍ଡ ହୋଇଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।