ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶା ରେ ଜାରି ରହିଥିବା ବାତ୍ୟା ଜୱାଦ ଏବେ ଟଳିଜାଇଛି ହେଲେ ଏପର୍ଯ୍ୟନ୍ତ ବର୍ଷା ର ବିପଦ ଟଳିନାହିଁ । ଏବେ ଓଡିଶା ରେ 5 ଜିଲ୍ଲା କୁ ଆଲର୍ଟ ଜାରି ହୋଇଛି ପ୍ରବଳ ରୁ ପ୍ରବଳ ବର୍ଷା ନେଇ । ଏହା ସହିତ ପାଣିପାଗ ବିଶେଷଜ୍ଞ୍ୟ ଏହାବି ସୂଚନା ଦେଉଛନ୍ତି କି ଡିସେମ୍ବର ମାସ ତୃତୀୟ ସପ୍ତାହ ରେ ପୁଣି ମାଡିଆସୁଛି ଆଉ ଏକ ଲଘୁଚାପ । ହେଲେ ଜାରି ରହିଥିବା ବାତ୍ୟା ଜୱାଦ ର ପ୍ରୋକପ ରେ ଓଡିଶା ରେ 30 ରୁ 40 କିଲୋମିଟର ପବନ ବହିବା ସହିତ ଆଜି ଠାରୁ ବର୍ଷାର ପରିମାଣ ବଢିବ ।
ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଉପରେ ନଜର ପକେଇବା । ବାତ୍ୟା ସିନା ଫୁସିକି ଗଲା ହେଲେ ବର୍ଷା ଚାଷୀ ମୁଣ୍ଡ ରେ ଚଡକ ପକେଇ ଦେଇଛି । ଏଯାଏ ଯେତିକି ବର୍ଷା ହୋଇଛି ଏବଂ ଯେତିକି ବର୍ଷା ହେବ ସେଥିରେ ବ୍ୟାପକ କ୍ଷେୟ କ୍ଷେତି ହେବ । ତେବେ ଧାନ ରୁ ପନିପରିବା ଯାଏ ସବୁ ଓଜାଡି ଦେବ ଏହି ଅଦିନିଆ ବର୍ଷା । ଉପକୂଳ ଓଡିଶା ରେ ଏକର ଏକର ଜମିରେ ପାଣିପସି ବର୍ବାଦ ମଧ୍ୟ କରିଛି ।
ପାଚିଜାଇଥିବା ଧାନ ବି ଏବେ ଶୋଇ ପଡିଛି । ତେବେ ଉପକୂଳ ଓଡିଶା ରେ ବର୍ଷା ନିସ୍କାଶନ ସମସ୍ୟା ଥିବାରୁ ବିଲ ନସୁଖିବା ଯାଏ ତଳିବୁଡି ଧାନ ନଷ୍ଟ ହୋଇଯିବ । ଏହା ସହିତ ଗତ 24 ଘଣ୍ଟା ରେ ଉପକୂଳ ଏବଂ ଦକ୍ଷିଣ ଓଡିଶା ରେ ଯେତିକି ବର୍ଷା ହୋଇଛି । ସେହିଥିରେ ଚାଷୀ ମୁଣ୍ଡରେ ହାତ ଦେଇ ମଧ୍ୟ ବସିଛନ୍ତି । ତେବେ ବର୍ଷା ଯୋଗୁଁ , ଗଞାମ୍ , ପୁରୀ , ଜଗତସିହଂପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର ସମେତ ପାର୍ଶ୍ୱବର୍ତ୍ତି କଟକ , ନୟାଗଡ , ବୈଦ୍ଧ , ରାୟଗଡା , ଅନୁଗୁଳ , ଢେଙ୍କାନାଳ , ଜାଜପୁର ରେ ବ୍ୟାପକ ପରିମାଣ ରେ ଫସଲ ନଷ୍ଟ ହୋଇଛି ।
ତେବେ ପୁଣି ଥରେ ଡିସେମ୍ବର ତୃତୀୟ ସପ୍ତାହ ରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ସେହିଥି ପାଇଁ ପୁଣି ଥରେ ଚାଷୀ ମାନଙ୍କୁ ଅସୁବିଧା ର ସାମ୍ନା କରିବାକୁ ପଡିବ ବୋଲି କୁହାଜାଇଛି । ଏବଂ ଆଜି ପାଇଁ ଗଞାମ୍ , ପୁରୀ , ଜଗତସିହଂପୁର , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ପରିମାଣ ରେ ବର୍ଷାର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।