ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆଜି ଆମେ ସୁମଙ୍ଗଳ ଯୋଜନା ବିଷୟ ରେ କଥା ହେବା ତେବେ ସରକାର ଙ୍କ ତରଫ ରୁ ଜାତି ପ୍ରଥା ଉଠେଇବା ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରହିଛି । ବର୍ତମାନ ସମୟ ରେ ଖବର ଆସିଛି ଯେଉଁ ମାନେ ଇଣ୍ଟର୍କାଷ୍ଟ ବିବାହ କରୁଛନ୍ତି । ସେମାନଙ୍କୁ ସହାୟତା ରାଶି ହିସାବ ରେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଆମେ ଆଜି ଜାଣିବା କି ଏହି ସହାୟତା ରାଶି ଆମେ ମାନେ କିଭଳି ଭାବେ ଆବେଦନ କରି ପାରିବା । ଏଥିପାଇଁ କଣ ସବୁ ଡୋକ୍ୟୁମେଣ୍ଟ ଜରୁରୀ ଅଟେ ଜାଣିବା ।
ଏଥିପାଇଁ ଆପଣ ମାନଙ୍କୁ ସୁମଙ୍ଗଳ ଯୋଜନା ୱେବସାଇଟ କୁ ଯିବାକୁ ପଡିବ । ଆପଣ ମାନେ ସହାୟତା ରାଶି ପାଇବା ପାଇଁ ଯେଉଁ ଦୁଇ ଜଣ ବିବାହ କରୁଛନ୍ତି ସେମାନେ ଓଡିଶାର ବାସୀ ହେବା ଦରକାର। ସେଥି ମଧ୍ୟରୁ ଜଣେ ସିଡିଲ କାଷ୍ଟ ହେବା ଦରକାର। ନଚେତ ସେମାନେ ଏହା ପାଇବା ପାଇଁ ଯୋଗ୍ୟ ହେବେନି। ଏହା କେବଳ ଆପଣଙ୍କୁ ଗୋଟେ ଥର ମିଳିବ । ଯଦି ଆପଣ ମାନେ ବିବାହ କରୁଛନ୍ତି ତେବେ ଆପଣଙ୍କୁ ମିଳିବ ନାହିଁ ।
ଏହା ପାଇଁ ଆପଣଙ୍କୁ ବିବାହ ସାର୍ଟିଫିକେଟର ଫଟୋ କପି, ଦୁହିଁ ଙ୍କ କାଷ୍ଟ ସାର୍ଟିଫିକେଟର ଫଟୋ କପି, ସ୍ୱମୀ ସ୍ତ୍ରୀ ଉଭୟଙ୍କ ଫଟୋ।ଏବଂ ଆପଣଙ୍କର ଏକ ଯେକୌଣସି ବ୍ୟାଙ୍କରେ ଜଏଣ୍ଟ ପାସ ବହି ରହିଥିବା ଦରକାର ସେହିଥିରେ ସମସ୍ତ ତଥ୍ୟ ରହିବ ଯଦି ଆପଣ ନିଜର ସପତ୍ନୀ ଙ୍କୁ ବିବାହ ର 5 ବର୍ଷ ମଧ୍ୟରେ ଛାଡ ପତ୍ର ଦିଅନ୍ତି ତେବେ ଆପଣ ମାନେ ପାଇଥିବା ଟଙ୍କା ସହିତ 6.5 ପ୍ରତିଶତ ସୁଧ ଦେବାକୁ ପଡିବ ।
ଏହା ପରେ ଦ୍ୱିତୀୟ ଫର୍ମ ଡାଉନଲୋର୍ଡ କରନ୍ତୁ ଏବଂ ଏଥିରେ ସ୍ୱାମୀ ସ୍ତ୍ରୀ ଙ୍କ ଦସ୍ତଖସ୍ତ ଜରୁରୀ ଅଟେ । ଆପଣଙ୍କ ସ୍କାନ କପି କମ୍ବା ପିଡିଏଫ୍ ଜରୁରୀ ଅଟେ । ଏହା ପରେ ଆପଣ ମାନେ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ । ସେହିଥିରେ ଆପଣ ମାନଙ୍କ ନାମ ମୋବାଇଲ ନମ୍ବର , ଇମେଲ ଏହା ସହିତ ନିଜର ଜିଲ୍ଲା ପଞ୍ଚାୟତ ଦିଅନ୍ତୁ ଏହା ପରେ ରେଜିଷ୍ଟର ଉପରେ କ୍ଲିକ୍ କରିବେ ଏବଂ ପରେ ନିଜର ଏକାଉଣ୍ଟ ହେବା ପରେ ନିଜର ମୋବାଇଲ ନମ୍ବର ଏବଂ ପାସୱାର୍ଡ ଦେଇ ଲଗଇନ କରନ୍ତୁ ଏବଂ ପରେ ଆପ୍ଲାୟ କରି ପାରିବେ ।
ଆପଣ ମାନେ ଏହି ସୁମଙ୍ଗଲ ପୋର୍ଟାଲ୍ ଯୋଜନାରେ ଆବେଦନ କରିବାକୁ ଚାହୁଁଥିଲେ ଏହି ୱେବସାଇଟରେ sumangal.odisha.gov.in ରେ ଆବେଦନ କଲେ ଆନ୍ତଃ ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀ ମାନେ କେବଳ 60 ଦିନ ମଧ୍ୟରେ 250000 ଟଙ୍କା ପ୍ରୋତ୍ସାହନ ରାଶି ପାଇପାରିବେ । ଏଥିପାଇଁ କୌଣସି ପ୍ରକାର ଅସୁବିଧା ମଧ୍ୟ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।