ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ଏହି ଅତ୍ୟାଧୁନିକ ବିକଶିତ ଟେକ୍ନୋଲୋଜିକାଲ ସମାଜରେ ସମସ୍ତେ ଏକ ସରସ ସୁନ୍ଦର ଚାକ ଚକ୍ୟ ମୟ ଜୀବନ ଯାପନ କରିବା ପାଇଁ ଆବଶ୍ୟକ ଅର୍ଥ ଉପାର୍ଜନ ଲାଗି ସର୍ବଦା ନିଜ ନିଜର କାଯ୍ୟ ରେ ବ୍ୟସ୍ତ ରହୁଛନ୍ତି । ନିଜ ନିଜର ଆବଶ୍ୟକତା ପୂରଣ ପାଇଁ କେଉଁ ସ୍ତରର କାର୍ଯ୍ୟ କରିବା ପାଇଁ ମଧ୍ୟ ସେମାନେ ପଛଘୁଞ୍ଚା ଦେଉ ନାହାନ୍ତି । ଅନେକ ସମୟରେ ନିଜର ସାମାନ୍ୟ ଅସାବଧାନତା କାରଣରୁ କେତେ ବଡ଼ ବଡ଼ ଦୁର୍ଘଟଣା ଘଟି ଯାଉଛି କେତେକ ଙ୍କ ସହିତ । ତେବେ ଏ ବିଷୟରେ ଆପଣ ମାନେ ବିଭିନ୍ନ ନ୍ୟୁଜ ପେପର ସୋସିଆଲ ମିଡ଼ିଆ ଆଦି କ୍ଷେତ୍ର ରୁ ଜାଣିବା କୁ ପାଉଥିବେ ।
ତେଣୁ ମନୁଷ୍ୟ ଜୀବନରେ ପ୍ରତିଟି କ୍ଷେତ୍ରରେ ସତର୍କତା ତଥା ସାବଧାନତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ଅଟେ । ସାଧାରଣ ଭାବେ ଲୋକ ମାନେ ଛୋଟ ଛୋଟ ବିଷୟ ପ୍ରତି ଧ୍ୟାନ ଦେଇ ନ ଥାନ୍ତି ଯାହା ଫଳରେ ପରବର୍ତ୍ତୀ ସମୟରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ସେହିପରି ଏକ ଘଟଣା ଆଜି ଆମ ସାମ୍ନା କୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତେବେ ଆସନ୍ତୁ ଉକ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବା ।
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଶୀତ ଦିନରେ ବହୁତ ପନିପରିବା ମାର୍କେଟ ରେ ଉପଲବ୍ଧ ହୋଇଥାଏ । ତେବେ ଏହି ଶୀତ ଋତୁ ରେ ପନିପରିବା ରେ ଅନେକ ପ୍ରକାରର ଛୋଟ ଛୋଟ କିଟପତଙ୍ଗ ରହିଥାନ୍ତି ଯାହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଡାକ୍ତର ମାନେ ସବୁବେଳେ କହିଥାନ୍ତି ଯେ ପନିପରିବା କୁ ଭଲ ଭାବରେ ଧୋଇ ତାକୁ ପରିଷ୍କାର କରିବା ପରେ ବ୍ୟବହାର କରିବା ଉଚିତ ।
ସୂଚନା ଅନୁସାରେ ଭୋପାଳ ର ଜଣେ 35 ବର୍ଷୀୟ ମହିଳା ବଜାରରୁ ଏକ ଫୁଲ କୋବି ଘରକୁ ଆଣିଥିଲେ କିନ୍ତୁ ସେ ଜାଣିନଥିଲେ କି ସେହି କୋବି ମଧ୍ୟରେ ଲୁଚି ରହିଛି ଏକ ବିଷଧର ସାପ ଛୁଆ । ଯେତେବେଳେ ସେହି ମହିଳା ଓ ତାଙ୍କର ଝିଅ ମିଶି ସେହି କୋବି କୁ ରୋଷେଇ ପାଇଁ କାଟୁଥିଲେ ସେତେବେଳେ ସେମାନଙ୍କର ଅଜାଣତ ରେ ସେହି ସାପ ଟି ଉଭୟ ମା ଓ ଝିଅ କୁ କାମୁଡ଼ି ଦେଇଥିଲା ।
ପରେ ସାପ ର ବିଷ ଝିଅ ର ଶରୀର ରେ ବ୍ୟାପିଯିବା କାରଣରୁ ଝିଅ ଟି ବାନ୍ତି କରିବା ସହ ଅଚେତ ହୋଇଯାଇଥିଲା । ଏହା ଦେଖି ମାଆ ଚିତ୍କାର କରିଥିଲେ ପରେ ମହିଳା ଜଣକ ମଧ୍ୟ ଅଚେତ ହୋଇ ଯାଇଥିଲେ । ତେବେ ଘରେ ପାଟି ଶୁଭିବା ଦେଖି ପୋଡ଼ଶୀ ମାନେ ଯାଇ ଦେଖିଲେ ଓ ସେମାନ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ତେବେ ପ୍ରଥମେ ଉଭୟ ଙ୍କର ଅବସ୍ଥା ଅତ୍ୟନ୍ତ ସୈଚନୀୟ ହୋଇପଡିଥିଲା । ପରେ ସାପ କାମୁଡିଥିବା କଥା ଡାକ୍ତର ସ୍ପଷ୍ଟ କରିଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କର ଅବସ୍ଥା ରେ ସୁଧାର ଆସିଥିବାର ସୂଚନା ଦେଇଛନ୍ତି ଡାକ୍ତର ଧର୍ମେନ୍ଦ୍ର ସିଂହ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।