ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ରାଜ୍ୟ ରେ ମାଡି ଆସୁଛି ଆଉ ଏକ ଲଘୁଚାପ ଏବେ ଅତିକ୍ରମ କରିଥିବା ବାତ୍ୟା ଜୱାଦ ପ୍ରଭାବ ରେ ଚାଷୀ ମାନଙ୍କୁ ବହୁତ କିଛି କ୍ଷେତି ଘଟିଛି । ତେବେ ପୁଣି ଥରେ ରାଜ୍ୟ ଉପରକୁ ଆସୁଛି ଆଉ ଏକ ଲଘୁଚାପ ର ପ୍ରଭାବ । ଏହା ସହ ରାଜ୍ୟରେ ମେଘୁଆ ପାଗ ସହ ବଢିଛି ଶୀତ ଆସନ୍ତା 24 ଘଣ୍ଟା ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲ୍କା ବର୍ଷା ହୋଇଛି । ତେବେ ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ 48 ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ସେହି ପରି ଦାରିଙ୍ଗ ବାଡି ରେ ସର୍ବନିମ୍ନ ତାପମାତ୍ରା 11.5 ଡୀଗ୍ରି ସେଲିସିୟସ ଥିବା ବେଳେ ଫୁଲବାଣୀ ରେ ତାପମାତ୍ରା 14.5 ଡୀଗ୍ରି ରେକର୍ଡ ହୋଇଛି । ତେବେ ଆଜି ଠାରୁ ତାପମାତ୍ରା 3 ରୁ 4 ଡୀଗ୍ରି ହ୍ରାସ ପାଇବା ସହିତ ଆଜି ମଧ୍ୟ ହାଲ୍କା ଧରଣ ର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ ଉପରେ ।
ତେବେ ବାତ୍ୟା ଜୱାଦ ଜନିତ ବର୍ଷା ଦୁଃଖ ଜାଇ ନଥିବା ବେଳେ ପୁଣି ଅର୍ଣ୍ନ ଦାତା ଙ୍କୁ ବେଡି ଉପରେ କୋରନା ମାଡ ସଦୃଶ ଦୂର୍ଦଶା ଦେଉଛି ଟ୍ରଫ ଲାଇନ ବର୍ଷା । ଡିସେମ୍ବର ମାସରେ ଶୀତ ବଦଳରେ ହେଉଛି ବର୍ଷା କୋହଲା ପାଗକୁ ଥଣ୍ଡା ପାବନ ବୋହୁ ଥିବାରୁ । ରାଜ୍ୟରେ ଅଧିକାଶଂ ସହର ଜାଡ ରେ ଥରୁଛି । ମୂଖ୍ୟ କଥା ହେଲା କି ବଙ୍ଗୋପସାଗର ରେ କ୍ରମାଗତ ଭାବେ ଘୂର୍ଣ୍ଣିଂବଳୟ ସୃଷ୍ଟି ହେଉଥିବା ବେଳେ ଶୀତ ସାଙ୍ଗକୁ ବର୍ଷା ମଧ୍ୟ ହେଉଛି ।
ତେବେ ଗତ ନଭେମ୍ବର 29 ପର ଠାରୁ ରାଜ୍ୟର ପାଣିପାଗରେ ସେମିତି କିଛି ପରିବର୍ତନ ଆସିନାହିଁ । ତେବେ ବିଶେଷ କରି ଉପକୂଳ ବର୍ତ୍ତି ଜିଲ୍ଲା ରେ ବର୍ଷାର ପ୍ରଭାବ ନଜର କୁ ଆସିଛି । ବର୍ଷା ପରିମାଣ କମିଥିବା ବେଳେ ଆଉ 2 ଦିନ ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।
ତେବେ ଦକ୍ଷିଣ ବଙ୍ଗୋପସାଗର ଏବଂ ଉତ୍ତର ବଙ୍ଗୋପସାଗର ର ସମୁଦ୍ର ପତନ ଠାରୁ 0.9 କିଲୋମିଟର ମଧ୍ୟରେ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବ ଓଡିଶା ରେ ଏବେ କୋହଲା ପାଗ ସହିତ ବର୍ଷା ସମ୍ଭାବନା ରହିଛି ।
ବିଶେଷଜ୍ଞ୍ୟ ମାନଙ୍କ ମତରେ ଆସନ୍ତା 24 ଘଣ୍ଟାରେ ଗଞାମ୍ , ଗଜପତି , ଜଗତସିହଂପୁର , କେନ୍ଦ୍ରାପଡା , କୋରାପୁଟ , ମାଲକାନାଗିରି , ପୁରୀ ଖୋର୍ଦ୍ଧା , କଟକ ଭଳି ସ୍ଥାନରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । ତେବେ ଆପଣମାନଙ୍କର କେଉଁ ଜିଲ୍ଲା କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।