ବାତ୍ୟା ଜୱାଦ ଏବେ ବିଶାଖାପାଟନମରୁ ପ୍ରାୟ ୨୫୦ କିଲୋମିଟର ଦକ୍ଷିଣରେ ରହିଛି । ଗୋପାଳପୁର ଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ଏହା ପୁରୀଠାରୁ ୪୩୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ପାରାଦୀପଠାରୁ ୫୧୦ କିଲୋମିଟର ଦୂରରେ ରହିଛି ।
ତେବେ ଗତ ୬ ଘଣ୍ଟା ମଧ୍ୟରେ ୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରୁଛି ବାତ୍ୟା ଜୱାଦ। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳରୁ ପଶ୍ଚିମବଙ୍ଗର ପଶ୍ଚିମବଙ୍ଗ ବେଳାଭୂମିରେ ପହଞ୍ଚିବ ।
ପାଣିପାଗ ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ାର ଟିକାୟତ ନଗରଠାରେ ପ୍ରାୟ ଅଢ଼େଇ ଫୁଟ ଉଚ୍ଚର ଜୁଆର ଉଠି ପ୍ରାୟ ୨.୬୪ କିମି ପର୍ଯ୍ୟନ୍ତ ମାଡ଼ି ଆସିବ । ସେହିପରି ଜଗତସିଂହପୁର ଜିଲ୍ଲାର ମୂଷାଡ଼ିଆଁଠାରେ ପ୍ରାୟ ୨ଫୁଟ୍ ଉଚ୍ଚର ଜୁଆର ଉଠିବ ଓ ଏହା ୨.୩୭କିମି ଭିତରକୁ ମାଡ଼ିଆସିବାର ଆଶଙ୍କା ରହିଛି । ପୁରୀର ଛୁରିଆନାଠାରେ ପ୍ରାୟ ୨ ଫୁଟ ଉଚ୍ଚ ଜୁଆର ଉଠିବ ଓ ୧.୦୩କିମି ଭିତରକୁ ଜୁଆର ମାଡ଼ି ଆସିବାର ସମ୍ଭାବନା ଅଛି । ଭଦ୍ରକର ମୋହନପୁରଠାରେ ୨ଫୁଟ ପର୍ଯ୍ୟନ୍ତର ଜୁଆର ଆସି ପ୍ରାୟ ୬୪୦ମିଟର ଭିତରକୁ ପାଣି ମାଡ଼ିଆସିବ ।
ତେବେ ଏହା ଛଡା ପ୍ରବଳ ବର୍ଷା ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ବର୍ଷା ଆରମ୍ଭ ହୋଇସାରିଥିବା ବେଳେ ମଧ୍ୟରାତ୍ରିରେ ପବନର ବେଗ ବଢିବା ଅନୁମାନ କରାଯାଉଛି । ପୁରୀ ସମେତ ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବର୍ଷା ଓ ପବନର ବେଗ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।
ବାତ୍ୟା ଲ୍ୟାଣ୍ଡଫଲ କଲାବେଳକୁ ଘଂଟାପ୍ରତି ୮୦ରୁ ୯୦ କିମି ପବନର ବେଗ ରହିବ, ଏହା ପୂର୍ବରୁ 50 ରୁ 55 କିମି ରହିବ ବୋଲି ଅନୁମାନ କରାଯାଉଛି । ଜିଲ୍ଲା ପ୍ରଶାସନଗୁଡିକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।
ପାଣିପାଗ ବିଭାଗର ସୁଚନା ଅନୁସାରେ 5 ତାରିଖର ମଧ୍ୟାନରେ ପୁରି ନିକଟରେ ସ୍ତଳ ଭାଗ ଛୁଇଁପାରେ ବାତ୍ୟା ଜାୱାଦ । ତେବେ ଏଥି ପାଇଁ ପୁରିରେ ଏବେ ରେଡ ଆର୍ଲଟ ଜାରି କରା ଜାଇଛି । ବାତ୍ୟା ସମ୍ଭନ୍ଧୀୟ ସବୁତକ ଖବର ଏବେ ହିଁ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହିତ ସେୟାର କଲେ ଏହାର ସୁଚନା ଆପଣ ପାଇ ପାରିବ ।