ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କ୍ରମାଗତ ଭାବେ ଏଲପିଜି ସିଲିଣ୍ଡର ର ଦରବୃଦ୍ଧି ପାଇଁ ଲାଗିଥିବାର ଆପଣ ମାନେ ଦେଖିବା ପାଇଁ ପାଉଥିବେ । କିଛି ଦିନ ତଳେ କମର୍ଷିଆଲ ଏଲପିଜି ସିଲିଣ୍ଡର ମଧ୍ୟ ଦର ବୃଦ୍ଧି ହୋଇଥିଲା । ସେହି ଭଳି କ୍ଷେତ୍ର ରେ ଘୋରଇ ଗ୍ୟାସ ସିଲିଣ୍ଡର ର ଦରବୃଦ୍ଧି ହୋଇନଥିଲା । ତେବେ ଘୋରଇ ଏଲପିଜି ସିଲିଣ୍ଡର କୁ ନେଇ ଆସିଛି ଏକ ଖୁସୀ ଖବର ତେବେ ଏବେ ଆପଣ ମାନେ କେବଳ ଏଲପିଜି ସିଲିଣ୍ଡର 633.50 ଟଙ୍କା ରେ କିଣିପାରିବେ ।
ଏବଂ ଏହି ଏଲପିଜି ସିଲିଣ୍ଡର ଦୃଶ୍ୟମାନ ହେବ ଏବଂ 14.2 କିଲୋଗ୍ରାମ ସିଲିଣ୍ଡର ଠାରୁ ହାଲୁକା ଅଟେ । ଯଦିଓ 14.2 କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦିଲ୍ଲୀର ଦାମ ବର୍ତମାନ ସମୟ ରେ 899.9 ଟଙ୍କା ରହିଛି । କିନ୍ତୁ ଏବେ ଆପଣ ମାନଙ୍କୁ ଏଲପିଜି ସିଲିଣ୍ଡର କେବଳ 633.50 ଟଙ୍କା ରେ ମିଳିପାରିବ । ଏହା ସହିତ 5 କିଲୋଗ୍ରାମ ଏଲପିଜି ସିଲିଣ୍ଡର ରେ କେବଳ ଆପଣ ମାନଙ୍କୁ 502 ଟଙ୍କା ରିଲିଫ ହେବ । ଏବଂ 10 କିଲୋଗ୍ରାମ ଏଲପିଜି ସିଲିଣ୍ଡର ପୂରଣ କରିବାକୁ ହେଲେ ଆପଣ ମାନଙ୍କୁ କେବଳ 633.50 ଟଙ୍କା ଦେବାକୁ ପଡିବ ।
ବର୍ତ୍ତମାନର ସିଲିଣ୍ଡର ତୁଳନାରେ କମ୍ପୋଜିଟ୍ ସିଲିଣ୍ଡରରେ 4 କିଲୋଗ୍ରାମ କମ୍ ଗ୍ୟାସ୍ ରହିବ। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ, ବାରାଣାସୀ, ପ୍ରୟାଗରାଜ, ଫରିଦାବାଦ, ଗୁରୁଗ୍ରାମ, ଜୟପୁର, ହାଇଦ୍ରାବାଦ, ଜଲନ୍ଦର, ଜାମସେଦପୁର, ପାଟନା ମୈସୁର, ଲୁଧିଆନା, ରାୟପୁର, ରାଞ୍ଚି, ଅହମ୍ମଦାବାଦ, ଉତ୍ତରପ୍ରଦେଶର ଗୋରଖପୁର, କାନପୁର ସମେତ 28 ସହରରେ ଏହି କମ୍ପୋଜିଟ୍ ସିଲିଣ୍ଡର ଉପଲବ୍ଧ ରହିଛି। ଲୈହ ସିଲିଣ୍ଡର ଅପେକ୍ଷା କୋମ୍ପୋଜିତ ସିଲିଣ୍ଡର 7 କିଲୋଗ୍ରାମ ହାଲୁକା ଅଟେ ।
ବର୍ତମାନ ସମୟ ରେ ବ୍ୟବହାର ହେଉଥିବା ଖାଲିସିଲିଣ୍ଡର ହେଉଛି 17 କିଲୋଗ୍ରାମ ଏବଂ ଗ୍ୟାସ ଭରାଗଲା ପରେ ଏହା 31 କିଲୋଗ୍ରାମ ରୁ ଅଧିକ ହୋଇଥାଏ । ହେଲେ ବର୍ତମାନ ସମୟ ରେ କୋମ୍ଫୋଜିତ ଏଲପିଜି ସିଲିଣ୍ଡରେ କେବଳ 10 କିଲୋଗ୍ରାମ ଗ୍ୟାସ୍ ହିଁ ରହିବ । କାରଣ ଏହା ଫାଇବର ଯୁକ୍ତ ଏଲପିଜି ସିଲିଣ୍ଡର ଅଟେ । ଏହି ସିଲିଣ୍ଡର କୁ ବର୍ତମାନ ସମୟ ରେ ଆଇଓସି ଦ୍ୱାରା ଜାରି କରାଯାଇଛି । ଏହି ସିଲିଣ୍ଡର ସୁବିଧାଜନକ ଏବଂ କଳଙ୍କ ରୋଧକ ଅଟେ । ତେବେ ଆଗାମୀ ସମୟ ରେ ଏହି ପରି ସିଲିଣ୍ଡର ବଜାର ମାନଙ୍କରେ ବି ଉପଲବ୍ଧ ହେବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।