ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆସୁଛି ବାତ୍ୟା ଜୱାଦ୍ ଫସଲ ଅମଳ ସମୟରେ ବାତ୍ୟା ବର୍ତମାନ ଚାଷୀ ଙ୍କ ପାଇଁ ଚିନ୍ତାର କାରଣ ହୋଇଛି 13 ଜିଲ୍ଲା ପ୍ରତି ବିପଦ ଏହି ବାତ୍ୟା ଆଲଟ୍ ରେ ସେନା ଓ ଇଣ୍ଡିଆରପ ଟିମ୍ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବାତ୍ୟା ଜୱାଦ୍ କଣ ଅପଡେଟ୍ ରହିଛି ତା ସହିତ ଏହାର ପ୍ରଭାବରେ କେଉଁ କେଉଁ ଜିଲ୍ଲା ରେ ସବୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଆଣ୍ଡାମାନ ସାଗର ରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହେବ ଆସନ୍ତା କାଲି କେନ୍ଦ୍ରିୟ ବଙ୍ଗପ ସାଗର ବଙ୍ଗପ ସାଗର ଅଞ୍ଚଳ ରେ ଏହା ବାତ୍ୟାର ରୂପ ନେବ ଏହା ପରେ ଉପକୂଳ ଆଡକୁ ମାଡି ଆସିବ ବାତ୍ୟା ଜୱାଦ୍ । 4 ତାରିଖରୁ ଓଡ଼ିଶା ଉପରେ ଏହାର ପ୍ରଭାବ ଅଦିକ ବଢିବ ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ଉପକୂଳ ଦେଇ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ ନଚେତ୍ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହା ହୋଇପାରେ ।
ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ଓଡ଼ିଶା ରେ ଆକରମ୍ଭ ହୋଇଯିବ ବର୍ଷା ଆଉ ଏହି ବାତ୍ୟାର ପ୍ରଭାବ ଗୁଲାବ ଠାରୁ ଅଧିକ ଓ ଫନି ଠାରୁ କମ ରହିବ ବୋଲି କୁହାଯାଇଛି । ତେବେ ବର୍ତମାନ ଜାଣିବା ବାତ୍ୟାର ପ୍ରଭାବ କେଉଁ କେଉଁ ଜିଲ୍ଲାରେ ସବୁ ଅଧିକ ରହିବ ଏବଂ କେଉଁ କେଉଁ ଜିଲ୍ଲା କୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ନିଂ ସବୁ ଜାରି କରାଯାଇଛି, ତେବେ 3 ତାରିଖ ସକାଳ 8.30 ରୁ 4 ତାରିଖ ସକାଳ 8.30 ରେ ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂ ପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସ୍ମଭାବନା ରହିଛି ।
ଆଉ 4 ତାରିଖ 8.30 ରୁ 5 ତାରିଖ ସକାଳ 8.30 ଭିତରେ ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂ ପୁର ଜିଲ୍ଲା ରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ସେଥପାଇଁ ଏହି ସବୁ ଜିଲ୍ଲା କୁ ରେଡ୍ ୱାର୍ନିଂ ଜାରି କରାଯାଇଛି । ଆଉ ସେହିପରି ବାତ୍ୟା ଯୋଗୁ ପ୍ରଭାବିତ ହେବାକୁ ଥିବା 13ଟି ଜିଲ୍ଲା ଗୋଡିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖର୍ଦ୍ଧା, ଜଗତସିଂ ପୁର, କେନ୍ଦ୍ରାପଡା, ଜାଜପୁର, ଢେଙ୍କାନାଳ, କଟକ, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ।
ଆଉ ଆସନ୍ତା କାଲିଠାରୁ ବର୍ଷା ସହିତ ଘଣ୍ଟା ପ୍ରତି 70 ରୁ 90 କିଲୋ ମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି, ତେବେ ଏହି ପବନ ବୃଦ୍ଧି ପାଇଁ ଡିସେମ୍ବର 4 ତାରିଖ ସକାଳେ ଘଣ୍ଟା ପ୍ରତି 110 ରୁ 120 କିଲୋ ମଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।