ଆସିଗଲା ବାତ୍ୟାର ସ୍ପଷ୍ଟ ଚିତ୍ର । ଓଡିଶାର ଏହି ଜାଗାରେ ହେବ ସିଧା ମାଡ ।

batya 4

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ବାତ୍ୟା ଜୱାଦ ଏଥିପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏଣୁ ମତ୍ସ୍ୟଜିବି ମାନଙ୍କୁ ସମୁଦ୍ର କୁ ମଧ୍ୟ ବାରଣ କରାଜାଇଛି । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଉପରେ ନଜର ପକେଇବା କେଉଁ ଜିଲ୍ଲା ମାନଙ୍କୁ ସତର୍କ ରହିବାକୁ ପଡିବ ଏହା ସହିତ ବାତ୍ୟା ଜାୱତ ର ପ୍ରଭାବ କଣ ରହିଛି ଓଡିଶା ପ୍ରତି । ରାଜ୍ୟରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟସରକାର ।

ତେବେ ତୁରନ୍ତ ଧାନ କାଟିଆଣିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହା ସହିତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜିବି ମାନଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଲଘୁଚାପ ସୃଷ୍ଟି ହେଲେ ଆସନ୍ତା 3 ରୁ 4 ତାରିଖରେ ବର୍ଷା ହେବ । ଏହା ପୂର୍ବରୁ ଚାଷୀ ମାନଙ୍କୁ ସେମାନଙ୍କ ଜମିରୁ ଧାନ କାଟିଆଣିବାକୁ ପରାମର୍ଶ ଦିଆଜାଇଛି ।

batya

ତେବେ ଲଘୁଚାପ ପ୍ରଭାବ ରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହୋଇ ପାରେ । ଏବଂ ପାଣିପାଗ ବିଭାଗ ସାମ୍ଭାବ୍ୟ ଲଘୁଚାପ ବର୍ଷାକୁ ନେଇ ପୂର୍ବରୁ ସତର୍କ ସୂଚନା ଜାରି କରାଜାଇଛି । ତେବେ ଆସନ୍ତା କାଲି ଦକ୍ଷିଣ ଆଣ୍ଡାମାନ ସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଦକ୍ଷିଣ ଉପକୂଳ ଏବଂ ଉତ୍ତର ଉପକୂଳ ରେ ବର୍ଷା ଆଶଂକା ରହିଛି ।

ତେବେ ରାଜ୍ୟରେ 8 ଜିଲ୍ଲା କୁ ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି ଏବଂ ସେହି ଜିଲ୍ଲା ଗୁଡିକ ହେଲେ କନ୍ଧମାଳ , ମାଲକାନା ଗିରି , ଗଞାମ୍ , ଗଜପତି , ପୁରୀ , କୋରାପୁଟ , ରାୟଗଡା , ଏବଂ ଢେଙ୍କାନାଳ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବାରୁ ସତର୍କ ସୂଚନା ଜାରି ହୋଇଛି । ଏହା ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

rain

ଏଣୁ ଡିସେମ୍ବର 3 ରେ ଗଜପତି , ଗଞାମ୍ , ପୁରୀ , ଏବଂ ଜଗତସିହଂପୁର ରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ସହିତ IMD ସୂଚନା ଅନୁସାରେ ଆଣ୍ଡାମାନ ସାଗର ରେ ସୃଷ୍ଟି ଲଘୁଚାପ ଟି ଧିରେ ଧିରେ ପଶ୍ଚିମ ଉତ୍ତର ଦିଗରେ ଗତି କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *