ଆସୁଛି ଭୟଙ୍କର ବାତ୍ୟା ୪ରେ ଏହି ଜାଗାରେ ସ୍ଥଳଭାଗ ଛୁଇଁବ |

batya j

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡିଆସୁଛି ସାମୁଦ୍ରିକ ବାତ୍ୟା ଜୱାତ ଓଡିଶାର ଅଧିକାଶଂ ଜିଲ୍ଲାରେ ପ୍ରବଳ ବର୍ଷା ସହିତ ପବନ । ତେବେ ଘଣ୍ଟା ପ୍ରତି 45 ରୁ 50 କିଲୋମିଟର ଉପରେ ବହିବ ପବନ ଏହା ସହିତ ଓଡିଶାର କେଉଁ ଜିଲ୍ଲା ମାନଙ୍କୁ ସତର୍କ ରହିବାକୁ ପଡିବ । ସେହି ବିଷୟ ରେ ନୂଆ ରିପୋର୍ଟ କିଛି ଜାଣିନେବା । ଓଡିଶାକୁ ଆସୁଛି ସାମୁଦ୍ରିକ ବାତ୍ୟା ଜୱାତ ତେବେ ଡିସେମ୍ବର 4 ତାରିଖ ରେ ବାତ୍ୟା ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ଏହାର ପ୍ରଭାବ ରେ 3 ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇଯିବ ।

3 ତାରିଖ ମଧ୍ୟ ରାତ୍ରୀ ରୁ ପବନ ର ବେଗ ବଢିବ । ଘଣ୍ଟା ପ୍ରତି 45 ରୁ 50 କିଲୋମିଟର ପବନ ବହିବ । 4 ତାରିଖ ରେ ବାତ୍ୟା ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ଏହା ଉପକୂଳ ରେ ପହଁଚିଲେ ବି ଏହା ତୁରନ୍ତ ସ୍ଥଳଭାଗ ଛୁଇଁନପାରେ । ଉପକୂଳ କୁ ଛୁଇଁବା ପରେ ବାତ୍ୟା ଉତ୍ତର ପୂର୍ବ ଦଗକୁ ଗତି କରିବ ବୋଲି IMD DG ମୃତ୍ୟୁଞୟ ମହାପାତ୍ର ସୂଚନା ଦେଇଛନ୍ତି ।

storm

ସେ କହିଛନ୍ତି ବାତ୍ୟାର ପ୍ରଭାବ ଉପକୂଳ ଓଡିଶାରେ ଅଧିକ ରହିବ । ପ୍ରଥମେ ଦକ୍ଷିଣ ଓଡିଶାରେ ବର୍ଷା ହେବ । କାଳକ୍ରମେ ଉତ୍ତର ଉପକୂଳରେ ବର୍ଷାର ପରିମାଣ ବଢିବ । 3 ରୁ 5 ତାରିଖ ପର୍ଯ୍ୟନ୍ତ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିବ । ସେହି ପରି 4 ତାରିଖ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଉ 5 ତାରିଖ ରେ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।

ବାତ୍ୟା ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍ ର ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଭାଗ । ଏହା ସହିତ ସମୁଦ୍ର ମଧ୍ୟକୁ ଜାଇଥିବା ମତ୍ସ୍ୟଜିବି ମାନଙ୍କୁ ଡିସେମ୍ବର 2 ତାରିଖ ସୁଧା ଫେରିବାକୁ ପରାମର୍ଶ ଦିଆଜାଇଛି । ତେବେ ଏହି ଲଘୁଚାପ ପ୍ରଭାବ ରେ ଆସନ୍ତା 2 ରୁ ଓଡିଶାରେ ପାଗ ପରିବର୍ତନ ହେବ 4 ତାରିଖ ବେଳକୁ ପୁରୀ ଜଗତସିହଂପୁର , ଗଞାମ୍ , ନୟାଗଡ , କେନ୍ଦ୍ରାପଡା , ଭଦ୍ରକ , ବାଲେଶ୍ୱର , କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷ ଜମିରେ ପାଣି ଜମିବା ସହିତ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *