( ଥଣ୍ଡା,କାଶ,କଫ ) ଭଲ କରେ ଏହି ଚମତ୍କାରି ପିଜୁଳି ପତ୍ର |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୀତଦିନ ଆରମ୍ଭ ହେବା ମାତ୍ରେ ଅନେକ ଲୋକଙ୍କୁ ଥଣ୍ଡା,କାଶ ଏବଂ କଫ ଭଳି ସମସ୍ୟା ଉତ୍ପନ ହୋଇଯାଏ ସେଥିରୁ ବଞ୍ଚିବା ପାଇଁ ଆମେ ଗରମ ଗରମ ଜିନିଷର ସେବନ କରିଥାଉ ଫଲରେ ଆମକୁ ଗ୍ୟାସ ଏସିଡିଟି ଏବଂ କବଜ ଭଲି ସମସ୍ୟା ଉତ୍ପନ ହୋଇଯାଏ । ଏମିତି ଆପଣଙ୍କୁ ନହଉ ସେଥିପାଇଁ ଆଜି ମୁଁ ଆପଣଙ୍କ ସହିତ ଥଣ୍ଡା,କାଶ ଏବଂ କଫ ଭଳି ସମସ୍ୟା କୁ ଦୂର କରିବା ପାଇଁ ଗୋଟିଏ ବହୁତ ଭଲ ଚମତ୍କାରୀ ଘୋରଇ ଉପାଚାର ବିଷୟରେ ବିଷୟରେ କହିବୁ ଯାହା ଆପଣ ସେବନ କରିବା ଦ୍ୱାରା ଆପଣଙ୍କର ଥଣ୍ଡା,କାଶ ଏବଂ କଫ ଭଳି ସମସ୍ୟା ଦୂର ହେବ । ତେବେ ଆସନ୍ତୁ ଜାଣିନେବା ଆଜିର ଏହି ହୁମ ରେମେଡି ବଷୟରେ ସେଥିପାଇଁ ଆମ ପୋଷ୍ଟକୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ ।

patra

ତେବେ ଏଥିପାଇଁ ଆପଣଙ୍କୁ ଆବସ୍ୟକ ପିଜୁଳି ପତ୍ର ଏହା ଆପଣଙ୍କ ବାଡିରେ ସହଜରେ ମିଳିଯିବ ପିଜୁଳି ଖାଇବା ଆମ ସ୍ୱାସ୍ଥ ପାଇଁ କେତେ ଲାଭ ଦାୟକ ଏହାତ ଆପଣ ସମସ୍ତେ ଜାଣିଥିବେ ଏବଂ ଏହାର ପତ୍ର ମଧ୍ୟ ବହୁତ ଚମତ୍କାରୀ ଅଟେ । ପିଜୁଳି ପତ୍ରରେ ଭରପୁର ମାତ୍ରାରେ ଭିଟାମିନ C ଏବଂ ଆଇରନ ଆଦି ମିଳିଥାଏ ଯଦି ଆପଣ ଥଣ୍ଡା,କାଶ ଭଳି ସମସ୍ୟା ରେ ଏହାର ଚାହା ବନି ପିଇବେ ତେବେ ଆପଣଙ୍କୁ ତୁରନ୍ତ ଲାଭ ମିଳିବ ।

ଯେତେବି କଫ ଆପଣଙ୍କ ଛାତିରେ ଜମିଅଛି ଏବଂ ଆପଣ ମାନଙ୍କ ଗଳାରେ ଜମିଅଛି ବା ଆପଣଙ୍କୁ କାଶ ହେଉଅଛି ଥଣ୍ଡା ଯୋଗୁ ଆପଣଙ୍କର ଯଦି ମିଣ୍ଡ ବିନ୍ଧୁଅଛି ତେବେ ଏଥିରୁ ଆପଣଙ୍କୁ ସମ୍ପୂର୍ଣ୍ଣ ଲାଭ ମିଳିବ ।

ତେବେ ଆସନ୍ତୁ ଜାଣିନେବା କେମିତି ଏହାର ସେବନ କରିବେ ତେବେ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏବଂ ଗ୍ୟାସ ରେ ବସାନ୍ତୁ ଆମକୁ ଏହା ଚାହାପରି ବନେଇବାକୁ ହେବ ଏବଂ ଏକା ଥରେ ସେବନ କରିବାକୁ ହେବ ଏବେ ଆପଣ ଏଥିରେ ଦେଢ଼ ଗ୍ଲାସ ପାଣି ଢାଳନ୍ତୁ ଏବେ ଆପଣ ଏହି ପାଣିକୁ ଗରମ କରିବା ପାଇଁ ଛାଡିଦିଅନ୍ତୁ ପାଣି ଗରମ ହେଲାପରେ 5 ରୁ 7ଟି ପିଜୁଳି ପତ୍ର ପକାନ୍ତୁ ଧ୍ୟାନ ରଖିବେ ଆପଣ ସମ୍ପୂର୍ଣ୍ଣ କଞ୍ଚା ପତ୍ର ଏଥିରେ ପ୍ରୟଗ କରନ୍ତୁ ଫଳରେ ଏହାର ସ୍ୱାଦ ଭଲ ରହିବ ।

pizuli

ପାଣିରେ ପକେଇ ସାରିଲା ପରେ ଆପଣ ଏହାକୁ 8 ରୁ 10 ମିନିଟ୍ ଗରମ କରନ୍ତୁ ଏହା ପରେ ଆପଣ ମାନେ ଏଥିରେ ଆଉ ଦୁଇଟି ଜିନିଷ ମିସାନ୍ତୁ ଯଦି ଆପଣହ୍କ ଗଳାରେ ଭୟହ୍କର କଫ ଜମା ହୋଇଅଛି ତେବେ ଆପଣ ଏଥିରେ 4 ରୁ 5ଟି ଗୋଲ ମରିଚ ପକାନ୍ତୁ ତାପରେ ଏଥିରେ 3 ରୁ 4ଟି ଲବଙ୍ଗ ପକାନ୍ତୁ କେବଳ ଏତିକି ଜିନିଷ ଏଥିରେ ପକାନ୍ତୁ ଆଉ ଅନ୍ୟ କୌଣସି ଜିନିଷ ଆପଣ ଏଥିରେ ମିସାନ୍ତୁ ନାହିଁ । ଏହାପରେ ଆପଣ ସକାଳେ ଏବଂ ସନ୍ଧ୍ୟା ରେ ଏହି ଚାହାର ସେବନ କରନ୍ତୁ ଦେଖିବେ ଆପଣଙ୍କର ଥଣ୍ଡା,କାଶ ଏବଂ କଫ ଭଳି ସମସ୍ୟା ଦୂର ହୋଇଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *