ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାତ୍ୟା ଜୱାଦ କାରଣ ରୁ ଏବେ ରାଜ୍ୟରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି । ଏହା ସହିତ ଏହି ବାତ୍ୟା ଜୱାଦ ସମୁଦ୍ର ପତନ ଠାରୁ କେତେ କିଲୋମିଟର ଦୂରରେ ରହିଛି ଆଜି ରାଜ୍ୟର କେଉଁ କେଉଁ ଜିଲ୍ଲା କୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଉପରେ ନଜର ପକେଇବା । ଜାହାକି ପାଣିପାଗ ବିଭାଗ ଏବେ ଏବେ କିଛି ନୂଆ ରିପୋର୍ଟ ଜାରି କରିଛନ୍ତି ।
ତେବେ ସାମୁଦ୍ରିକ ଝଡ ଜୱାଦ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ରେ 6 ଘଣ୍ଟା ଧରି 14 କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ବର୍ତମାନ ଏହା ଆନ୍ଧ୍ର ପ୍ରଦେଶ ସହିତ ବିଶାଖା ପାଟ୍ଟନାମ ଠାରୁ । ଦକ୍ଷିଣ ପୂର୍ବ ଦିଗରେ 280 କିଲୋମିଟର ଦୂର ରେ ରହିଛି । ଗୋପାଳପୁର ଠାରୁ 400 କିଲୋମିଟର ଦୂରରେ ରହିଛି । ତେବେ ଉତ୍ତର ପୂର୍ବ ଦିଗକୁ ଫେରି ଓଡିଶା ଉପକୂଳ ଦେଇ ଡିସେମ୍ବର 5 ତାରିଖ ମଧ୍ୟନ୍ନ ରେ ପୁରୀ ନିକଟରେ ପହଁଚିବା ସମ୍ଭାବନା ରହିଛି ।
ତେବେ ପରବର୍ତି ସମୟ ରେ ଏହା ଉପକୂଳ ଓଡିଶା ଅତିକ୍ରମ କରି ପଶ୍ଚିମବୋଙ୍ଗ ଉପକୂଳ ଆଡକୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆଜି ରାଜ୍ୟରେ ବିଭିନ୍ନ ସ୍ଥାନରେ ପବନ ର ବେଗ ବଢିବା ଆରମ୍ଭ କରିବ । ଏହାର ପ୍ରଭାବ ରେ ରାଜ୍ୟର କିଛି ଜିଲ୍ଲାରେ ଏବେ ବର୍ଷା ମଧ୍ୟ ଆରମ୍ଭ ହୋଇଥିବା ବେଳେ ଯେଉଁ ଜିଲ୍ଲାରେ ବର୍ଷା ହେବ ଏହିନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ।
ତେବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ଅନୁସାରେ ବାତ୍ୟା ସମୟ ରେ ପବନର ବେଗ 80 ରୁ 90 କିଲୋମିଟର ପବନର ବେଗ ଘଣ୍ଟା ପ୍ରତି ରହିବ । ତେବେ ପବନର ଝଟ୍କା ଏହି ସମୟ ରେ 100 କିଲୋମିଟର ରହିବ । ବାତ୍ୟା ପ୍ରଭାବ ରେ ଖୋର୍ଦ୍ଧା , ଗଞାମ୍ , କଟକ , ଏବଂ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷାହେବ। ତେବେ ଆପଣ ମାନଙ୍କର କେଉଁ ଜିଲ୍ଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।