ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସିଲା ପାଣିପାଗ ବିଭାଗ ପକ୍ଷ ରୁ ବଡ ଆପଡେଟ ମାଡିଆସୁଛି ବାତ୍ୟା ବିଭିନ୍ନ ସ୍ଥାନରେ ହେବ ପ୍ରବଳ ବର୍ଷା ଜିଲ୍ଲାପାଳ ମାନଙ୍କୁ ସତର୍କ କରେଇଲେ SRC ତେବେ ଆସନ୍ତୁ ଜାଣିନେବା ଏହାକୁ ନେଇ କଣ ରହିଛି ସଂମ୍ପର୍ଣ୍ଣ ରିପୋର୍ଟ । ଆସନ୍ତା 30 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ପ୍ରଭାବ ରେ ଡିସେମ୍ବର 2 ରୁ 4 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଏହା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଲଘୁଚାପ ବାତ୍ୟାର ରୂପ ନେବ ନା ଗଭୀର ଅବପାତ ର ରୂପ ନେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିଭିନ୍ନ ପାଣିପାଗ ମଡେଲ ପ୍ରାକ୍ ସଂଙ୍କେତ ଦେଖାଦେଇଛି । ଦିନେ ଦୁଇଦିନ ପରେ ଏହାର ଚିତ୍ର ସଂମ୍ପର୍ଣ୍ଣ ଭାବେ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷ୍ୟ ରୁ ସୂଚନା ଦିଆଜାଇଛି । ତଥାପି 3 ରୁ 6 ତାରିଖ ମଧ୍ୟରେ ଏହା ଓଡିଶା ଉପକୂଳ ଛଇଁପାରେ ବୋଲି ଆକଳନ ହୋଇଛି ।
ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ 29 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗର ରେ ସୃଷ୍ଟି ହେବ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ମୁହାଁ ମହାଁଇବା ସହିତ 48 ଘଣ୍ଟା ମଧ୍ୟରେ ଅଧିକ ଘନିଭୂତ ହୋଇପାରେ । ଆଇଏମଡିର ପରିବର୍ଦ୍ଧିତ ପୂର୍ବାନୁମାନ କହୁଛିକି, ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେବ। IMD ର GFS ସହିତ କେତେକ ମଡେଲ ଜଣେଇଛି କି 4 ରୁ 5 ତାରିଖ ମଧ୍ୟରେ ସାମ୍ଭାବ୍ୟ ବାତ୍ୟା ଲଘୁଚାପ ଧିରେ ଧିରେ ଘନିଭୂତ ହୋଇ ବାତ୍ୟାର ରୂପ ନେଇ ପାରେ ।
ହେଲେ ବିଧିବଦ୍ଧ ଭାବେ ଏହି ନେଇ କୈଣସି ସୂଚନା ଦିଆଜାଇ ନାହିଁ । କେତେକ ବିଦେଶୀ ପାଣଇୃିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଏହି ଘୂର୍ଣ୍ଣିବଳୟ ବାତ୍ୟାରେ ପରିଣତ ହୋଇପାରେ । ଆକ୍ୟୁୱେଦରର ପ୍ରମୁଖ ଆନ୍ତର୍ଜାତିକ ପାଣିପାଗ ବୈଜ୍ଞାନିକ ଜାସନ ନିକୋଲ୍ସ ପୂର୍ବାନୁମାନ କରିଛନ୍ତିକି, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେଇପାରେ।
ଅପର ପକ୍ଷରେ ଲଘୁଚାପ ଜନିତ ବର୍ଷାକୁ ନଜର ରେ ରଖି ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ଜିଲ୍ଲା ପାଳ ମାନଙ୍କୁ ଚିଠି ଲେଖି ସତର୍କ କରେଇଛନ୍ତି । SRC ଲେଖିଛନ୍ତି ଯେ ଲଘୁଚାପ ଯୋହୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେଣୁ ସମସ୍ତ ସ୍ଥିତି ର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ । ଏହି ଲଘୁଚାପ ପ୍ରଭାବ ରେ ରାଜ୍ୟର କେତେକ ସ୍ଥାନରେ ଘଡଘଡି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।