ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ହ୍ରାସ ପାଇଲା ତୈଲ ଦର ଦୀପାବଳି ରେ ରାଜ୍ୟବାସୀ ଙ୍କୁ ଭେଟୀ ଦେଇଛନ୍ତି ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ। ଜାହା ସମସ୍ତ ଙ୍କ ପାଇଁ ବଡ ଖୁସୀର ଖବର ଅଟେ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ କଣ ରହିଛି । କେନ୍ଦ୍ରସରକାର ଗତ କିଛି ଦିନ ତଳେ ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦକ ଶୁଳ୍କ ହ୍ରାସ କରି ସମସ୍ତ ରାଜ୍ୟ ନିଜ ନିଜ ସ୍ଥର ଉପରେ ଇନ୍ଧନ ଉପରେ ନେଉଥିବା ମୂଲ୍ୟଯୁକ୍ତ କର ବା ଭାଟ୍ କୁ ହ୍ରାସ କରିବାକୁ ପରାମର୍ଶ ଦିଆଜାଇଛି । ଠିକ୍ ଏହାର ଦିନକ ପରେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଭାଟ କମେଇବା ନେଇ ଘୋଷଣା କରିଛନ୍ତି ।
ପେଟ୍ରୋଲ ଏବଂ ଡିଜେଲ ଉପରୁ 3 ଟଙ୍କା ଭାଟ ଛାଡ ଦେଇଛନ୍ତି ବୋଲି ସେ ଘୋଷଣା କରିଥିଲେ । ତେବେ ବର୍ତମାନ ସମୟ ରେ ପୁଣି ଥରେ ପେଟ୍ରୋଲ ଦର କମିପାରେ ବୋଲି କିଛି ବିଶେଷ ତଥ୍ୟ ରୁ ଜଣା ପଡିଛି । ଏହାର କାରଣ ହେଲା ଏବେ ଅଶୋଧିତ ତୈଳ 80 ଡଲାରକୁ ଖସି ଆସିଛି ହେଲେ ଏହା ପୂର୍ବରୁ ଅକ୍ଟୋବର ମାସରେ ଏହା 80 ଡଲାର ଠାରୁ ବି କମ୍ ରହିଥିଲା । ଏବଂ ଅକ୍ଟୋବର ଶେଷ ସପ୍ତାହରେ 86 ଡଲାର ରେ ପହଁଚିଥିଲା ।
ହେଲେ ଏବେ ଅଶୋଦ୍ଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇପାରେ । ନ୍ୟୁଜ୍ ଏଜେନ୍ସି ରଏଟର୍ସର ଏକ ଖବର ଅନୁସାରେ ଓପେକ ପ୍ଲସ୍ ଦେଶଗୁଡିକ ଆସନ୍ତା ସପ୍ତାହରେ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି । ଆଗାମୀ ଦିନ ମାନଙ୍କରେ ଅଧିକ 2 ନିୟୁତ ତୈଳ ବ୍ୟରେଲ ଉତ୍ପାଦନ ଅଧିକ ହେବ ବୋଲି ଆଶା ରହିଛି । ଏହା ସହିତ ଅଶୋଦ୍ଧିତ ତୈଳ ମୂଲ୍ୟ ଆଗାମୀ ଦିନରେ 75 ଡଲାର କୁ ଖସିପାରେ । ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ଲଗାମ ଲଗାଇବା ପାଇଁ ବଡ ଘୋଷଣା କରିବେ କେନ୍ଦ୍ର ସରକାର ।
ଭାରତ ଗଚ୍ଛିତ ଥିବା ପେଟ୍ରୋଲିୟମ ରୁ ପ୍ରାୟ 50 ଲକ୍ଷ ବ୍ୟାରେଲ କ୍ରୁଡ୍ ଅଏଲ ରିଲିଜ୍ କରିବାକୁ ରାଜି ହୋଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଆମେରିକା, ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ, ଯେଉଁମାନେ କି କ୍ରୁଡ୍ ଅଏଲର ବଡ ଭଣ୍ଡାର ଗଚ୍ଛିତ କରିରଖିଛନ୍ତି, ସେମାନଙ୍କ ସହିତ ବିଚାର ବିମର୍ଷ ପରେ ଭାରତ ସରକାର ମଧ୍ୟ କ୍ରୁଡ୍ ଅଏଲ ରିଲିଜ୍ କରିବେ । ଏହି ଦେଶଗୁଡିକ ଏକା ସମୟରେ ସେମାନଙ୍କ କ୍ରୁଡ୍ ଅଏଲ ଭଣ୍ଡାର ଖୋଲିପାରନ୍ତି । ଯାହା ଫଳରେ ବଜାରରେ ପେଟ୍ରୋଲିୟମ ପରିମାଣ ବୃଦ୍ଧି ପାଇବ । ଏହା ହେଲେ ଦେଶରେ ତେଲ ଦର ଆହୁରି ହ୍ରାସ ପାଇବ ।
ବିଶେଷଜ୍ଞ୍ୟ ମାନଙ୍କ ମତରେ ଯଦି ପେଟ୍ରୋଲିୟମ୍ କମ୍ପାନୀ ଗୁଡିକ ଅଶୋଦ୍ଧିତ ତୈଳ ଦର ହ୍ରାସ ପାଇବାର ଲାଭ ସାଧାରଣ ଲୋକ ମାନଙ୍କୁ ଦେବେ ତେବେ ପେଟ୍ରୋଲ ଏବଂ ଡିଜେଲ ଦର 2 ରୁ 3 ଟଙ୍କା ଯାଏ ଖସିଯିବ । ତେବେ ଆଗାମୀ ଦିନରେ ଟଙ୍କା ତୁଳନା ରେ ଡଲାର ଦୂର୍ବଳ ହୁଏ ତେବେ ପେଟ୍ରୋଲ ଏବଂ ଡିଜେଲ ଶସ୍ତା ହେଲେ କଷ୍ଟ କର ଅଟେ ବୋଲି ବିଶେଷଜ୍ଞ୍ୟ ମାନେ କହିଛନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।