Cyclone Jawad Update – ପୁରୀର ଏହି ଜୀଗାରେ କରିବ ଲ୍ୟାଣ୍ଡଫଲ , ଆପଣଙ୍କ ଜିଲ୍ଲାରେ ପବନର ବେଗ ଜାଣନ୍ତୁ ।

Cyclone Jawad

ବାତ୍ୟା ଜୱାଦକୁ ନେଇ ସୂଚନା ସ୍ପଷ୍ଟ କଲା ପାଣିପାଗ ବିଭାଗ । ରବିବାର ମଧ୍ୟାହ୍ନ ବେଳକୁ ପୁରୀ ନିକଟରେ ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ରହିଛି । ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା ଉପକୂଳ ଓଡିଶା ସଂଲଗ୍ନ ହୋଇ ଏହା ପଶ୍ଚିମବଙ୍ଗ ଆଡକୁ ଚାଲିଯିବ ବୋଲି । ତେବ ଘଂଟାପ୍ରତି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିପାରେ ଏହା ସହ ୧୦୦ କିଲୋମିଟର ବେଗରେ ଝଟ୍କା ଅନୁଭବ ହେବ ।

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ହୋଇଛି ବାତ୍ୟା ‘ଜୱାଦ୍‌’। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଘଣ୍ଟା ପ୍ରତି ୬ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା।

batya

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ ଅନୁଯାୟୀ, ଏହା ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବକୁ ୨୫୦ କିଲୋମିଟର ଦୂରରେ ରହିଛି। ସେହିପରି ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ କିଲୋମିଟର ଓ ପୁରୀଠାରୁ ଏହା ୪୩୦ କିଲୋମିଟର ଦୂର ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି। ପାରାଦୀପଠାରୁ ଏହା ଦକ୍ଷିଣ,ଦକ୍ଷିଣ-ପଶ୍ଚିମ ଦିଗରେ ୫୧୦ କି.ମି. ଦୂରରେ ଅବସ୍ଥିତ ରହିଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଜୱାଦ ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ୪ ତାରିଖ ସକାଳେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳରେ ପହଞ୍ଚିବ। ସେତେବେଳକୁ ଏହା ଆହୁରି ଶକ୍ତିଶାଳୀ ହୋଇ ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ, ଯେତେବେଳେ ଏହାର କେନ୍ଦ୍ରର ପବନର ଗତି ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବ। ସମୟ ସମୟରେ ୧୧୦ କିଲୋମିଟର ବେଗରେ ଝଟକା ଦେବ। ସେ ସମୟରେ ଏହାର ପ୍ରକୋପ ସର୍ବାଧିକ ରହିବ।

rain

ଏହି ଅବସ୍ଥାରେ ବାତ୍ୟା ଆଗକୁ ବଢ଼ିବ ଓ ରାତି ସାଢ଼େ ଏଗାରଟା ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଉପକୂଳକୁ ଭୀଷଣ ବର୍ଷା ସହିତ ଗୁରାଣ୍ଡି ପକାଇବ। ଏହା ପରେ ବାତ୍ୟାର ପ୍ରକୋପ କମିବ ଓ ୫ ତାରିଖ ଦିନ ପୂର୍ବାହ୍ନ ସାଢେ ଏଗାରଟା ବେଳକୁ ବାତ୍ୟା ରୂପକୁ ଖସି ଆସିଥିବ, ହେଲେ ୮୦ରୁ ୯୦ କିଲୋମିଟର ଥିବ ପବନର ଗତି। ବେଳେ ବେଳେ ଏହା ୧୦୦ କିଲୋମିଟର ବେଗରେ ଝଟକା ଦେବ। ସାମୁଦ୍ରିକ ଜୁଆରର ଉଚ୍ଚତା ବଢ଼ିବା ସହ ସମୁଦ୍ର ଜଳ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ। କେନ୍ଦ୍ରାପଡ଼ା ଜିଲ୍ଲା ଟିକାୟତ ନଗର ଅଞ୍ଚଳରେ ସମୁଦ୍ର ଜଳ ୨. ୬୪ କି.ମି. ପର୍ଯ୍ୟନ୍ତ ମାଡ଼ି ଆସିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ନିଜ ଅଞ୍ଚଳରେ କଣ ରହିବ ବାତ୍ୟାର ପ୍ରଭାବ ଜାଣିବାକୁ ଚାହୁଁଥିଲେ ଗୋଟିଏ ଲାଇକ କରିବା ସହିତ ଉପରେ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *